Categories: ଖେଳ

ସ୍ବର୍ଣ୍ଣ ଜିତିଲା ଭାରତୀୟ ପୁରୁଷ ହକି ଟିମ୍‌

ହାଙ୍ଗଝୋ,୬।୧୦: ଭାରତୀୟ ପୁରୁଷ ହକି ଟିମ୍‌ ଏସିଆନ୍‌ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଛି। ଫାଇନାଲରେ ଜାପାନକୁ ୫-୧ ଗୋଲରେ ପରାସ୍ତ କରି ଚତୁର୍ଥ ଥର ଲାଗି ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଛି। ଏଥିସହ କୋଚ୍‌ କ୍ରେଗ୍‌ ଫୁଲ୍ଟନଙ୍କ ଦଳ ପ୍ୟାରିସ ଅଲିମ୍ପିକ୍ସ ୨୦୧୪ ଲାଗି ଯୋଗ୍ୟତା ଅର୍ଜନ କରିଛି। ତେବେ ଏସିଆନ ଗେମ୍ସରେ ଏହା ହେଉଛି ଭାରତର ୨୨ତମ ସ୍ବର୍ଣ୍ଣ ପଦକ। ୨୦୧୮ରେ ଜାପାନ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ଭାରତୀୟ ଦଳ ବ୍ରୋଞ୍ଜରେ ସନ୍ତୁଷ୍ଟ ରହିଥିଲା।

ନିକଟରେ ଦାୟିତ୍ୱ ଗ୍ରହଣ କରିଥିବା କୋଚ୍‌ ଫୁଲ୍ଟନଙ୍କ ନେତୃତ୍ୱରେ ଭାରତ ୩ ମାସ ମଧ୍ୟରେ ଦ୍ୱିତୀୟ ବଡ଼ ସଫଳତା ହାସଲ କରିଛି। ପୂର୍ବରୁ ଭାରତ ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫି ଜିତିଥିଲା। ଏଥର ଏସିଆନ୍‌ ଗେମ୍ସରେ ସ୍ବର୍ଣ୍ଣ ଜିତି ଭାରତ ଏସୀୟ ହକିରେ ନିଜର ପ୍ରାଧାନ୍ୟ ହାସଲ କରିଛି। ଏହା ଦଳକୁ ଅଲିମ୍ପିକ୍ସକୁ ସିଧାସଳଖ ଟିକେଟ ଦେଇଛି। ୨୦୧୮ରେ ଭାରତକୁ ଯୋଗ୍ୟତା ଟୁର୍ନାମେଣ୍ଟ ଖେଳିବାକୁ ପଡ଼ିଥିଲା। ହେଲେ ଏବେ ଏହାର କୌଣସି ଆବଶ୍ୟକତା ରହିବ ନାହିଁ।

Share