ଶୁକ୍ରଙ୍କ ମାର୍ଗୀ ଚଳନରେ ଜବରଦସ୍ତ ଫାଇଦା: ୨୨ ନଭେମ୍ବର ପୂର୍ବରୁ ମାଲାମାଲ ହେବେ ଏହି ୩ ରାଶି! ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି କିଏ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶୁକ୍ର ଗ୍ରହ ୧୪ ନଭେମ୍ବର ୨୦୨୬ରେ କନ୍ୟା ରାଶିରେ ମାର୍ଗୀ ହୋଇଛନ୍ତି। ଏହାପରେ ୨୨ ନଭେମ୍ବରରେ ଶୁକ୍ର ତୁଳା ରାଶିକୁ ଚଳନ କରିବେ। ଜ୍ୟୋତିଷ ମତରେ, ଶୁକ୍ରଙ୍କ ମାର୍ଗୀ ଚଳନକୁ ଶୁଭ ବୋଲି ବିବେଚନା କରାଯାଏ। ଏହାର ପ୍ରଭାବରେ କିଛି ରାଶିର ଜାତକଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ସୌଭାଗ୍ୟ ବୃଦ୍ଧି ହେବାର ଯୋଗ ରହିଛି। ଚାକିରି, ବ୍ୟବସାୟ ଓ ଦାମ୍ପତ୍ୟ ଜୀବନରେ ମଧ୍ୟ ମିଳିପାରେ ଶୁଭ ଫଳ। ତେବେ ଆସନ୍ତୁ ଜାଣିବା, କେଉଁ ୩ଟି ରାଶି ପାଇଁ ଏହି ସମୟ ରହିବ ଖାସ।

ବୃଷ ରାଶିର ଜାତକଙ୍କ ପାଇଁ ଶୁକ୍ରଙ୍କ ମାର୍ଗୀ ଚଳନ ଶୁଭ ଫଳଦାୟୀ ହୋଇପାରେ। ଏହି ସମୟରେ ଦୀର୍ଘଦିନରୁ ରହିଥିବା କୌଣସି ବଡ଼ ଲକ୍ଷ୍ୟ ପୂରଣ ହେବାର ସମ୍ଭାବନା ରହିଛି। ଭାଗ୍ୟର ସାଥ ମିଳିବା ସହ ଧନଲାଭର ଯୋଗ ରହିଛି। ଫଳରେ ଆର୍ଥିକ ସ୍ଥିତି ମଜଭୁତ ହୋଇପାରେ। ନିଜର କଥା ଓ ବିଚାରଧାରା ଦ୍ୱାରା ଅନ୍ୟମାନଙ୍କୁ ପ୍ରଭାବିତ କରିବେ। କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିବା ସହ ସମାଜରେ ମାନ-ସମ୍ମାନ ବୃଦ୍ଧି ହୋଇପାରେ। ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ମଧ୍ୟ ଆଗ୍ରହ ବଢ଼ିବ।

କନ୍ୟା ରାଶିର ଜାତକଙ୍କ ପାଇଁ ଏହି ସମୟ ଆର୍ଥିକ ଦୃଷ୍ଟିରୁ ଅନୁକୂଳ ରହିପାରେ। ଧନଲାଭର ନୂଆ ରାସ୍ତା ଖୋଲିବା ସହ ଦୀର୍ଘଦିନରୁ ଅଟକି ରହିଥିବା କାମ ପୂରଣ ହୋଇପାରେ। ପ୍ରେମ ଜୀବନରେ ମଧୁରତା ବଢ଼ିବା ସହ ସମ୍ପର୍କରେ ଖୁସି ଫେରିବ। ବ୍ୟବସାୟରେ ଭାଗିଦାରୀ କରିଥିବା ବ୍ୟକ୍ତିମାନେ ଭଲ ଲାଭ ପାଇବାର ସୁଯୋଗ ପାଇପାରନ୍ତି। ଏହାସହ କୌଣସି ପୁରୁଣା ପରିଚିତଙ୍କ ସହ ହଠାତ୍‌ ସାକ୍ଷାତ ହୋଇପାରେ। ପରିବାରରେ ସୁଖଦ ଓ ସକାରାତ୍ମକ ପରିବେଶ ରହିବ।

ତୁଳା ରାଶିର ଜାତକଙ୍କ ଜୀବନରେ ଶୁକ୍ରଙ୍କ ଚଳନ ସକାରାତ୍ମକ ପରିବର୍ତ୍ତନ ଆଣିପାରେ। ବିଶେଷକରି ବ୍ୟବସାୟ ସହ ଜଡ଼ିତ ବ୍ୟକ୍ତିମାନଙ୍କୁ ନୂଆ ବ୍ୟବସାୟିକ ସମ୍ପର୍କରୁ ଲାଭ ମିଳିବାର ଯୋଗ ରହିଛି। ଆୟର ନୂଆ ଉତ୍ସ ସୃଷ୍ଟି ହେବା ସହ ଆର୍ଥିକ ସ୍ଥିତି ମଜଭୁତ ହୋଇପାରେ। ଜୀବନରେ ସୁଖ-ସୁବିଧା ବୃଦ୍ଧି ପାଇବ। ଦାମ୍ପତ୍ୟ ଜୀବନରେ ମଧ୍ୟ ମଧୁରତା ଓ ସୁଖଦ ଅନୁଭୂତି ମିଳିପାରେ।

 

Dharitri – Odisha’s No.1 Odia Daily

Share
Tags: rashiphala