ଝିଅ ସାମ୍ନାରେ ଅଭିନେତ୍ରୀଙ୍କୁ ପିଟୁଥିଲେ ସ୍ବାମୀ

ବମ୍ବେ: ଅଭିନୟ ସହ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଛୋଟ ପରଦାର ହିଟ୍‌ ଅଭିନେତ୍ରୀ ଶ୍ୱେତା ତିଓ୍ବାରୀ। ଭୋଜପୁରୀ ସମେତ ବଲିଉଡ୍‌ ଫିଲ୍ମରେ କାମ କରିଥିବା ଶ୍ୱେତା ଦୁଇ ଦୁଇ ଥର ବିବାହ କରିଥିଲେ ହେଁ ହୋଇଛନ୍ତି ବିଫଳ। ଜୀବନସାଥୀ ଚୟନରେ ସେ କରିଥିବା ଭୁଲକୁ ନେଇ ସେ ପଶ୍ଚାତାପ କରୁଛନ୍ତି। ହେଲେ ତାଙ୍କ ପିଲାମାନଙ୍କ କଷ୍ଟ ତାଙ୍କୁ ଭାଙ୍ଗି ଦେଉଛି ବୋଲି ଶ୍ୱେତା ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି।

ପ୍ରଥମ ବିବାହରୁ ଶ୍ୱେତାଙ୍କର ଏକ କନ୍ୟା ପଲକ ରହିଥିବା ବେଳେ ଦ୍ୱିତୀୟ ବିବାହରୁ ଏକ ପୁଅ ରହିଛି। ଉଭୟଙ୍କୁ ବହୁତ ଭଲ ପାଆନ୍ତି ଶ୍ୱେତା। ଝିଅ ପଲକଙ୍କୁ ଯେତେବେଳେ ଛଅ ବର୍ଷ ହୋଇଥିଲା ସେତେବେଳେ ସେ ମା’ଙ୍କ ଉପରେ ଘରୋଇ ହିଂସା ହେଉଥିବା ଦେଖିଥିଲେ। କାରଣ ଶ୍ୱେତାଙ୍କୁ ପ୍ରଥମ ସ୍ବାମୀ ରାଜା ଚୌଧୁରୀ ମାର୍‌ପିଟ୍‌ କରୁଥିଲେ। ଏହାପରେ ଅଭିନେତ୍ରୀ ଜୀବନର ବଡ଼ ପଦକ୍ଷେପ ନେଇଥିଲେ। ଉଭୟ ପୁଅଝିଅ ଛୋଟ ହୋଇଥିବା ବେଳେ ପୋଲିସ, କୋର୍ଟ ଭଳି ସ୍ଥାନକୁ ଯାଇଛନ୍ତି। ମା’ ଭାବେ କିଭଳି ସେ ନିଜ ସନ୍ତାନମାନଙ୍କୁ ସମ୍ଭାଳିବେ ତଥା ସେସବୁ ବିଷୟରେ ବୁଝାଇବେ ଜାଣିପାରି ନ ଥିବା ଶ୍ୱେତା କହିଛନ୍ତି।

ରାଜାଙ୍କୁ ଛାଡ଼ପତ୍ର ଦେବା ପରେ ୨୦୧୩ରେ ଅଭିନବ କୋହଲୀଙ୍କୁ ବିବାହ କରିଥିଲେ ଶ୍ୱେତା। ୨୦୧୬ରେ ଉଭୟଙ୍କ ପୁଅ ରିୟାଂଶ ହୋଇଥିଲା। ପ୍ରଥମ ବିବାହର ଦୁଃଖ ଭୁଲିଯିବେ ବୋଲି ଭାବିଥିବା ଶ୍ୱେତା ପୁଣିଥରେ ସମାନ ଭାବେ ଘରୋଇ ହିଂସାର ସମ୍ମୁଖୀନ ହୋଇଥିଲେ। ଶେଷରେ ସେ ଦ୍ୱିତୀୟ ସ୍ବାମୀଙ୍କଠାରୁ ମଧ୍ୟ ଅଲଗା ହୋଇଛନ୍ତି।

Share