ସେପ୍ଟେମ୍ବରରେ ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ ଆଣିବ ବଡ଼ ସଫଳତା: ଏହି ୩ ରାଶିଙ୍କ ଉପରେ ଧନବର୍ଷା, ଲଭ ଲାଇଫ୍‌ରେ…

ଶୁକ୍ର ଗ୍ରହ ୨୫ ଅଗଷ୍ଟରେ ଚିତ୍ରା ନକ୍ଷତ୍ରରେ ପ୍ରବେଶ କରିଛନ୍ତି। ଏବେ ଶୁକ୍ର ସ୍ବାତୀ ନକ୍ଷତ୍ରରେ ପ୍ରବେଶ କରିବେ। ଜ୍ୟୋତିଷ ଅନୁସାରେ, ଶୁକ୍ର ଗ୍ରହ ସୁଖ, ସୌନ୍ଦର୍ଯ୍ୟ, ପ୍ରେମ ଓ ଐଶ୍ୱର୍ଯ୍ୟର କାରକ ଗ୍ରହ ଭାବେ ପରିଗଣିତ ହୁଅନ୍ତି। ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ ଯୋଗୁ କିଛି ରାଶିର ଲୋକଙ୍କୁ ବୈବାହିକ ସୁଖ ସହ ଧନ-ସମ୍ପତ୍ତିରେ ବୃଦ୍ଧି ମିଳିପାରେ।

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ବର, ଶୁକ୍ରବାର ରାତି ୧୧ଟା ୧୯ ମିନିଟ୍‌ରେ ସ୍ବାତୀ ନକ୍ଷତ୍ରରେ ପ୍ରବେଶ କରିବେ। ଏହି ପରିବର୍ତ୍ତନର ପ୍ରଭାବରେ ମେଷ, ମିଥୁନ ଓ କନ୍ୟା ରାଶିର ଲୋକଙ୍କ ପାଇଁ ଶୁଭ ସମୟ ଆସିପାରେ। କ୍ୟାରିୟରରେ ଉନ୍ନତି ସହ ଧନଲାଭର ଯୋଗ ମଧ୍ୟ ସୃଷ୍ଟି ହୋଇପାରେ।

ମେଷ ରାଶି:
ମେଷ ରାଶି ପାଇଁ ଶୁକ୍ରଙ୍କ ସ୍ବାତୀ ନକ୍ଷତ୍ର ପ୍ରବେଶ ଶୁଭ ସାବ୍ୟସ୍ତ ହୋଇପାରେ। ବ୍ୟବସାୟରେ ଲାଭର ଯୋଗ ରହିବ। ଆର୍ଥିକ ଦୃଷ୍ଟିରୁ ସମୟ ଭଲ ରହିପାରେ। କୌଣସି ବଡ଼ ଡିଲ ହେଲେ ଭଲ ଲାଭ ମିଳିପାରେ। ଲଭ ଲାଇଫ୍‌ରେ ମଧ୍ୟ ସକାରାତ୍ମକ ପରିବର୍ତ୍ତନ ଦେଖାଦେଇପାରେ। ସମ୍ପର୍କରେ ପ୍ରେମ ଓ ବିଶ୍ୱାସ ବଢ଼ିବ।

ମିଥୁନ ରାଶି:
ମିଥୁନ ରାଶିର ଲୋକଙ୍କ ପାଇଁ ଶୁକ୍ରଙ୍କ ଗୋଚର ଭାଗ୍ୟଶାଳୀ ହୋଇପାରେ। ଆପଣ ନିଜ ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇପାରନ୍ତି। ଆର୍ଥିକ ଦୃଷ୍ଟିରୁ ସମୟ ଅନୁକୂଳ ରହିବ। କ୍ୟାରିୟରରେ ସଫଳତାର ଯୋଗ ସୃଷ୍ଟି ହେବ। ପାର୍ଟନରଙ୍କ ସହ ସମ୍ପର୍କ ଭଲ ରହିବ ଏବଂ ଦାମ୍ପତ୍ୟ ଜୀବନରେ ପ୍ରେମ ବଢ଼ିପାରେ।

କନ୍ୟା ରାଶି:
ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ କନ୍ୟା ରାଶି ପାଇଁ ଆର୍ଥିକ ଦୃଷ୍ଟିରୁ ବେଶ ଶୁଭ ହୋଇପାରେ। ବ୍ୟାଙ୍କ ବାଲାନ୍ସ ବଢ଼ିବାର ଯୋଗ ରହିଛି। ଆୟରେ ବୃଦ୍ଧି ହୋଇପାରେ। ଦୀର୍ଘଦିନ ଧରି ଅଟକି ରହିଥିବା କାମ ସଫଳ ହେବାର ସମ୍ଭାବନା ରହିଛି। ଜୀବନରେ ଚାଲିଥିବା ସମସ୍ୟାଗୁଡ଼ିକର ମଧ୍ୟ ଧୀରେ ଧୀରେ ଅନ୍ତ ଘଟିପାରେ।

Odisha’s No.1 Odia Daily

 

Share
Tags: rashiphala