Categories: ଜାତୀୟ

ଅନ୍ୟ ମାମଲାରେ ଜେଲରେ ରହିବେ ସିଦ୍ଦିକ କାପ୍ପାନ

ଲକ୍ଷ୍ନୌ,୧୪ା୯(ପି.ଟି.): କେରଳର ଖବରଦାତା ସିଦ୍ଦିକ୍‌ କାପ୍ପାନଙ୍କୁ ନିକଟରେ ସୁପ୍ରିମକୋର୍ଟ ଜାମିନ ମଞ୍ଜୁର କରିଥିଲେ ହେଁ ଅନ୍ୟ ଏକ ମାମଲାରେ ସେ ଜେଲରେ ରହିବେ ବୋଲି କାରାଗାର କର୍ତ୍ତୃପକ୍ଷ କହିଛନ୍ତି। ତାଙ୍କ ବିରୋଧରେ ଚାଲିଥିବା ଅନ୍ୟ ମାମଲାର ତଦନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରୁଛି। ୨୦୨୦ ଅକ୍ଟୋବରରୁ ଗିରଫ ହୋଇ ଜେଲରେ ଥିବା କାପ୍ପାନଙ୍କୁ ଜାମିନରେ ଛାଡ଼ିବା ପାଇଁ ସୋମବାର କୋର୍ଟ ନିର୍ଦ୍ଦେଶନାମା ଜାରି କରିଥିଲେ। ଉତ୍ତରପ୍ରଦେଶର ହଥ୍ରାସ୍‌ରେ ଦଳିତ ମହିଳା ବଳାତ୍କାର ମୃତ୍ୟୁ ମାମଲାରେ ଖବର ସଂଗ୍ରହ କରିବାକୁ ଯାଇଥିବା କାପ୍ପାନଙ୍କୁ ପୋଲିସ ଗିରଫ କରିଥିଲା।

Share