SI ପରୀକ୍ଷା ସ୍କାମ: ବିଜେଡିର ସାଂଘାତିକ ଖୁଲାସା, ମାଷ୍ଟରମାଇଣ୍ଡ ସହ ମୁଖ୍ୟମନ୍ତ୍ରୀଙ୍କ ଫଟୋ

ଭୁବନେଶ୍ୱର,୩।୧୦: SI ପ୍ରଶ୍ନପତ୍ର ଲିକ ଘଟଣାରେ ବିଜେଡି ଭାଜପା ସରକାରଙ୍କୁ କଡ଼ା ଟାର୍ଗେଟ କରିଛି। ପେପର୍‌ ଲିକ ଘଟଣାରେ କିଏ ସମ୍ପୃକ୍ତ ତାହା ଜାଣିବାକୁ ବିଜେଡି ମୁଖ୍ୟମନ୍ତ୍ରୀଙ୍କୁ ସିଧା ପ୍ରଶ୍ନ କରିଛି।

ସୂଚନା ଅନୁଯାୟୀ, ଶଙ୍କର ପୃଷ୍ଟିଙ୍କ କମ୍ପାନୀ ପଞ୍ଚସଫ୍ଟ ପରୀକ୍ଷା ପ୍ରକ୍ରିୟାରେ ଦାୟିତ୍ୱ ଦିଆଯାଇଥିଲା। ଯାହାକୁ ନେଇ ପେପର୍‌ ଲିକ ସମ୍ପର୍କିତ ସନ୍ଦେହ ସୃଷ୍ଟି ହୋଇଛି। ରାଜ୍ୟରେ ଶେଷ ୧୫ ମାସ ଭିତରେ ୧୬ ଥର ପେପର୍‌ ଲିକ ଘଟଣା ଘଟିଛି ବୋଲି ବିଜେଡି ସାମ୍ବାଦିକ ସମ୍ମିଳନୀରେ କହିଛି।

ଶଙ୍କର ପୃଷ୍ଟି ଗିଫ୍ଟ କରିଛନ୍ତି ଫର୍ଚୁନର। ଏଥିସହ ଶଙ୍କରଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ହିଞ୍ଜିଳି ବିଧାନସଭା ଭାଜପା ପ୍ରାର୍ଥୀଙ୍କ ଫଟୋ ମଧ୍ୟ ବିଜେଡି ଦେଖାଇଛି। ଏହା ରାଜନୈତିକ ସମ୍ପର୍କକୁ ସୂଚିତ କରୁଛି ବୋଲି ବିଜେଡି ଦାବି କରିଛି। ଭାଜପା ଲୋକ ସାମିଲ ଥିଲେ କ’ଣ ଦୋଷୀଙ୍କୁ ଧରିଥାନ୍ତୁ ନା ପରୀକ୍ଷା ବାତିଲ କରିଥାନ୍ତୁ ବୋଲି ବିଜେପି କହିଥିବା କଥାକୁ କଟାକ୍ଷ କରିଛି ବିଜେଡି । ଏହି ପ୍ରସଙ୍ଗରେ ଜବାବ ରଖିଛି ଭାଜପା , ପ୍ରଶ୍ନପତ୍ର ଲିକ୍ ପୁରୁଣା ରୋଗ ପାଲଟିଯାଇଥିବା କହିଛନ୍ତି ଭାଜପା ସଭାପତି ମନମୋହନ ସାମଲ । ଶାସକ ଦଳର ସଂମ୍ପୃକ୍ତି ଥିଲେ ପରୀକ୍ଷା କାହିଁ ବନ୍ଦ ହୋଇଥାନ୍ତା ବୋଲି ପ୍ରଶ୍ନ କରିଛନ୍ତି ମନମୋହନ ସାମଲ ।

ରାଜ୍ୟରେ ଚାକିରି ବିକ୍ରି ଚାଲିଥିବାରୁ ମେଧାବୀଙ୍କ ମନରେ ଆଶଙ୍କା ବଢ଼ିଥିବା କହିଛି କଂଗ୍ରେସ । ରାଜ୍ୟରେ ଟଙ୍କା ଦିଅ ଚାକିରୀ ନିଅ ବ୍ୟବସ୍ଥାରେ କେବେ ପୂର୍ଣଛେଦ ପଡ଼ିବ ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

ପୋଲିସ SI ପରୀକ୍ଷା ମହାଘୋଟାଲାରେ ସାମ୍ନାକୁ ଆସିଲା ବଡ଼ ଅପଡେଟ୍‌। ୧୧୪ ଜଣ ପରୀକ୍ଷାର୍ଥୀ ଓ ୩ ଦଲାଲ ଗିରଫ ପରେ ତତ୍ପରତା। ପ୍ରାଥମିକ ତଦନ୍ତ ଅନୁସାରେ ଶଙ୍କର ପୃଷ୍ଟି ଓ ମୁନା ମହାନ୍ତିଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦୁହେଁ ସ୍ପେଶାଲ କୋଚିଂ ପାଇଁ ରାଜ୍ୟ ବାହାରକୁ ନେଉଥିବା ଅଭିଯୋଗ ହୋଇଛି। ପ୍ରତ୍ୟେକଙ୍କ ଠାରୁ ୨୫ ଲକ୍ଷ ଟଙ୍କା ନେବାକୁ ଡିଲ ହୋଇଥିଲା। ଦୁହେଁ ପରୀକ୍ଷାର୍ଥୀଙ୍କ ସବୁ ଅରିଜନାଲ ସାର୍ଟିଫିକେଟ ନେଇଯାଇଥିଲେ। ୯୩୩ ପୋଷ୍ଟ ପାଇଁ ବାହାରିଥିଲା ବିଜ୍ଞାପନ; କୋଟି କୋଟି ଟଙ୍କାର ଡିଲ ହୋଇଥିଲା।

ବୁଧବାର ବ୍ରହ୍ମପୁର ପୋଲିସ ଜିଲା ଗୋଳନ୍ଥରା ଥାନା ପୋଲିସ ପର୍ଦ୍ଦାଫାଶ କରିବା ସହ ପୋଲିସ ୧୧୪ ପରୀକ୍ଷାଥି ଓ ତିନି ଦଲାଲଙ୍କୁ ଗିରଫ କରିଥିବା ନେଇ ପୋଲିସ ସୂଚନା ଦେଇଛି । ଅପରପକ୍ଷେ ଏହି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରିବ ବୋଲି ସୂଚନା ମିଳିଛି ।

କଟକ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ୨ଜଣଙ୍କୁ ଜେରା କରାଯାଉଛି , ଏହାସହ ଚାଲିଛି ଲମ୍ବା ତାଲିକା ପ୍ରସ୍ତୁତ । ଦୁଇ ଜଣଙ୍କୁ କଟକ କ୍ରାଇମବ୍ରାଞ୍ଚରେ ଜେରା କରୁଛି କ୍ରାଇମବ୍ରାଞ୍ଚ ଟିମ୍ , ଆଗକୁ ମିଳିପାରେ ଆଉ କିଛି ଲିଙ୍କ୍‌ । କ୍ରାଇମବ୍ରାଞ୍ଚ ସ୍କାନରରେ ଏକାଧିକ ଦଲାଲ ରହିଛନ୍ତି । ସେପଟେ ବ୍ରହ୍ମପୁର ଜେଲରେ ଗିରଫ ଆଶାୟୀଙ୍କ ପରିବାର ଲୋକଙ୍କ ଭିଡ଼ । ଜେଲରେ ପୁଅ, ଝିଅକୁ ଭେଟିବାକୁ ଆସିଛନ୍ତି ପରିବାର ଲୋକ । ଗତ ୧ ତାରିଖରେ ଗିରଫ ହୋଇଥିଲେ ୧୧୪ ଆଶାୟୀ । ଆଶାୟୀଙ୍କୁ ଛାଡ଼ି ଦଲାଲଙ୍କୁ ଧରିବାକୁ ପରିବାର ଲୋକଙ୍କ ଦାବି କରିଛନ୍ତି । ଆନ୍ଧ୍ରପ୍ରଦେଶ ଯାଉଥିବାବେଳେ ସୀମାରୁ ଆଶାୟୀ ଓ ୩ ଦାଲଲଙ୍କୁ ଧରିଥିଲା ବ୍ରହ୍ମପୁର ପୁଲିସ ।


Enter your email to get our daily news in your inbox.

All Right Reserved By Dharitri.Com

Ruturaj Gaikwad Net Worth: ୨୯ ବର୍ଷରେ ପଦାର୍ପଣ କଲେ ଋତୁରାଜ ଗାୟକଓ୍ବାଡ, ଜାଣନ୍ତୁ କେତେ ଧନୀ CSK କ୍ୟାପଟେନ

ନୂଆଦିଲ୍ଲୀ,୩୧।୧: ଋତୁରାଜ ଗାୟକୱାଡ ଆଜି ତାଙ୍କର ୨୯ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ଭାରତ ପାଇଁ ODI ଏବଂ T20 ରେ ୩୨ ଟି ଅନ୍ତର୍ଜାତୀୟ ମ୍ୟାଚ…

ଯୋଗାଣ ମନ୍ତ୍ରୀଙ୍କ ବାସଭବନରୁ ସହାୟକଙ୍କ ମୃତ୍ୟୁ ନେଇ ସନ୍ଦେହ: ରାତି ଅଧିଆ ଶବ ବ୍ୟବଛେଦକୁ ନେଇ ଉଠୁଛି ପ୍ରଶ୍ନ

ଭୁବନେଶ୍ୱର,୩୧।୧(ତ୍ରିନାଥ ମହାନ୍ତି): ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ କୃଷ୍ଣ ପାତ୍ରଙ୍କ ସରକାରୀ କ୍ବାର୍ଟରରୁ ଘରୋଥ ସହାୟକଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ସନ୍ଦେହ ବଢିଛି। ଆହୁରି…

T20 World Cup ପାଇଁ ଆରମ୍ଭ ହେଲା କାଉଣ୍ଟ ଡାଉନ, ICC ରିଲିଜ କଲା Anthem song

ନୂଆଦିଲ୍ଲୀ,୩୧।୧: ICC ପୁରୁଷ T20 ବିଶ୍ୱକପ 2026 ଫେବୃଆରୀ ୭ରେ ଆରମ୍ଭ ହେବ। ଶ୍ରୀଲଙ୍କା ଭାରତ ସହିତ ଏହି ଟୁର୍ଣ୍ଣାମେଣ୍ଟର ସହ-ଆୟୋଜନ କରୁଛି। ମୋଟ ୨୦ଟି ଦଳ…

ବାଲ୍ୟ ବିବାହ ପାଇଁ ଚାଲିଥିଲା ପ୍ରସ୍ତୁତି, ପହଞ୍ଚିଗଲା ପ୍ରଶାସନ: ଆଉ ତା’ପରେ…

ଲୋଇସିଂହା,୩୧।୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଳକ ନଅଗାଁ(କ) ଗ୍ରାମରେ ଫେବୃଆରୀ ୨ରେ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ଶନିବାର ରୋକିଛି ଜିଲା ପ୍ରଶାସନ। ଜିଲା…

ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ହେବା ନେଇ ଏମିତି କହିଦେଲେ ଶରଦ ପାଓ୍ବାର: ତେଜିଲା ବିବାଦ

ପୁଣେ,୩୧।୧: ମହାରାଷ୍ଟ୍ରର ରାଜନୀତିର ଚକ ପୁଣି ଥରେ ଘୂର୍ଣ୍ଣନ ଆରମ୍ଭ କରିଛି। ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ପରେ ପରିବର୍ତ୍ତିତ ପରିସ୍ଥିତି ରାଜନୈତିକ କାର୍ଯ୍ୟକଳାପକୁ…

ଆକ୍ସନ୍‌ ମୋଡ୍‌ରେ ଉଚ୍ଚଶିକ୍ଷା ବିଭାଗ: କ୍ଲାସ ନ କରି ଖଟି କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୩୧।୧: ଆକ୍ସନ୍‌ ମୋଡ୍‌ରେ ଉଚ୍ଚଶିକ୍ଷା ବିଭାଗ। ଏଣିକି କଲେଜରେ କ୍ଲାସ ନ କରି ଖଟି କରୁଥିବା ଅଧ୍ୟାପକ ଅଧ୍ୟାପିକାଙ୍କ ଉପରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ। କଲେଜରେ ଅବହେଳା…

ପଦ ଛାଡିବାକୁ ଧମକ ଦେଲେ ଭାରତୀୟ ହକି ଦଳର କୋଚ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୩୧।୧: ଭାରତୀୟ ହକି ଦଳରେ ବିଦ୍ରୋହ ଦେଖାଯାଇଛି। ଭେଟେରାନ ମିଡ୍‌ ଫିଲ୍ଡର ମନପ୍ରୀତ ସିଂଙ୍କୁ ଦଳରୁ ବିଦା କରିବାକୁ ନେଇ ଦେଖାଦେଇଛି କନ୍ଦଳ। ଭାରତୀୟ ହକି ଦଳର…

ଆଜିଠୁ ବିଶ୍ୱପ୍ରସିଦ୍ଧ ମାଘମେଳା: ସନ୍ଧ୍ୟା ୫ଟାରେ ଜଳିବ ଝାଡ଼ଦୀପ

ଢେଙ୍କାନାଳ,୩୧ା୧(ରତନ ନାୟାର):ବିଶ୍ୱପ୍ରସିଦ୍ଧ ମହିମା ଧର୍ମର ପୀଠ ଢେଙ୍କାନାଳ ଜିଲାର ଯୋରନ୍ଦାଠାରେ ପ୍ରସିଦ୍ଧ ମାଘମେଳା ଶନିବାରଠାରୁ ଆରମ୍ଭ ହେଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ସନ୍ଧ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri