ତୁଳା ରାଶିରେ ଶୁକ୍ରଙ୍କ ପ୍ରବେଶ ୫ଟି ରାଶିର ଆର୍ଥିକ ସ୍ଥିତି ପାଇଁ ଭଲ ରହିବ। ଶୁକ୍ର ଗ୍ରହଙ୍କୁ ଧନ-ଧାନ୍ୟ ଏବଂ ସୁଖ-ସୁବିଧାର କାରକ ବୋଲି ବିବେଚନା କରାଯାଏ। ଶୁକ୍ରଙ୍କ ଗୋଚର ଯୋଗୁଁ ଏହି ୫ଟି ରାଶିକୁ ଶୁଭ ଫଳ ମିଳିବ।
ମେଷ ରାଶି
ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ସମୟ ଭଲ ରହିବାକୁ ଯାଉଛି। ଆପଣମାନଙ୍କର ସମ୍ପର୍କରେ ସୁଧାର ଆସିବ। ବିବାହିତ ଲୋକଙ୍କର ଦାମ୍ପତ୍ୟ ସମ୍ପର୍କ ମଧୁର ହେବ। ଆପଣମାନଙ୍କୁ କ୍ୟାରିୟର ଏବଂ ବ୍ୟବସାୟରେ ଲାଭ ମିଳିବ। କୌଣସି ବି ନିଷ୍ପତ୍ତି ନେବାରେ ତରବର ହୁଅନ୍ତୁ ନାହିଁ।
ବୃଷ ରାଶି
ବୃଷ ରାଶିର ବ୍ୟକ୍ତିଙ୍କ ଉପରେ ଶୁକ୍ର ଗ୍ରହର ପ୍ରଭାବ ଦେଖିବାକୁ ମିଳିବ। ଆପଣମାନଙ୍କୁ ଶୁକ୍ର ଗୋଚରରୁ ଲାଭ ମିଳିବ। ଚାକିରିରେ କାମର ଚାପ କମ ହେବ ଏବଂ ଆପଣଙ୍କର କାର୍ଯ୍ୟ ସଫଳ ହେବ। ଦୀର୍ଘ ଦିନରୁ ଚାଲିଆସୁଥିବା ସମସ୍ୟାର ଅନ୍ତ ଘଟିବ।
ମିଥୁନ ରାଶି
ଶୁକ୍ର ଗୋଚର ଯୋଗୁଁ ମିଥୁନ ରାଶିର ବ୍ୟକ୍ତିଙ୍କ ସମ୍ପର୍କ ପ୍ରଭାବିତ ହୋଇପାରେ। ଆପଣମାନଙ୍କୁ ପରିଶ୍ରମର ଫଳ ମିଳିପାରେ। ପ୍ରେମ ସମ୍ପର୍କ ଆହୁରି ଭଲ ହେବ। ଘର-ପରିବାରରେ ଖୁସିର ବାତାବରଣ ଲାଗି ରହିବ।
କନ୍ୟା ରାଶି
କନ୍ୟା ରାଶିର ବ୍ୟକ୍ତିଙ୍କୁ ଶୁକ୍ର ଗୋଚରରୁ ଫାଇଦା ମିଳିବ। ଆପଣମାନଙ୍କୁ ଆର୍ଥିକ କ୍ଷେତ୍ରରେ ସଫଳତା ମିଳିବ। ଆପଣଙ୍କର ଅଟକି ରହିଥିବା ଟଙ୍କା ଫେରି ମିଳିପାରେ। କ୍ୟାରିୟର ଏବଂ ବ୍ୟବସାୟରେ ସଫଳତାର ଯୋଗ ରହିଛି।
ଧନୁ ରାଶି
ଶୁକ୍ର ଗୋଚର ଯୋଗୁଁ ଆୟରେ ବୃଦ୍ଧି ହେବ। ଚାକିରିରେ ପଦୋନ୍ନତି (Promotion) ମିଳିପାରେ। ଆପଣଙ୍କର ଦରମା ବଢ଼ିପାରେ। ବ୍ୟବସାୟରେ ବଡ଼ ଲାଭ ହୋଇପାରେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବାର ଆଶା ରହିଛି।