ଶ୍ୱେତାଙ୍କ ନାଁରେ ମାମଲା ରୁଜୁ

ଟେଲିଭିଜନ ଜଗତର ପ୍ରସିଦ୍ଧ ଅଭିନେତ୍ରୀ ଶ୍ୱେତା ତିୱାରୀ ବିବାଦୀୟ ମନ୍ତବ୍ୟ ଦେଇ ଫଶିଯାଇଛନ୍ତି। ତାଙ୍କ ଅନ୍ତଃବସ୍ତ୍ର ସାଇଜ୍‌ ଭଗବାନ ନେଉଛନ୍ତି ବୋଲି ନିକଟରେ ସେ କହିଛନ୍ତି। ଏନେଇ ଶ୍ୱେତାଙ୍କ ନାଁରେ ଏକ ମାମଲା ରୁଜୁ ହୋଇଛି। ଭୋପାଳର ଶ୍ୟାମଳା ହିଲ୍ସ ପୋଲିସ ଷ୍ଟେଶନରେ ଶ୍ୱେତାଙ୍କ ବିରୋଧରେ ଆଇପିସି ଧାରା ୨୯୫(ଏ)ରେ ମାମଲା ହୋଇଛି।
ନିକଟରେ ଶ୍ୱେତା ତିୱାରୀ ତାଙ୍କ ଆଗାମୀ ୱେବ ସିରିଜ ପାଇଁ ଭୋପାଳରେ ପହଞ୍ଚିଥିଲେ। ସେଠାରେ ସେ ତାଙ୍କର ପୁରା ଦଳ ସହିତ ଏକ ଖବରଦାତା ସମ୍ମିଳନୀରେ ଭାଗ ନେଇଥିଲେ। ଏଠାରେ ଶ୍ୱେତା କହିଛନ୍ତି, ଭଗବାନ ମୋ ଅନ୍ତଃବସ୍ତ୍ର ସାଇଜ ନେଉଛନ୍ତି। ସେବେଠାରୁ ସୋସିଆଲ ମିଡିଆରେ ଶ୍ୱେତାଙ୍କୁ ଟାର୍ଗେଟ କରାଯାଉଛି। ଶ୍ୱେତାଙ୍କ ଏହି କଥା ହିନ୍ଦୁ ଧର୍ମର ଲୋକଙ୍କ ଭାବନାରେ ଆଘାତ ଲାଗିଛି। ଏଭଳି ବିବାଦୀୟ ବିବୃତ୍ତି ସଂପର୍କରେ ହିନ୍ଦୁ ସଂଗଠନ ଏକ ମୋର୍ଚ୍ଚା ଖୋଲିଛି। ହିନ୍ଦୁ ସଂଗଠନ ଚେତାବନୀ ଦେଇଛି, ଶ୍ୱେତା ତାଙ୍କ ମନ୍ତବ୍ୟ ପାଇଁ ଜନସାଧାରଣଙ୍କ ନିକଟରେ କ୍ଷମା ମାଗନ୍ତୁ, ନଚେତ୍‌ ଭୋପାଳରେ ୱେବ ସିରିଜର ଶୁଟିଂ କରିବାକୁ ଦିଆଯିବ ନାହିଁ।

 

Share