Posted inଜାତୀୟ

କୋଭିଡ୍‌ ଟିକାରେ ପାର୍ଶ୍ୱପ୍ରତିକ୍ରିୟା

ମୁମ୍ବାଇ,୧୭ା୧ (ଆଇଏଏନ୍‌ଏସ୍‌):ପ୍ରାୟ ୩ବର୍ଷ ହେଲା କୋଭିଡ୍‌ ମହାମାରୀ କଲବଲ କରିଚାଲିଛି। ବିଶ୍ୱରେ ଏବେ ବି କେଉଁଠି ନା କେଉଁଠି ଆତଙ୍କର ପରିବେଶ ରହିଛି। ଏହି ମାରାତ୍ମକ ଭୂତାଣୁ ଯୋଗୁ ଭାରତରେ ମଧ୍ୟ ଜୀବନ ଜୀବିକାର ବ୍ୟାପକ ହାନି ଘଟିଛି। ଭୟଙ୍କର ସ୍ବାସ୍ଥ୍ୟ ଓ ଆର୍ଥିକ ସଙ୍କଟରୁ ମୁକ୍ତି ପାଇଁ ଟିକା ଉଦ୍ଭାବନ ନୂଆ ଆଶା ସଞ୍ଚାର କରିଥିଲା। ଇତିମଧ୍ୟରେ ଭାରତରେ ୧୦୦ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କୁ କୋଭିଡ୍‌ ଟିକା ଦିଆଯାଇଛି। ସଂକ୍ରମଣ ସ୍ଥିତିରେ ସୁଧାର ଆସିଥିଲେ ମଧ୍ୟ କୋଭିଡ୍‌ ପରବର୍ତ୍ତୀ ଅନେକ ସ୍ବାସ୍ଥ୍ୟଗତ ଜଟିଳତା ପ୍ରାୟ ସବୁଠି ଦେଖିବାକୁ ମିଳୁଛି। ଏହାର କାରଣ ଖୋଜା ଚାଲିଥିବାବେଳେ ଲୋକେ ନେଇଥିବା ଟିକାଗୁଡ଼ିକର ନାନା ପାର୍ଶ୍ୱପ୍ରତିକ୍ରିୟା ରହିଥିବା ବିଷୟ କେନ୍ଦ୍ର ସରକାରଙ୍କ ୨ ସଂସ୍ଥା ସ୍ବୀକାର କରିଛନ୍ତି।

ଚାଇନା ଓ ଭାରତ ଭଳି ଅନେକ ଦେଶ କୋଭିଡ୍‌ଜନିତ ପ୍ରକୃତ ମୃତ୍ୟୁସଂଖ୍ୟାକୁ ଲୁଚାଉଥିବା ନେଇ ଅଭିଯୋଗ ହୋଇଆସୁଛି। ଏଭଳିସ୍ଥଳେ ସଂକ୍ରମିତଙ୍କ କୋଭିଡ୍‌ ରିପୋର୍ଟ ନେଗେଟିଭ ହେବା ଏବଂ ଟିକା ନେବା ପରେ ଦେଖାଦେଉଥିବା ସ୍ବାସ୍ଥ୍ୟଗତ ଜଟିଳତାରୁ ଅନେକଙ୍କ ମୃତ୍ୟୁ ଘଟୁଥିଲେ ମଧ୍ୟ ତାହାକୁ ହିସାବକୁ ନିଆଯାଉନାହିଁ। କୋଭିଡ୍‌ ସମ୍ପର୍କିତ ମୃତ୍ୟୁର ବାସ୍ତବ ହିସାବ କରା ନ ଯିବା ପଛରେ ଅନେକ କାରଣ ଥାଇପାରେ। କିନ୍ତୁ ଏହି ମହାମାରୀରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତି ପାଇବା ପାଇଁ ଶତପ୍ରତିଶତ ଚିକିତ୍ସା କିମ୍ବା ଟିକା ବିକଶିତ ହୋଇ ନ ଥିବା ବର୍ତ୍ତମାନ ବିଶ୍ୱର ସ୍ଥିତିରୁ ସ୍ପଷ୍ଟ ହେଉଛି। ଏହାକୁ ଅଧିକ ଦୃଢ଼ୀଭୂତ କରିଛି କେନ୍ଦ୍ର ସରକାରଙ୍କ ୨ ସଂସ୍ଥାର ସ୍ବୀକାରୋକ୍ତି।
ଭାରତ ସରକାର ଗତ ପ୍ରାୟ ୨ ବର୍ଷ ମଧ୍ୟରେ କେତେକ କୋଭିଡ୍‌ ଟିକାକୁ ଅନୁମତି ଦେଇଛନ୍ତି। ସେଗୁଡ଼ିକ ହେଲା ଆଷ୍ଟ୍ରାଜେନକା ଓ ପୁଣେର ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ସିଆଇଆଇ) ଦ୍ୱାରା ପ୍ରସ୍ତୁତ ‘କୋଭିଶିଲ୍ଡ’, ସିଆଇଆଇର ‘କୋଭୋଭାକ୍ସ’, ସରକାରଙ୍କ ଦ୍ୱାରା ପରିଚାଳିତ ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ୍‌ ଲିଃର ‘କୋଭାକ୍ସିନ’, ଡ. ରେଡ୍ଡିସ୍‌ ଲ୍ୟାବ୍‌ ଦ୍ୱାରା ରୁଷିଆରୁ ଆମଦାନୀ ହୋଇଥିବା ‘ସ୍ଫୁଟ୍‌ନିକ୍‌ ଭି’, ବାୟୋଲୋଜିକାଲ୍‌ ଇ. ଲିଃର ‘କର୍ବେଭାକ୍ସ’ ଏବଂ ଅହମ୍ମଦାବାଦର କାଡିଲା ହେଲ୍‌ଥକେୟାର ଲିଃ ପକ୍ଷରୁ ବିକଶିତ ‘ଜାୟକୋଭ୍‌-ଡି’।
ପୁଣେର ବ୍ୟବସାୟୀ ପ୍ରଫୁଲ୍ଲ ସର୍ଦା ସୂଚନା ଅଧିକାର (ଆର୍‌ଟିଆଇ) ଆଇନ ବଳରେ ପ୍ରଶ୍ନ କରିଥିଲେ ଯେ, ଭାରତରେ ଲୋକଙ୍କୁ ଦିଆଯାଉଥିବା କୋଭିଡ୍‌ ଟିକାଗୁଡ଼ିକର ପାର୍ଶ୍ୱପ୍ରତିକ୍ରିୟା ରହିଛି କି? ଏନେଇ ଇଣ୍ଡିଆନ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ଏବଂ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ (ସିଡିଏସ୍‌ସିଓ) ପକ୍ଷରୁ ଟିକାଗୁଡ଼ିକର ଏକାଧିକ ପାର୍ଶ୍ୱପ୍ରତିକ୍ରିୟା ରହିଥିବା ଉତ୍ତର ଦିଆଯାଇଛି। ଏଥିରୁ କୋଭିଡ୍‌ ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ନ ଥିବା ସ୍ପଷ୍ଟ ହେଉଛି। ଟିକାଗୁଡ଼ିକ ଦ୍ୱାରା ଉତ୍ପନ୍ନ ହେଉଥିବା ପ୍ରଭାବଗୁଡ଼ିକ ସମ୍ପର୍କରେ ଆଇସିଏମ୍‌ଆର୍‌ ପିଆଇଓ ଡ. ଲେୟାନ୍ନା ସୁସାନ ଜର୍ଜ ଏବଂ ସିଡିଏସ୍‌ସିଓ ପିଆଇଓ ସୁଶାନ୍ତ ସରକାର ଉତ୍ତରରେ ଉଲ୍ଲେଖ କରିଛନ୍ତି। ତଦନୁଯାୟୀ ଟିକା ନିଆଯାଇଥିବା ସ୍ଥାନ କଠିନ ହେବା/ପୀଡ଼ା ହେବା/କୁଣ୍ଡେଇ ହେବା/ଚର୍ମ ଲାଲ ପଡ଼ିବା ସାଙ୍ଗକୁ ବିନା କାରଣରେ ବାନ୍ତି ହେବା, ପ୍ରବଳ ଓ କ୍ରମାଗତ ପେଟ ବ୍ୟଥା, ମୁଣ୍ଡବିନ୍ଧା, ଶ୍ୱାସ ନେବାରେ ଅସୁବିଧା, ଛାତି ଓ ଅଙ୍ଗପ୍ରତ୍ୟଙ୍ଗରେ ଯନ୍ତ୍ରଣା, ପେଣ୍ଡା ଓ ବାହୁରେ ଫୁଲା, ଦୁର୍ବଳ ଲାଗିବା, ଅଙ୍ଗ ପକ୍ଷାଘାତ, ଆଖିରେ ଯନ୍ତ୍ରଣା, ଦୃଷ୍ଟିଶକ୍ତି ଅସ୍ପଷ୍ଟ ହେବା, ମାନସିକ ସ୍ଥିତିରେ ପରିବର୍ତ୍ତନ, ଅବସାଦ, ଜ୍ୱର, ମାଂସପେଶୀ ଓ ଗଣ୍ଠିରେ ଯନ୍ତ୍ରଣା, ଆସ୍ଥେନିଆ(ଦୁର୍ବଳତା କିମ୍ବା ବଳହୀନ), ପିଠି ଯନ୍ତ୍ରଣା, ମୁଣ୍ଡ ବୁଲାଇବା ଏବଂ ନିଦ୍ରାହିନତା ଭଳି ସାଇଡ୍‌ ଇଫେକ୍ଟ ରହିଥିବା ଦର୍ଶାଯାଇଛି।
ପ୍ରଫୁଲ୍ଲ କହିଛନ୍ତି ଯେ, ଆଇସିଏମ୍‌ଆର୍‌ ଏବଂ ସିଡିଏସ୍‌ସିଓର ଉତ୍ତର ଚକିତ କରିଛି। ସରକାର ଟିକାକରଣକୁ ସମ୍ପୂର୍ଣ୍ଣ ସ୍ବେଚ୍ଛାକୃତ ବୋଲି ଘୋଷଣା କରିଥିଲେ। କିନ୍ତୁ ବସ୍‌, ଟ୍ରେନ୍‌, ବିମାନରେ ଯାତାୟାତ କରିବା, ଆନ୍ତଃରାଜ୍ୟ ଚଳପ୍ରଚଳ, ହୋଟେଲ, ରେଷ୍ଟୁରାଣ୍ଟ, ମଲ୍ଟିପ୍ଲେକ୍ସ, ମଲ୍‌ଗୁଡ଼ିକୁ ଯିବା ପାଇଁ ଲୋକଙ୍କୁ ବାରଣ କରାଯାଇ ପରୋକ୍ଷରେ ଟିକା ନେବାକୁ ବାଧ୍ୟ କରାଯାଇଥିଲା। ଏହା ଭୟଭୀତ ଥିବା ଲୋକଙ୍କୁ ଫସାଇ ଦେବାଭଳି, ଯେଉଁମାନେ କି କୌଣସି ପାର୍ଶ୍ୱପ୍ରତିକ୍ରିୟା ନ ଜାଣି କୋଭିଡ୍‌ ଟିକା ନେଇଥିଲେ ବୋଲି ପ୍ରଫୁଲ୍ଲ କହିଛନ୍ତି। ବର୍ତ୍ତମାନ ଭାରତ ସମେତ ସାରା ବିଶ୍ୱରେ ଟିକାଜନିତ ମୃତ୍ୟୁ ଘଟୁଥିବା ରିପୋର୍ଟ କରାଯାଉଛି। ହେଲେ ଭାରତରେ ଭାକ୍ସିନଗୁଡ଼ିକର ପାର୍ଶ୍ୱପ୍ରତିକ୍ରିୟା ସମ୍ପର୍କରେ ଗଣମାଧ୍ୟମ, ହସ୍ପିଟାଲ, ଟିକାକରଣ କେନ୍ଦ୍ରଗୁଡ଼ିକରେ ଆବଶ୍ୟକ ପ୍ରଚାର ପ୍ରସାର କରାଯାଇଛି କି ନାହିଁ ଏବଂ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜନସୁରକ୍ଷା ଅଭିଯାନ ଆରମ୍ଭ କରାଯାଇଛି କି ନାହିଁ ତାହା ଜଣାଇବାକୁ ପ୍ରଫୁଲ୍ଲ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ବହୁ ଗରିବ ଦେଶକୁ ଭାରତ ପକ୍ଷରୁ ଅନେକ କୋଟି ଟିକା ଦାନ କରାଯାଇଛି, ଯାହାକୁ ନେଇ ୨୦୨୧ରେ ବିବାଦ ହୋଇଥିଲା। ସେହି ଦେଶଗୁଡ଼ିକର ଲୋକଙ୍କୁ ଟିକାର କୁପ୍ରଭାବ ସମ୍ପର୍କରେ ଅବଗତ କରାଯାଇଛି କି ନାହିଁ ବୋଲି ପ୍ରଫୁଲ୍ଲ ପ୍ରଶ୍ନ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri