ସର୍ବ ଭାରତୀୟ ପ୍ରଶାସନିକ ସେବାରେ ଗୌରବ ଆଣିଲେ ସିଦ୍ଧାନ୍ତ ବେଶ୍ରା

କୋକସରା,୨୩।୦୫ (ଡି.ଏନ.ଏ): ଆଜି ସର୍ବ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଫଳ ପ୍ରକାଶ ପାଇଛି। ସିଭିଲ ସର୍ଭିସ ପରୀକ୍ଷାରେ କଳାହାଣ୍ଡି ଜିଲା କୋକସରା ବ୍ଲକ କାଉଡୋଳା ଗ୍ରାମର ରାଜେନ୍ଦ୍ର ବେଶ୍ରା ଓ ଅଞ୍ଜନା ନାଗଙ୍କ ପୁଅ ସିଦ୍ଧାନ୍ତ ବେଶ୍ରା ୮୮୭ ର଼୍ୟାଙ୍କରେ କୃତକାର୍ଯ୍ୟ ହୋଇ ଜିଲା ଓ ବ୍ଲକ ପାଇଁ ଗୌରବ ଆଣିଛନ୍ତି। ସେ ଟାଟା ଷ୍ଟିଲରେ ଆସିଷ୍ଟାଣ୍ଡ ଜେନେରାଲ ମ୍ୟାନେଜର ଭାବେ ଗତ ଏକ ବର୍ଷ ହେବ କାର୍ଯ୍ୟ କରୁଛନ୍ତି। ଏହି ଖବର ମିଳିବା ପରେ ଜିଲାରେ ଓ ବ୍ଲକରେ ଉତ୍ସବର ମାହୋଲ ଦେଖାଦେଇଛି। ପ୍ରଥମ ଥର ପାଇଁ କୋକସରା ବ୍ଲକର ପୁଅ ଆଇଏଏସ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ବେଳେ ତାଙ୍କ ସଫଳତା ପାଇଁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ମିଳିଛିି।