‘ଦ କପିଲ ଶର୍ମା ଶୋ’କୁ ଆଉ ଏକ ଝଟ୍‌କା

ବମ୍ବେ: ଲୋକପ୍ରିୟ କମେଡି ଶୋ’ ‘ଦ କପିଲ ଶର୍ମା ଶୋ’କୁ ଲାଗିଛି ଆଉ ଏକ ଝଟ୍‌କା। ନିକଟରେ କୃଷ୍ଣା ଅଭିଷେକ ଶୋ’ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା ବେଳେ ଏବେ କମେଡିଆନ ସିଦ୍ଧାର୍ଥ ସାଗର ମଧ୍ୟ ଅଲବିଦା କହିଛନ୍ତି। ପାଉଣା ବଢ଼ାଇବାକୁ ନେଇ ହୋଇଥିବା ଆଲୋଚନାରେ ଅସନ୍ତୁଷ୍ଟ ହୋଇ ସେ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ଏଣୁ ପ୍ରଶଂସକମାନେ ତାଙ୍କୁ ଆଗାମୀ ଏପିସୋଡରେ ଦେଖିବାକୁ ପାଇବେ ନାହିଁ।

ତେବେ ସିଦ୍ଧାର୍ଥ ଲୋକପ୍ରିୟ କମେଡିଆନଙ୍କ ମଧ୍ୟରୁ ଜଣେ। ପୂର୍ବରୁ ସେ ଅନେକ କମେଡି ଶୋ’ରେ ନଜର ଆସିଛନ୍ତି। ସୋସିଆଲ ମିଡିଆରେ ବି ତାଙ୍କର ପ୍ରଶଂସକ କାହିଁରେ କେତେ। ଏଣୁ ସିଦ୍ଧାର୍ଥ ଶୋ’ ଅଧାରୁ ଛାଡ଼ିବା ବଡ଼ ଝଟ୍‌କାଠାରୁ କମ୍‌ ନୁହେଁ ବୋଲି କୁହାଯାଉଛି।

Share