Categories: ଖେଳ

କ୍ୟାରିୟରର ସର୍ବଶ୍ରେଷ୍ଠ ର଼୍ୟାଙ୍କିଂ ହାସଲ କଲେ ଶୁଭମନ ଗିଲ

ନୂଆଦିଲ୍ଲୀ,୧୩।୯: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦିନିକିଆ କ୍ରିକେଟ ରେ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଂ ପ୍ରକାଶ କରିଛି। ବୁଧବାର ପ୍ରକାଶିତ ବ୍ୟାଟ୍ସମ୍ୟାନ ତାଲିକାରେ ପାଇଁ ଭାରତୀୟ ଓପନର୍‌ ଶୁଭମନ ଗିଲ ଦିନିକିଆ ର଼୍ୟାଙ୍କିଂରେ କ୍ୟାରିୟରର ଶ୍ରେଷ୍ଠ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ତାଙ୍କ ବ୍ୟତୀତ ଆଉ ଦୁଇଜଣ ଭାରତୀୟ ବ୍ୟାଟ୍ସମ୍ୟାନ ଟପ-୧୦ରେ ସାମିଲ ହୋଇଛନ୍ତି।
ଜାନୁଆରୀ ୨୦୧୯ ପରଠାରୁ ଏହା ପ୍ରଥମ ଥର ପାଇଁ ତିନି ଜଣ ଭାରତୀୟ ବ୍ୟାଟ୍ସମ୍ୟାନ ଦିନିକିଆ ର଼୍ୟାଙ୍କିଂର ଶ୍ରେଷ୍ଠ -୧୦ ତାଲିକାରେ ସାମିଲ ହୋଇଛନ୍ତ। ଶୁଭମନ ଗିଲଙ୍କ ବ୍ୟତୀତ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ଟପ -୧୦ ର଼୍ୟାଙ୍କିଂରେ ସ୍ଥାନ ପାଇଛନ୍ତି।

Share