Categories: ଜାତୀୟ

ଟେରର ଫଣ୍ଡିଂ ଲିଙ୍କ୍‌ରେ ଏସ୍‌ଆଇଏର ଚଢାଉ

ଶ୍ରୀନଗର,୩।୨: ଟେରର ଫଣ୍ଡିଂ ଲିଙ୍କ୍‌ରେ ରାଜ୍ୟ ଅନୁସନ୍ଧାନ ଏଜେନ୍ସି (ଏସ୍‌ଆଇଏ) ଶୁକ୍ରବାର ଶ୍ରୀନଗରର ବିଭିନ୍ନ ଅଞ୍ଚଳରେ ଚଢାଉ ଆରମ୍ଭ କରିଛି। ଅଧିକାରୀମାନେ ପରିମ୍ପୋରା, ଜଓ୍ବାହର ନଗର, ନଟିପୁରା, ବୁଲବୁଲ ବାଗ ଅଞ୍ଚଳରେ ଏସ୍‌ଆଇଏ ଚଢାଉ କରି ତଦନ୍ତ ଆରମ୍ଭ କରିଛି।

ଏସଆଇଏ ଟିମ୍‌ ସହ ସ୍ଥାନୀୟ ପୋଲିସ ଏବଂ ସିଆର୍‌ପିଏଫ୍‌ ଯବାନ ଚଢାଉରେ ସାମିଲ ହୋଇଛନ୍ତି। ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ଓ ବିଦେଶୀ ଲିଙ୍କ୍‌ର ତଦନ୍ତ ନେଇ ଶୁକ୍ରବାର ସକାଳୁ ଏହି ଚଢ଼ାଉ ଜାରି ରଖିଥିବା ନେଇ ଜଣେ ଅଧିକାରୀ କହିଛନ୍ତି।

Share