Categories: ଖେଳ

ବାଲାଂଦେଶ ବୋଲର୍‌ଙ୍କୁ ଘାଇଲା କଲେ ଶୁଭମନ

ଚଟ୍ଟଗ୍ରାମ, ୧୬।୧୨: ବାଲାଂଦେଶ ବିପକ୍ଷ ଚଟ୍ଟଗ୍ରାମ ଟେଷ୍ଟର ଦ୍ୱିତୀୟ ପାଳିରେ ଚମକିଛନ୍ତି ଭାରତୀୟ ଯୁବ ବ୍ୟାଟ୍ସମ୍ୟାନ ଶୁଭମନ ଗିଲ। ସେ ୧୪୭ ବଲ୍‌ରେ ନିଜର ଟେଷ୍ଟ କ୍ୟାରିୟରର ପ୍ରଥମ ଶତକ ମାରିବାରେ ସଫଳ ହୋଇଛନ୍ତି। ଏଥିରେ ତାଙ୍କର ୧୦ ଚୌକା ଏବଂ ୨ ଛକା ରହିଥିଲା। ତେବେ ୧୨ ଟେଷ୍ଟର ୨୩ ଇନିଂସ ଖେଳିବା ପରେ ଶୁଭମନ ଏହି ସଫଳତା ହାସଲ କରିଛନ୍ତି।

୨୦୨୦ ଡିସେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ ଶୁଭମନ। ଏହାପରେ ସେ ୪ ଅର୍ଦ୍ଧଶତକ ହାସଲ କରିଥିଲେ। ଏବେ ବାଲାଂଦେଶ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଶୁଭମନ ୨୦ ରନ୍‌ କରି ଉଇକେଟ ହରାଇଥିଲେ। ହେଲେ ଦ୍ୱିତୀୟ ଇନିଂସରେ ସେ ନିଜର ପ୍ରଥମ ଶତକ ମାରିଛନ୍ତି।

ଏଯାବତ ଶୁଭମନ ୧୨ ଟେଷ୍ଟର ୨୩ ଇନିଂସରେ ହାରାହାରି ୩୩.୭୬ ଅନୁପାତରେ ୭୦୯ ରନ୍‌ କରିଛନ୍ତି।

Share