କଡା ସୁରକ୍ଷା ମଧ୍ୟରେ ବିବାହ କରିବେ ସିଦ୍ଧାର୍ଥ-କିଆରା

ମୁମ୍ବାଇ: ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ଉଭୟେ ଆସନ୍ତା ୭ ତାରିଖରେ ଜୈଲସଲମେର ସୂର୍ଯ୍ୟଗଡ ପ୍ୟାଲେସ ରାଜକୀୟ ଢଙ୍ଗରେ ବିବାହ କରିବେ। ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚାଲିଛି। କିଆରା ଏବଂ ସିଦ୍ଧାର୍ଥଙ୍କ ଏହି ବିବାହ ଏକ ସିକ୍ରେଟ୍‌ ବିବାହ ହେବ ନାହିଁ ବରଂ ଏକ ଷ୍ଟାରଷ୍ଟେଡ ବିବାହ ହେବ। ସେଥିପାଇଁ ଅତିଥିମାନଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

ତିନି ସୁରକ୍ଷା ଏଜେନ୍ସିର ସଶସ୍ତ୍ର ଗାର୍ଡଙ୍କ ଦ୍ୱାରା ଜୈଲସଲମେର ସୂର୍ଯ୍ୟଗଡ ପ୍ୟାଲେସରେ ନିୟୋଜିତ ଅଛନ୍ତି। କୁହାଯାଉଛି ବିବାହରେ ଇଶା ଅମ୍ବାନୀ ମଧ୍ୟ ଯୋଗଦେବେ। ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।
ଖବର ଅନୁଯାୟୀ, ବିବାହକୁ ମୋବାଇଲ ଫୋନ ବ୍ୟବହାର କରିବାକୁ ଅନୁମତି ନାହିଁ। ତିନିଟି ସୁରକ୍ଷା ଏଜେନ୍ସି ପ୍ୟାଲେସରେ ନିୟୋଜିତ ଅଛନ୍ତି। ନିମନ୍ତ୍ରଣ ବିନା ହୋଟେଲରେ ପ୍ରବେଶ କରିବା ପ୍ରାୟ ଅସମ୍ଭବ ବୋଲି ସୂତ୍ରରୁ ପ୍ରକାଶ। ଉଭୟଙ୍କ ବିବାହର ଚିତ୍ର ଲିକ ନ ହେବା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ରହିଛି। ଏଥିପାଇଁ ସିଦ୍‌-କିଆରା ତିନୋଟି ଏଜେନ୍ସିକୁ ସୁରକ୍ଷା ବ୍ୟବସ୍ଥା ପରିଚାଳନା ଦାୟିତ୍ୱ ଦେଇଛନ୍ତି। ସିଦ୍‌-କିଆରା ଆସିବା ପୂର୍ବରୁ ସମସ୍ତ ତିନୋଟି ଏଜେନ୍ସିର ମୁଖ୍ୟମାନେ ସୂର୍ଯ୍ୟଗଡକୁ ଯାଞ୍ଚ କରିଥିଲେ। ମୁମ୍ବାଇରୁ ୧୫ ରୁ ୨୦ ସୁରକ୍ଷାକର୍ମୀଙ୍କ ଏକ ପୃଥକ ଦଳ ଶନିବାର ଜୈଲସଲମେରରେ ପହଞ୍ଚିଥିଲେ। ଏଥିସହିତ ଇଶା ଅମ୍ବାନୀଙ୍କ ସୁରକ୍ଷା ପାଇଁ ୨୫ ରୁ ୩୦ ଅତିରିକ୍ତ ଗାର୍ଡ ମଧ୍ୟ ନିୟୋଜିତ ଅଛନ୍ତି । ଏସବୁ ବ୍ୟତୀତ କୌଣସି ସମୟରେ ହୋଟେଲ ଚାରିପାଖରେ ଭିଡ଼ ନ ଜମିବା ପାଇଁ ସ୍ଥାନୀୟ ପୋଲିସ ନଜର ରଖିଛି।

Share