Categories: ଖେଳ

ଲାଇଭ୍‌ ମ୍ୟାଚ୍‌ରେ ଶୁବମାନଙ୍କୁ ବିବାହ ପାଇଁ ପ୍ରପୋଜ କଲେ, ଭିଡିଓ ଭାଇରାଲ

ଇଂଲଣ୍ଡ,୯।୬: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ଓଭାଲ ଗ୍ରାଉଣ୍ଡରେ ଖେଳାଯାଉଛି। ତେବେ ଏ ମଧ୍ୟରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଛି। ଭାଇରାଲ ଫଟୋରେ ଜଣେ ପ୍ରଶଂସକ ଟିମ ଇଣ୍ଡିଆ ଓପନର୍‌ ଶୁବମାନ ଗିଲଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଉଛନ୍ତି। ଏହି ପ୍ରଶଂସକଙ୍କ ହାତରେ ଏକ ପୋଷ୍ଟର ରହିଛି ଯେଉଁଥିରେ ଲେଖା ଅଛି, ‘ମ୍ୟାରି ମି ଶୁବମାନ’ ମୋତେ ବିବାହ କର ଶୁବମାନ। ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ପୋଷ୍ଟର ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆ ୟୁଜର୍ସମାନେ କ୍ରମାଗତ ଭାବରେ ଏହି ପୋଷ୍ଟରେ ନିଜର ମତାମତ ଦେଉଛନ୍ତି।

Share