SI ପରୀକ୍ଷା ସ୍କାମ: ବିଜେଡିର ସାଂଘାତିକ ଖୁଲାସା, ମାଷ୍ଟରମାଇଣ୍ଡ ସହ ମୁଖ୍ୟମନ୍ତ୍ରୀଙ୍କ ଫଟୋ

ଭୁବନେଶ୍ୱର,୩।୧୦: SI ପ୍ରଶ୍ନପତ୍ର ଲିକ ଘଟଣାରେ ବିଜେଡି ଭାଜପା ସରକାରଙ୍କୁ କଡ଼ା ଟାର୍ଗେଟ କରିଛି। ପେପର୍‌ ଲିକ ଘଟଣାରେ କିଏ ସମ୍ପୃକ୍ତ ତାହା ଜାଣିବାକୁ ବିଜେଡି ମୁଖ୍ୟମନ୍ତ୍ରୀଙ୍କୁ ସିଧା ପ୍ରଶ୍ନ କରିଛି।

ସୂଚନା ଅନୁଯାୟୀ, ଶଙ୍କର ପୃଷ୍ଟିଙ୍କ କମ୍ପାନୀ ପଞ୍ଚସଫ୍ଟ ପରୀକ୍ଷା ପ୍ରକ୍ରିୟାରେ ଦାୟିତ୍ୱ ଦିଆଯାଇଥିଲା। ଯାହାକୁ ନେଇ ପେପର୍‌ ଲିକ ସମ୍ପର୍କିତ ସନ୍ଦେହ ସୃଷ୍ଟି ହୋଇଛି। ରାଜ୍ୟରେ ଶେଷ ୧୫ ମାସ ଭିତରେ ୧୬ ଥର ପେପର୍‌ ଲିକ ଘଟଣା ଘଟିଛି ବୋଲି ବିଜେଡି ସାମ୍ବାଦିକ ସମ୍ମିଳନୀରେ କହିଛି।

ଶଙ୍କର ପୃଷ୍ଟି ଗିଫ୍ଟ କରିଛନ୍ତି ଫର୍ଚୁନର। ଏଥିସହ ଶଙ୍କରଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ହିଞ୍ଜିଳି ବିଧାନସଭା ଭାଜପା ପ୍ରାର୍ଥୀଙ୍କ ଫଟୋ ମଧ୍ୟ ବିଜେଡି ଦେଖାଇଛି। ଏହା ରାଜନୈତିକ ସମ୍ପର୍କକୁ ସୂଚିତ କରୁଛି ବୋଲି ବିଜେଡି ଦାବି କରିଛି। ଭାଜପା ଲୋକ ସାମିଲ ଥିଲେ କ’ଣ ଦୋଷୀଙ୍କୁ ଧରିଥାନ୍ତୁ ନା ପରୀକ୍ଷା ବାତିଲ କରିଥାନ୍ତୁ ବୋଲି ବିଜେପି କହିଥିବା କଥାକୁ କଟାକ୍ଷ କରିଛି ବିଜେଡି । ଏହି ପ୍ରସଙ୍ଗରେ ଜବାବ ରଖିଛି ଭାଜପା , ପ୍ରଶ୍ନପତ୍ର ଲିକ୍ ପୁରୁଣା ରୋଗ ପାଲଟିଯାଇଥିବା କହିଛନ୍ତି ଭାଜପା ସଭାପତି ମନମୋହନ ସାମଲ । ଶାସକ ଦଳର ସଂମ୍ପୃକ୍ତି ଥିଲେ ପରୀକ୍ଷା କାହିଁ ବନ୍ଦ ହୋଇଥାନ୍ତା ବୋଲି ପ୍ରଶ୍ନ କରିଛନ୍ତି ମନମୋହନ ସାମଲ ।

ରାଜ୍ୟରେ ଚାକିରି ବିକ୍ରି ଚାଲିଥିବାରୁ ମେଧାବୀଙ୍କ ମନରେ ଆଶଙ୍କା ବଢ଼ିଥିବା କହିଛି କଂଗ୍ରେସ । ରାଜ୍ୟରେ ଟଙ୍କା ଦିଅ ଚାକିରୀ ନିଅ ବ୍ୟବସ୍ଥାରେ କେବେ ପୂର୍ଣଛେଦ ପଡ଼ିବ ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

ପୋଲିସ SI ପରୀକ୍ଷା ମହାଘୋଟାଲାରେ ସାମ୍ନାକୁ ଆସିଲା ବଡ଼ ଅପଡେଟ୍‌। ୧୧୪ ଜଣ ପରୀକ୍ଷାର୍ଥୀ ଓ ୩ ଦଲାଲ ଗିରଫ ପରେ ତତ୍ପରତା। ପ୍ରାଥମିକ ତଦନ୍ତ ଅନୁସାରେ ଶଙ୍କର ପୃଷ୍ଟି ଓ ମୁନା ମହାନ୍ତିଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦୁହେଁ ସ୍ପେଶାଲ କୋଚିଂ ପାଇଁ ରାଜ୍ୟ ବାହାରକୁ ନେଉଥିବା ଅଭିଯୋଗ ହୋଇଛି। ପ୍ରତ୍ୟେକଙ୍କ ଠାରୁ ୨୫ ଲକ୍ଷ ଟଙ୍କା ନେବାକୁ ଡିଲ ହୋଇଥିଲା। ଦୁହେଁ ପରୀକ୍ଷାର୍ଥୀଙ୍କ ସବୁ ଅରିଜନାଲ ସାର୍ଟିଫିକେଟ ନେଇଯାଇଥିଲେ। ୯୩୩ ପୋଷ୍ଟ ପାଇଁ ବାହାରିଥିଲା ବିଜ୍ଞାପନ; କୋଟି କୋଟି ଟଙ୍କାର ଡିଲ ହୋଇଥିଲା।

ବୁଧବାର ବ୍ରହ୍ମପୁର ପୋଲିସ ଜିଲା ଗୋଳନ୍ଥରା ଥାନା ପୋଲିସ ପର୍ଦ୍ଦାଫାଶ କରିବା ସହ ପୋଲିସ ୧୧୪ ପରୀକ୍ଷାଥି ଓ ତିନି ଦଲାଲଙ୍କୁ ଗିରଫ କରିଥିବା ନେଇ ପୋଲିସ ସୂଚନା ଦେଇଛି । ଅପରପକ୍ଷେ ଏହି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରିବ ବୋଲି ସୂଚନା ମିଳିଛି ।

କଟକ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ୨ଜଣଙ୍କୁ ଜେରା କରାଯାଉଛି , ଏହାସହ ଚାଲିଛି ଲମ୍ବା ତାଲିକା ପ୍ରସ୍ତୁତ । ଦୁଇ ଜଣଙ୍କୁ କଟକ କ୍ରାଇମବ୍ରାଞ୍ଚରେ ଜେରା କରୁଛି କ୍ରାଇମବ୍ରାଞ୍ଚ ଟିମ୍ , ଆଗକୁ ମିଳିପାରେ ଆଉ କିଛି ଲିଙ୍କ୍‌ । କ୍ରାଇମବ୍ରାଞ୍ଚ ସ୍କାନରରେ ଏକାଧିକ ଦଲାଲ ରହିଛନ୍ତି । ସେପଟେ ବ୍ରହ୍ମପୁର ଜେଲରେ ଗିରଫ ଆଶାୟୀଙ୍କ ପରିବାର ଲୋକଙ୍କ ଭିଡ଼ । ଜେଲରେ ପୁଅ, ଝିଅକୁ ଭେଟିବାକୁ ଆସିଛନ୍ତି ପରିବାର ଲୋକ । ଗତ ୧ ତାରିଖରେ ଗିରଫ ହୋଇଥିଲେ ୧୧୪ ଆଶାୟୀ । ଆଶାୟୀଙ୍କୁ ଛାଡ଼ି ଦଲାଲଙ୍କୁ ଧରିବାକୁ ପରିବାର ଲୋକଙ୍କ ଦାବି କରିଛନ୍ତି । ଆନ୍ଧ୍ରପ୍ରଦେଶ ଯାଉଥିବାବେଳେ ସୀମାରୁ ଆଶାୟୀ ଓ ୩ ଦାଲଲଙ୍କୁ ଧରିଥିଲା ବ୍ରହ୍ମପୁର ପୁଲିସ ।


Enter your email to get our daily news in your inbox.

All Right Reserved By Dharitri.Com

ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି…

ଛାତ୍ରୀଛାତ୍ରଙ୍କ ନିକଟରେ ମୁଣ୍ଡ ନୁଆଇଁଲେ ଆଇଆଇଟି (IIT)ବମ୍ବେ କର୍ତ୍ତୃପକ୍ଷ; ୧୮ଟି ଦାବି ନେଇ ସହମତି, ପ୍ରଫେସର ନିଲମ୍ବିତ

ମୁମ୍ବାଇ,୨୧।୯: ଆଇଆଇଟି (IIT) ବମ୍ବେର ଏକ ହଷ୍ଟେଲରେ ୨୦ ବର୍ଷୀୟ ଛାତ୍ର ସାହିଲ ୱାକୋଡେଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଛାତ୍ରୀଛାତ୍ରମାନେ ଗତ ତିନି ଦିନ ଧରି ବିକ୍ଷୋଭ…

ବାଲେଶ୍ୱରରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା ଶାନ୍ତି ରେଷ୍ଟୁରାଣ୍ଟ

ବାଲେଶ୍ୱର, ୨୧ା୯( ବାଞ୍ଛାନିଧି ଦେ): ହୁତୁ ହୁତୁ ହୋଇ ଜଳୁଛି ରେଷ୍ଟୁରାଣ୍ଟ । ବାଲେଶ୍ୱର ଓଟି ରୋଡ୍‌ରେ ଥିବା ଶାନ୍ତି ରେଷ୍ଟୁରାଣ୍ଟରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି…

ଆଜି ରାତି ୧୦:୪୫ରେ ନକ୍ଷତ୍ର ପରିବର୍ତ୍ତନ କରିବେ ବୁଧ, ଏହି ୪ଟି ରାଶିର ଚମକି ଉଠିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଗୋଚର ଓ ନକ୍ଷତ୍ର ପରିବର୍ତ୍ତନକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଜ୍ୟୋତିଷଙ୍କ ମତ ଅନୁସାରେ, କୌଣସି ବଡ଼ ଗ୍ରହ ନିଜ ସ୍ଥାନ କିମ୍ବା…

ରିଷିଡ଼ା କନ୍ଧପଡ଼ାରେ ମରଣଯନ୍ତା ସାଜିଛି ବିପଦପୂର୍ଣ୍ଣ ଟ୍ରାନ୍ସଫର୍ମର, ମରାମତି ନହେଲେ ଆନ୍ଦୋଳନ…

ରିଷିଡ଼ା,୨୧ା୯(ସୁଶାନ୍ତ ମଲ୍ଲିକ): ବିପଦ ସଙ୍କୁଳ ଅବସ୍ଥାରେ ଝୁଲୁଛି ମୃତ୍ୟୁର ଫାଶ । ତାର ଗୁଡ଼ିକ ତଳକୁ ଲମ୍ବିଛି, ହେଲେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ…

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

ପୁଣି ରାଜଧାନୀରେ ଫୁଟିଲା ଗୁଳି, ଫେସ୍‌ବୁକ୍‌ ଲାଇଭ୍‌ରେ ବିବାଦୀୟ ମନ୍ତବ୍ୟ ପରେ…

ଭୁବନେଶ୍ୱର,୨୧ା୯: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ଏହି ଥାନା ଅଞ୍ଚଳରେ ଫୁଟିଛି ଗୁଳି। ଗଣେଶ ପୂଜାର ବିସର୍ଜନ ଉତ୍ସବ, ଆଉ ନାଚଗୀତରେ…

ଭାଜପାକୁ ବଡ଼ ଝଟକା, ଦଳ ଛାଡ଼ିଲେ ପୁନାଓ୍ବାଲା ହେଲେ କାହିଁକି? ଜାଣନ୍ତୁ ଏହାର ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କ ଦଳ ଛାଡ଼ିବା ପଛର ପ୍ରକୃତ କାରଣ କ’ଣ ଥିଲା? ସେ ଏହି ବିଷୟରେ ଖୋଲାଖୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?