ରାଖୀରେ ଭାଇ ସୁଶାନ୍ତଙ୍କୁ ମନେ ପକାଇଲେ ଶ୍ୱେତା, ମେସେଜ ଦେଖିଲେ ଓଦା ହୋଇଯିବ ଆଖି…

ମୁମ୍ବାଇ: ଆଜି ଅର୍ଥାତ୍‌ ଅଗଷ୍ଟ ୩୦ରେ ରକ୍ଷାବନ୍ଧନ ପର୍ବ ସାରା ଦେଶରେ ପାଳନ କରାଯାଉଛି। ଫିଲ୍ମ ଷ୍ଟାରଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ସୋସିଆଲ ମିଡିଆରେ ଭଉଣୀ ଏବଂ ଭାଇମାନଙ୍କ ଫଟୋ ଶେୟାର କରୁଛନ୍ତି। ଏହି ସମୟରେ ବଲିଉଡ୍‌ର ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ତାଙ୍କ ଭାଇଙ୍କୁ ମନେ ପକାଇ ଏକ ଭିଡିଓ ଶେୟାର କରିଛନ୍ତି। ଯାହା ଦେଖିବା ପରେ ସମସ୍ତଙ୍କ ଆଖି ଓଦା ହୋଇଯାଉଛି।

ସୁଶାନ୍ତ ଏହି ଦୁନିଆ ଛାଡ଼ିବାର ୩ ବର୍ଷ ବିତିଗଲାଣି। ଏହି ତିନିବର୍ଷ ମଧ୍ୟରେ ପରିବାର ତାଙ୍କୁ ଦିନରାତି ଝୁରି ହେଉଛନ୍ତି। ଗତ ତିନିବର୍ଷ ଧରି ସୁଶାନ୍ତଙ୍କ ୪ ଭଉଣୀଙ୍କ ରାଖୀ କାହା ହାତରେ ବନ୍ଧା ହେଉନାହିଁ। ପ୍ରତିବର୍ଷ ରାଖୀରେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କୀର୍ତ୍ତି  ଭାଇଙ୍କ ସହ ବିତାଇଥିବା ମୁହୂର୍ତ୍ତର ସ୍ମୃତି ଆଜି ବାଣ୍ଟିଛନ୍ତି।

ଶ୍ୱେତା ଏକ ଭିଡିଓ ଶେୟାର କରି ଭାଇ ପ୍ରତି ଥିବା ସ୍ନେହ, ଶ୍ରଦ୍ଧା, ଭଲପାଇବାର ବାର୍ତ୍ତା ମଧ୍ୟ ଲେଖିଛନ୍ତି। ଏହି ଭିଡିଓରେ ଭଉଣୀ ଏବଂ ଭାଇଙ୍କର ପ୍ରତ୍ୟେକ ବିଶେଷ ମୁହୂର୍ତ୍ତ ଦେଖାଯାଇଛି ଏବଂ ଏଥିରେ ଲେଖା ଅଛି, ‘ବେଳେବେଳେ ଦେଖାଯାଏ ତୁମେ କୌଣସି ସ୍ଥାନକୁ ଯାଇ ନାହଁ, ତୁମେ ଏଠାରେ ଅଛ’ ବେଳେବେଳେ ମୁଁ ଅନୁଭବ କରେ ଯେ, ବର୍ତ୍ତମାନ ମୁଁ ତୁମକୁ କେବେ ଦେଖି ପାରିବି ନାହିଁ, ମୁଁ ତୁମ ସହିତ କେବେ କଥାବାର୍ତ୍ତା କରି ପାରିବି ନାହିଁ। ମୁଁ ତୁମର ହସ, ତୁମର ସ୍ବର କେବେ ବି ଶୁଣି ପାରିବି ନାହିଁ। ଯଦିଓ ମୁଁ ତୁମକୁ ହରାଇବାର ଯନ୍ତ୍ରଣା କାହା ସହିତ ବାଣ୍ଟିବାକୁ ଚାହେଁ, ତଥାପି ମୁଁ ପାରୁନାହିଁ। ଏହା ମୋ ହୃଦୟର ଅତି ନିକଟତର ଏବଂ ଏହା ଏପରି କିଛି ଯାହା ଏତେ ନିକଟତର ଯେ, ପ୍ରକାଶ କରିବାକୁ ଶବ୍ଦଗୁଡ଼ିକ କ୍ୱଚିତ ମିଳିବ।

Share