ଆଗଉନି ସିଦ୍ଧମହାବୀର ଓଭରବ୍ରିଜ୍‌ କାମ

ପୁରୀ ଅଫିସ,୭।୨: ପୁରୀ- କୋଣାର୍କ ରାସ୍ତାର ସିଦ୍ଧମହାବୀର ଛକଠାରେ ପ୍ରସ୍ତାବିତ ରେଲଓ୍ବେ ଓଭରବ୍ରିଜ ନିର୍ମାଣ ନେଇ ଅନିଶ୍ଚିତତା ଲାଗିରହିଛି। ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ ଜମି ଅଧିଗ୍ରହଣ ପ୍ରକ୍ରିୟା ସରିନାହିଁ। ଅନ୍ୟପଟେ ଉପଯୁକ୍ତ କ୍ଷତିପୂରଣ ବିନା ଜମି ଛାଡ଼ିବାକୁ ସ୍ଥାନୀୟ ବାସିନ୍ଦା ରାଜି ହେଉନାହାନ୍ତି। ଫଳରେ ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ଆଗେଇ ପାରୁନାହିଁ।
ପୁରୀ-କୋଣାର୍କକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ଦେଇ ସିଦ୍ଧମହାବୀର ଛକଠାରେ ରେଳଲାଇନ ଅତିକ୍ରମ କରିଛି। ଲୋକେ ଏହି ରାସ୍ତା ଦେଇ ଯାତାୟାତ କରିବା ବେଳେ ବାରମ୍ବାର ଗହଳିରେ ଫସି ରହୁଛନ୍ତି। ଥରେ ରେଲଓ୍ବେ ଗେଟ୍‌ ଖୋଲିବା ପରେ ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ରାସ୍ତା ଜାମ୍‌ ରହୁଛି। ରେଲଓ୍ବେ ପକ୍ଷରୁ ଏଠାରେ ଓଭରବ୍ରିଜ ନିର୍ମାଣ ନେଇ ସମସ୍ତ ପ୍ରସ୍ତୁତି ସରିଛି, ହେଲେ ଜମି ଅଧିଗ୍ରହଣ ସମସ୍ୟା ତୁଟୁନାହିଁ। ସେହିପରି ଏଠାରେ ଅଧିକାଂଶ ଜମି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ରହିଥିବାବେଳେ ବିସ୍ଥାପିତ ହେବାକୁ ଥିବା ବାସିନ୍ଦାଙ୍କୁ ପ୍ରଶାସନ ପକ୍ଷରୁ ଉପଯୁକ୍ତ କ୍ଷତିପୂରଣ ମିଳୁ ନ ଥିବା ଅଭିଯୋଗ ହେଉଛି। ବିସ୍ଥାପିତ ହେବାକୁ ଥିବା ଗୌରୀମଣି ଜେନା କହିଛନ୍ତି, ୪ ବଖରା ଘର ସମ୍ପୂର୍ଣ୍ଣ ଓ ଆଉ ଏକ ବଖରା ଅର୍ଦ୍ଧେକ ଭାବେ ଭଙ୍ଗାଯିବ ବୋଲି ନୋଟିସ୍‌ ହୋଇଛି। ଦୋକାନ ଘରଟି ମଧ୍ୟ ଚାଲିଯିବ। ଏସବୁର ପ୍ରତିବଦଳରେ ୧୦ ଲକ୍ଷ ୮୧ ହଜାର ଟଙ୍କା ମିଳିବ। ଏହା ଉପଯୁକ୍ତ କ୍ଷତିପୂରଣ ରାଶି ନୁହେଁ। ଉପଯୁକ୍ତ କ୍ଷତିପୂରଣ ରାଶି ନ ମିଳିଲେ ବିସ୍ଥାପନକୁ ବିରୋଧ କରିବୁ। ଏ ନେଇ ସେ ଭୂଅର୍ଜନ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରିଛନ୍ତି। ମାତ୍ର ଅଧିକାରୀମାନେ ସମସ୍ୟା ନ ବୁଝି ଓଲଟା ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଘର ଖାଲି କରିବା ପାଇଁ ନାଲି ଆଖି ଦେଖାଉଛନ୍ତି ବୋଲି ଗୌରୀମଣି କହିଛନ୍ତି। ବାଲିଘାଟର ବାସିନ୍ଦା ସିଦ୍ଧାର୍ଥ ଜେନା କହିଛନ୍ତି, ଦିନକୁ ଅତିକମ୍‌ରେ ୫ଥର ଏହି ବାଟ ଦେଇ ଯିବା ଆସିବା କରିବାକୁ ପଡ଼େ। କୌଣସି ବିକଳ୍ପ ନ ଥିବାରୁ ରେଳଫାଟକ ଦେଇ ଯିବାକୁ ପଡ଼ୁଛି। ଏଭଳି ସ୍ଥଳେ କେବଳ ରେଳଫାଟକ ନିକଟରେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛି। ଆନୁମାନିକ ଭାବେ ପ୍ରତି ୨୦ ମିନିଟ୍‌କୁ ଥରେ ରେଳଫାଟକ ବନ୍ଦ ହେଉଛି। ଏଥିଯୋଗୁ ଅଯଥା ସମୟ ନଷ୍ଟ ହେଉଛି। ଏ ନେଇ ସାଧାରଣରେ ଅସନ୍ତୋଷ ବଢିବାରେ ଲାଗିଛି।
ସୂଚନାଯୋଗ୍ୟ, ଉକ୍ତ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ଏବଂ ଓଭରବ୍ରିଜ୍‌ କାମ ବାବଦକୁ ଓଡ଼ିଶା ଜାତୀୟ ରାଜପଥ ବିଭାଗ ପକ୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷରେ ୧୩୦ କୋଟି ୩୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ଏଥିରୁ ଜମି ଅଧିଗ୍ରହଣ ପାଇଁ ୬୬ କୋଟି ୭୨ ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳ ହୋଇଥିଲା। ପରେ ଓଡ଼ିଶା ଜାତୀୟ ରାଜପଥ ବିଭାଗର ମୁଖ୍ୟଯନ୍ତ୍ରୀଙ୍କ ପକ୍ଷରୁ ପ୍ରକଳ୍ପରେ ସାମାନ୍ୟ ସଂଶୋଧନ କରାଯାଇ କେନ୍ଦ୍ର ସରକାରଙ୍କ ଅଧୀନ ଜାତୀୟ ରାଜପଥ ମନ୍ତ୍ରଣାଳୟକୁ ଚିଠି ଲେଖାଯାଇଥିଲା, ଯେଉଁଥିରେ ବ୍ରିଜ୍‌ ନିର୍ମାଣ ଓ ଜମି ଅଧିଗ୍ରହଣ ବାବଦକୁ ୧୪୧ କୋଟି ୦୪ ଲକ୍ଷ ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଥିଲା। ଏଥିରେ ଜମି ଅଧିଗ୍ରହଣ ବାବଦ ଖର୍ଚ୍ଚକୁ ୭୭ କୋଟି ୪୦ ଲକ୍ଷଟଙ୍କାକୁ ବୃଦ୍ଧି କରାଯାଇଛି। ଉକ୍ତ ପ୍ରକଳ୍ପକୁ କେନ୍ଦ୍ର ଭୂପୃଷ୍ଠ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ମଞ୍ଜୁରୀ ଦେଇସାରିଛି। ଏଥିପାଇଁ ୧୩୭ କୋଟି ୬୧ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ୨୦୧୯ ଅଗଷ୍ଟରେ କେନ୍ଦ୍ର ସରକାର ପ୍ରଥମେ ୫୩ କୋଟି ୮୦ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ। ପରେ ୨୦୨୧ରେ ପୁଣି ଅର୍ଥ ଅନୁମୋଦିତ ହୋଇଛି। ଏହା ସତ୍ତ୍ୱେ ପ୍ରଶାସନିକ ଅବହେଳା ଯୋଗୁ ବ୍ରିଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ ବୋଲି ଆର୍‌ଓବି କ୍ରିୟାନୁଷ୍ଠାନ କମିଟି ସଦସ୍ୟ ବିଶ୍ୱନାଥ ଦାଶ କହିଛନ୍ତି। ଅନ୍ୟପକ୍ଷରେ ଭୂଅର୍ଜନ ବିଭାଗର ଅଧିକାରୀ ପି.କେ.ଜେନା କହିଛନ୍ତି, ମୋଟ ୨୪୦ ବ୍ୟକ୍ତି ଏହି ଜମି ଅଧିଗ୍ରହଣର ଅଂଶବିଶେଷ ହୋଇଥିବା ବେଳେ ୧୬୦ ଜଣଙ୍କୁ ନୋଟିସ୍‌ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ଅନେକେ ଅଭିଯୋଗ ଦାଖଲ କରିଛନ୍ତି। ଅଭିଯୋଗ ସମାଧାନ ଲାଗି ଗୁରୁତ୍ୱ ଦିଆଯାଉଛି। ୬୦ ଜଣଙ୍କ ସମସ୍ୟାର ସମାଧାନ ସରିଛି। କେତେଜଣଙ୍କୁ ଅର୍ଥ ପଇଠ ସରିଥିବାବେଳେ ଆଉ କେତେଜଣଙ୍କୁ ପଇଠ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅନ୍ୟମାନଙ୍କ ସମସ୍ୟା ଉପରେ ପ୍ରଶାସନ ଆଲୋଚନା କରି ନିଷ୍ପତ୍ତି ନେବ। ସେହିଭଳି ଜିଲାପାଳ ସମର୍ଥ ବର୍ମା କହିଛନ୍ତି, ତୁରନ୍ତ ବ୍ରିଜ କାର୍ଯ୍ୟ ଆରମ୍ଭ ଲାଗି ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିବ କି ହର୍ମୁଜ୍ ପ୍ରଣାଳୀ? ଆମେରିକାର ରିପୋର୍ଟରେ ବଡ଼ ଖୁଲାସା

ନୂଆଦିଲ୍ଲୀ,୪।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ବିବାଦ ମଧ୍ୟରେ, ଆମେରିକୀୟ ଗୁଇନ୍ଦା ରିପୋର୍ଟରେ ଦାବି କରାଯାଇଛି ଯେ ଇରାନ ଶୀଘ୍ର ହର୍ମୁଜ୍ ପ୍ରଣାଳୀକୁ ପୁନର୍ବାର ଖୋଲିବାର ସମ୍ଭାବନା ନାହିଁ । ଏହାର…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ପୋଲ ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଆଉ ତା’ପରେ ଘଟିଲା

ଲୋଇସିଂହା,୪।୪(ସୁଶାନ୍ତ ବାରିକ) ବରଗଡ-ବଲାଙ୍ଗୀର ୨୬ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ ପୋଲ ତଳକୁ ଏକ ସିମେଣ୍ଟ ବୋଝେଇ ଟ୍ରକ ଖସି ପଡ଼ିଛି। ଦୁର୍ଘଟଣାସ୍ଥଳରେ ଜଣେ…

ଖୁସି ଖବର! ହର୍ମୁଜ ପାର୍ ହୋଇ ଭାରତ ଆସୁଛି ତେଲ-ଗ୍ୟାସ ଜାହାଜ, କମିଯିବକି ଦର?

ନୂଆଦିଲ୍ଲୀ,୪।୪: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଭାରତ ପାଇଁ ଏକ ଆଶ୍ବସ୍ତିକର ଖବର ଅଛି । ଭାରତୀୟ ପତାକା ଲାଗିଥିବା ଜାହାଜ ସହିତ, ଅନ୍ୟ ତିନୋଟି ଜାହାଜ ସଫଳତାର…

ଟ୍ରମ୍ପଙ୍କୁ ବଡ଼ ଝଟକା: ପାକିସ୍ତାନରେ ଆଲୋଚନା କରିବାକୁ ମନା କଲା ଇରାନ, ୪୮ ଘଣ୍ଟାର ଅସ୍ତ୍ରବିରତି ସର୍ତ୍ତକୁ କଲା ପ୍ରତ୍ୟାଖ୍ୟାନ

ଓ୍ବାଶିଂଟନ୍‌,୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ପାଇଁ ପାକିସ୍ତାନ, କାତାର ଏବଂ ତୁର୍କୀ ଦ୍ୱାରା ମଧ୍ୟସ୍ଥତା ପାଇଁ କରାଯାଇଥିବା ପ୍ରୟାସ ବିଫଳ ହୋଇଛି, କାରଣ ଇରାନ…

ଛାତିଥରା ଦୁର୍ଘଟଣା; ଭାରସାମ୍ୟ ହରାଇ କୂଅରେ ପଡିଗଲା କାର୍, ଗୋଟିଏ ପରିବାରର ୯ ମୃତ

ମୁମ୍ବାଇ,୪ା୪: ମହାରାଷ୍ଟ୍ରର ନାଶିକରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏକ କାର ନିୟନ୍ତ୍ରଣ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ପାଣି ଭର୍ତ୍ତି କୂଅରେ…

ବିପଦପୂର୍ଣ୍ଣ ଅବସ୍ଥାରେ ଟ୍ରାନ୍ସଫର୍ମର: ଅଭିଯୋଗ ପରେ ବି ଶୁଣୁନାହାନ୍ତି ବିଭାଗୀୟ ଅଧିକାରୀ

ଗଞ୍ଜାମ,୪।୪(ଅନାଥ ତରାଇ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ସୂର୍ଯ୍ୟନାରାୟଣପୁର ଓଡ଼ିଆର୍ପି କଲୋନୀରେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ଟ୍ରାନ୍ସଫର୍ମର। ଇଲେକ୍ଟ୍ରି ଟ୍ରାନ୍ସଫର୍ମର ସ୍ଥାନୀୟ ବାସିନ୍ଦା ସୁଦର୍ଶନ ପ୍ରଧାନଙ୍କ…

ସାଙ୍ଗମାନଙ୍କ ସହ ମିଶି ଗାଧୋଇବାକୁ ଯାଇଥିଲେ ନାବାଳକ, ଖସିଗଲା ଗୋଡ, ଖୋଜାଖୋଜି ପରେ ମିଳିଲା…

ଆନନ୍ଦପୁର/ହାଟଡିହି,୪l୪ (ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାଏକ ): ବୈତରଣୀ ନଦୀରେ ବୁଡ଼ିଯାଇ କେନ୍ଦୁଝର ଜିଲା ରାମଚନ୍ଦପୁରୁ ଥାନା ଅନ୍ତର୍ଗତ ଅଞ୍ଜିରା ଗ୍ରାମର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri