Categories: ଖେଳ

ଦମ୍‌ଦାର ବ୍ୟାଟିଂକୁ ନେଇ ହୃଦୟ ଜିତିଲେ ଏହି ଭାରତୀୟ କ୍ରିକେଟର; କ୍ୟାରିୟରର ଦ୍ୱିତୀୟ ଟେଷ୍ଟରେ..

ସିଡନୀ,୮।୧: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ପ୍ରଶଂସନୀୟ ପାଳି ଖେଳିଛନ୍ତି ଯୁବ କ୍ରିକେଟର ଶୁଭମନ ଗିଲ। ନିଜ କ୍ୟାରିୟରର ଦ୍ୱିତୀୟ ଟେଷ୍ଟରେ ଶୁକ୍ରବାର ସେ ଅର୍ଦ୍ଧଶତକ କରିଥିଲେ। ଏଥିରେ ୮ ଚଉକା ରହିଥିଲା। ଘରୋଇ ଦଳକୁ ୩୩୮ ରନ୍‌ରେ ଅଲଆଉଟ୍‌ କରିବା ପରେ ରୋହିତଙ୍କ ସହ ଓପନିଂ କରିବାକୁ ଓହ୍ଲାଇଥିଲେ ଶୁଭମନ। ମ୍ୟାଚ୍‌ରେ ୧୦୧ ବଲ୍‌ ଖେଳି ସେ ଟେଷ୍ଟ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ କରିଛନ୍ତି।

ଶୁଭମନ ମେଲବୋର୍ନ ଟେଷ୍ଟରେ ଡେବ୍ୟୁ କରିଥିଲେ। ଏଥିରେ ସେ ପ୍ରଥମ ପାଳିରେ ୪୫ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ଦ୍ୱିତୀୟ ପାଳିରେ ଅପରାଜିତ ୩୫ ରନ୍‌ କରି ଭାରତୀୟ ଟିମ୍‌କୁ ୮ ଉଇକେଟରେ ଜିତାଇଥିଲେ।

Share