ପୁରୁଣା ଲଭ୍‌ ଲାଇଫ୍‌ ଏବେ ବି ସିଦ୍ଧାର୍ଥଙ୍କର ମନେ ପଡ଼େ….

ମୁମ୍ବାଇ,୧୬।୧: ବଲିଉଡ୍‌ ଷ୍ଟାର ସିଦ୍ଧାର୍ଥ ମାଲହୋତ୍ରାଙ୍କୁ ଶନିବାର ୩୬ ବର୍ଷ ପୂରଣ ହୋଇଛି। ସେ ୩୭ରେ ପାଦ ଦେଇଛନ୍ତି। ସେ ୧୯୮୫ ଜାନୁୟାରୀ ୧୬ରେ ଦିଲ୍ଲୀଠାରେ ଜନ୍ମଗ୍ରହଣ କରିଥିଲେ। ସେ ୧୮ ବର୍ଷ ବୟସରେ ମଡେଲିଂ ଦୁନିଆରେ ଡେବ୍ୟୁ କରିିଥିଲେ। ଏହାପରେ ଷ୍ଟୁଡେଣ୍ଟ୍‌ ଅଫ୍‌ ଦି ଇୟର ଫିଲ୍ମରେ ସେ ଆଲିଆ ଭଟ୍ଟଙ୍କ ସହିତ ଅଭିନୟ କରିଥିଲେ। ଏହା ତାଙ୍କ କ୍ୟାରିୟର ତଥା ଲଭ୍‌ ଲାଇଫ୍‌ରେ ଆଣିଥିଲା ନୂଆ ମୋଡ଼। ଆଲିଆଙ୍କ ସହିତ ତାଙ୍କର ଡେଟିଂ ନେଇ ବଲିଉଡ୍‌ରେ ଆରମ୍ଭ ହୋଇଥିଲା ଚର୍ଚ୍ଚା। ଏହାପରେ ଦୁହିଁଙ୍କ ମଧ୍ୟରେ ହୋଇଥିଲା ବ୍ରେକ୍‌ଅପ୍‌। ଆଲିଆଙ୍କ ପରେ ସିଦ୍ଧାର୍ଥଙ୍କ ସହିତ ଜ୍ୟାକଲିନ୍‌ ଫର୍ଣ୍ଣାଡିଜ୍‌ଙ୍କ ପ୍ରେମ ସମ୍ପର୍କ ନେଇ ଜୋର୍‌ଦାର ଖବର ଉଡ଼ିବୁଲିଥିଲା। ସିଦ୍ଧାର୍ଥ ନିଜର ଏକ୍ସ ଗର୍ଲଫ୍ରେଣ୍ଡଙ୍କୁ ଭୁଲିବାକୁ ଚାହଁନ୍ତିନି ବୋଲି କହିଥାନ୍ତି। ଗର୍ଲଫ୍ରେଣ୍ଡ୍‌ ତାଙ୍କ ଜୀବନର ଗୋଟିଏ ଗୋଟିଏ ମାଇଲ୍‌ ଖୁଣ୍ଟ ବୋଲି ସେ କୁହନ୍ତି।

Share