Categories: ଖେଳ

ଚମତ୍କାର ଖେଳିଲେ ଶୁବମନ,ଭାରତର ବିଜୟ ଆଶା ଉଜ୍ଜୀବିତ

ବ୍ରିସ୍‌ବେନ୍‌,୧୯।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଶେଷ ଟେଷ୍ଟ ରୋଚକ ସ୍ଥିତିରେ ପହଞ୍ଚିଛି। ସିରିଜର ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ଶୁବମନ ଗିଲ ୯୧ ରନର ଚମତ୍କାର ଇନିଂସ ଖେଳିଥିଲେ। ୨୧ ବର୍ଷ ବୟସ୍କ ଗିଲଙ୍କ ଶତକର ନିକଟତର ହୋଇଥିଲେ। ବ୍ରିସବେନ ଟେଷ୍ଟର ଚତୁର୍ଥ ଇନିଂସରେ ଚେତେଶ୍ୱର ପୂଜାରାଙ୍କ ସହ ଦ୍ୱିତୀୟ ଉଇକେଟ ପାଇଁ ଗିଲ ୧୧୪ ରନ ଭାଗିଦାରୀ କରିଥିଲେ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟେଷ୍ଟ ବ୍ରିସବେନରେ ଖେଳାଯାଉଛି। ଏହି ସିରିଜରେ ଉଭୟ ଦଳ ଗୋଟିଏ ଗୋଟିଏ ମ୍ୟାଚ ଜିତିଛନ୍ତି। ଗୋଟିଏ ମ୍ୟାଚ ଡ୍ର ହୋଇଛି। ଅର୍ଥାତ୍‌ ଚତୁର୍ଥ ମ୍ୟାଚ ଜିତିଥିବା ଦଳ ସିରିଜ ନିଜ ନାମରେ ନାମିତ କରିବ। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଜିତିବା ପାଇଁ ଅଷ୍ଟ୍ରେଲିଆ ଭାରତକୁ ୩୨୮ ରନ ଲକ୍ଷ୍ୟ ଦେଇଛି।

Share