ସାରାଙ୍କୁ ଡେଟ୍‌ କରୁଛନ୍ତି ଶୁଭମନ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସାରା ଅଲି ଖାନ୍‌ ଏବେ ତାଙ୍କ ରିଲେଶନସିପ୍‌କୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ସାରା କ୍ରିକେଟର ଶୁଭମନ୍‌ ଗିଲ୍‌ଙ୍କ ସହ ସମ୍ପର୍କକୁ ନେଇ ଅଗଷ୍ଟରୁ ଚର୍ଚ୍ଚା ହେଉଥିଲା। ତାଙ୍କୁ ଅନେକ ସମୟରେ ଶୁଭମନ୍‌ଙ୍କ ସହ ଏକାଠି ଦେଖିବାକୁ ମିଳିଥିଲା। ନିକଟରେ ଶୁଭମନ୍‌ ପଞ୍ଜାବି ଚାଟ୍‌ ଶୋ’ ‘ଦିଲ୍‌ ଦିୟାଁ ଗଲ୍ଲା’ରେ ପହଞ୍ଚି ଏପରି କିଛି ମନ୍ତବ୍ୟ ରଖିଛନ୍ତି, ଯାହା ସାରାଙ୍କ ସହ ତାଙ୍କର ସମ୍ପର୍କ ଥିବା ଦର୍ଶାଉଛି। ସେଠାରେ ଶୁଭମନ୍‌ଙ୍କୁ ହୋଷ୍ଟ ସୋନମ ବାଜୱା ପଚାରିଥିଲେ, ସେ ସାରାଙ୍କୁ ଡେଟ୍‌ କରୁଛନ୍ତି କି? ଏହାର ଉତ୍ତରରେ ସେ କହିଥିଲେ, ବୋଧ ହୁଏ ହଁ, ବୋଧ ହୁଏ ନାଁ। ଏଥିସହ ତାଙ୍କୁ ବଲିଉଡ୍‌ର ସବୁଠୁ ଫିଟ୍‌ ଅଭିନେତ୍ରୀ କିଏ ବୋଲି ପ୍ରଶ୍ନ କରାଯାଇଥିଲା। ସେ ଏହାର ଉତ୍ତରରେ ସାରାଙ୍କ ନାିଁ କହିଥିଲେ। ଶୁଭମନ୍‌ଙ୍କ ଏହି ଉତ୍ତର ପରେ ଦୁହେଁ ଦୁହିଁଙ୍କୁ ଡେଟ୍‌ କରୁଥିବା ଜଣାପଡିଛି।

Share