Categories: ଜାତୀୟ

ଦିଦିଙ୍କ ମଜା ଉଡାଇଲେ ଶୁଭେନ୍ଦୁ

କୋଲକତା,୮।୯:ପଶ୍ଚିମବଙ୍ଗରେ ହେବାକୁ ଥିବା ଉପ-ନିର୍ବାଚନକୁ ଦୃଷ୍ଟିରେ ରଖି ତୃଣମୂଳ କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟି ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବନୀପୁରରୁ ଲଢିବେ। ସେ ବୁଧବାର ଠାରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବାକୁ ଯାଉଛନ୍ତି। ସବୁଠାରୁ ବଡ କଥା ହେଉଛି ମୁଖ୍ୟମନ୍ତ୍ରୀ ରହିବାକୁ ତାଙ୍କୁ ଏହି ନିର୍ବାଚନରେ ଜିତିବାକୁ ପଡିବ। ତେବେ ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ମମତାଙ୍କୁ ପରିହାସ କରି କହିଛନ୍ତି ଯେ, ଯଦି ଭାଜପା ମୋତେ ପୁଣି ନିର୍ବାଚନରେ ଛିଡା କରେ ତେବେ ତାଙ୍କ ସହ କ’ଣ ହେବ? ଦୁଇ ତିନି ଦିନ ମଧ୍ୟରେ ପଶ୍ଚିମବଙ୍ଗ ଉପନିର୍ବାଚନ ପାଇଁ ଭାଜପା ପ୍ରାର୍ଥୀ ଘୋଷଣା କରାଯିବ। ଉପ-ନିର୍ବାଚନରେ ମମତା ବାନାର୍ଜୀଙ୍କ ବିରୋଧରେ ଲଢିବା ପାଇଁ ବଙ୍ଗଳା ଭାଜପା ପକ୍ଷରୁ ୬ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ଏଠାରେ କଂଗ୍ରେସ ଆଗାମୀ ଭବନୀପୁର ଉପ-ନିର୍ବାଚନରେ ମମତାଙ୍କ ବିରୋଧରେ ପ୍ରାର୍ଥୀ ନ କରିବାକୁ ବିଚାର କରୁଛି।
ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୩୦ରେ ପଶ୍ଚିମବଙ୍ଗ-ଭବାନୀପୁର, ଜାଙ୍ଗିପୁର ଏବଂ ସମସରଗଞ୍ଜର ୩ଟି ବିଧାନସଭା ଆସନରେ ଉପ-ନିର୍ବାଚନ କରିବାକୁ ନିର୍ବାଚନ ଆୟୋଗ ଘୋଷଣା କରିଥିଲେ। ଭବାନୀପୁର ହେଉଛି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାରମ୍ପାରିକ ଆସନ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁର ବିଧାନସଭା ପାଇଁ ଦଳର ପ୍ରାର୍ଥୀ ବୋଲି ଟିଏମସି ରବିବାର ଆନୁଷ୍ଠାନିକ ଭାବେ ଘୋଷଣା କରିଛି। ଏହା ବ୍ୟତୀତ ଟିଏମସି ନେତା ଜାକିର ହୁସେନ ଏବଂ ଆମିରୁଲ ଇସଲାମ ଯଥାକ୍ରମେ ଜାଙ୍ଗିପୁର ଏବଂ ସାମସରଗଞ୍ଜ ଆସନ ପାଇଁ ଦଳର ପ୍ରାର୍ଥୀ ହେବେ। ଗତ ନିର୍ବାଚନରେ ନନ୍ଦିଗ୍ରାମରେ ମମତା ଭାଜପାର ଶୁଭେନ୍ଦୁ ଅଧିକାରୀଙ୍କଠାରୁ ହାରିଯାଇଥିଲେ।

Share