Advertisement
Posted inଜାତୀୟ

ମୋଦିଙ୍କୁ ହିଟଲରଙ୍କ ସହ ତୁଳନା କଲେ ସିଦ୍ଦରମୈୟା

ବେଙ୍ଗାଲୁରୁ,୨୨।୧: ଚଳିତବର୍ଷ କର୍ନାଟକରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ନେତାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ତୀବ୍ର ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭେଟେରାନ କଂଗ୍ରେସ ନେତା ସିଦ୍ଦରମୈୟା ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ ମୋଦିଙ୍କୁ ହିଟ୍‌ଲରଙ୍କ ସହ ତୁଳନା କରିଛନ୍ତି। ତାଙ୍କ ମନ୍ତବ୍ୟକୁ ନେଇ ଭାଜପା ଅସନ୍ତୋଷ ବ୍ୟକ୍ତ କରିଛି।
ବର୍ତ୍ତମାନ ସିଦ୍ଦରମୈୟାଙ୍କ ବିବାଦୀୟ ମନ୍ତବ୍ୟ ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଭାଜପା କଂଗ୍ରେସ ଦଳକୁ କହିଛି। ଭାଜପା ନେତା ତଥା କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ସିଦ୍ଦରମୈୟ ଖାଗେର୍ର୍ଙ୍କୁ ଦଳର ସଭାପତି ଭାବରେ ଗ୍ରହଣ କରିବାକୁ ମଧ୍ୟ ପ୍ରସ୍ତୁତ ନୁହଁନ୍ତି। କଂଗ୍ରେସ ତାଙ୍କ ମନ୍ତବ୍ୟ ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ଉଚିତ।
ସୂଚନାଯୋଗ୍ୟ, ଉଡୁପିରେ ସିଦ୍ଧରମୈୟା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହିଟଲରଙ୍କ ସହ ତୁଳନା କରିଛନ୍ତି। ସେ କହିଛନ୍ତି,ଲୋକମାନେ ତାଙ୍କୁ ଭବିଷ୍ୟତରେ ବିଶ୍ୱାସ କରିବେ ନାହିଁ। ତାଙ୍କର ସମୟ ଆଉ ମାତ୍ର କିଛି ଦିନ। ଭାଜପା ଆଉ କ୍ଷମତାକୁ ଆସିବ ନାହିଁ। ହିଟଲରଙ୍କ ସହିତ କ’ଣ ହେଲା। ତାହା ହିଁ ମୋଦିଙ୍କ ସହ ଘଟିବ।


Enter your email to get our daily news in your inbox.

All Right Reserved By Dharitri.Com

୧୨୫ ଦିନ ପରେ ଦୈନିକ ସଂକ୍ରମଣ ସର୍ବନିମ୍ନ…

ନୂଆଦିଲ୍ଲୀ,୨୦।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦୈନିକ ସଂକ୍ରମଣ...

ମୋଦିଙ୍କ ସହିତ ଗୁପ୍ତବୈଠକ: ମିଳିମିଶି କାମ କରିବାକୁ ମନା କରିଥିଲେ ଶରଦ ପାଓ୍ବାର !

ନୂଆଦିଲ୍ଲୀ,୩।୧୨: ମହାରାଷ୍ଟ୍ରରେ ସରକାର ଗଠନ ନେଇ ସଙ୍କଟ ଦେଖାଦେଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ଭେଟିଥିଲେ। ଏହି ଗୁପ୍ତବୈଠକରେ କେଉଁ କେଉଁ...

ଏଏପି ନେତା ବିଜୟ ନାୟାର, ବ୍ୟବସାୟୀ ଅଭିଷେକ ବୋଇନପଲ୍ଲୀଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ,୧୪ ।୧୧: ଲିକର ପଲିସି ମାମଲାରେ ଆମ ଆଦମୀ ପାର୍ଟି(ଏଏପି)ର ଚିନ୍ତା କମିବାର ନାଁ ନେଉନି । ମିଡିଆ ରିପୋର୍ଟ ଅନୁଯାୟୀ,  ଏଏପି ନେତା ବିଜୟ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ

ନୂଆଦିଲ୍ଲୀ,୧୨ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ସମୟ ସମୟରେ ସେ ସାମାଜିକ ସମସ୍ୟାକୁ ନେଇ ନିଜ ମତ ରଖିଥିବା...

ଆର୍‌ଏସ୍‌ଏସ୍‌କୁ ଏକବିଂଶ ଶତାବ୍ଦୀର କୌରବ କହିଲେ ରାହୁଲ

ଚଣ୍ଡିଗଡ଼,୧୦।୧: ଭାରତ ଯୋଡ଼ୋ ଯାତ୍ରାରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ ପରୋକ୍ଷରେ ସମାଲୋଚନା କରିଛନ୍ତି। ଆର୍‌ଏସ୍‌ଏସ୍‌ ନାଁ...

କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ: କମିଲା ଇଣ୍ଟରନେଟ୍‌ ସ୍ପିଡ୍‌

ନୂଆଦିଲ୍ଲୀ,୨୩।୩: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଜାରି ହୋଇଛି। ବହୁ କାର୍ଯ୍ୟାଳୟ ସେମାନଙ୍କ କର୍ମଚାରୀଙ୍କୁ ଘରେ ରହି କାମ...

ପୋଷଣ ଯୋଜନା ଲାଭ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ, ୩୦ା୬: କେନ୍ଦ୍ର ସରକାରଙ୍କ ପୋଷଣ ଯୋଜନାର ଲାଭ ପାଇବା ପାଇଁ ପିଲାଙ୍କ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ। ଗୁରୁବାର ମହିଳା ଓ ଶିଶୁ ବିକାଶ...

ବୁର୍ଖାପିନ୍ଧା ଛାତ୍ରୀଙ୍କୁ କଲେଜରେ ପ୍ରବେଶ ଅନୁମତି ମିଳିଲାନି

ମୋରଦାବାଦ,୧୯।୧: ଉତ୍ତରପ୍ରଦେଶର ମୋରଦାବାଦସ୍ଥିତ ଏକ କଲେଜରେ ବୁର୍ଖା ପିନ୍ଧି ଆସିଥିବା କେତେଜଣ ଛାତ୍ରୀଙ୍କୁ ପ୍ରବେଶ ଅନୁମତି ଦିଆ ନ ଯିବାରୁ ଏହାକୁ ନେଇ ଗୁରୁବାର ପୁଣିଥରେ...

Advertisement
Archives

Model This Week