Categories: Home Leftଖେଳ

ଗର୍ଜିଲା ଶୁଭମନଙ୍କ ବ୍ୟାଟ୍‌; ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ କଲେ ଏମିତି କାରନାମା, ସବୁ ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୧୭।୬: ଲକ୍ଷ୍ନୌରେ ଖେଳାଯାଉଥିବା ଭାରତ ବନାମ ଆଫଗାନିସ୍ତାନ ଦ୍ୱିତୀୟ ଦିନିକିଆ (ODI) ମ୍ୟାଚରେ ଶୁଭମନ ଗିଲ ଏକ ଚମତ୍କାର ଶତକ ହାସଲ କରିଛନ୍ତି। ସେ ୭୭ ବଲରେ ନିଜର ଶତକ ପୂରଣ କରିଛନ୍ତି, ଯାହାକି ତାଙ୍କ ଦିନିକିଆ କ୍ୟାରିୟରର ୯ମ ଏବଂ ଦିନିକିଆ ଅଧିନାୟକ ଭାବରେ ପ୍ରଥମ ଶତକ। ଏହାପରେ ଠିକ୍‌ ପର ଓଭରରେ ଇଶାନ କିଷନ ମଧ୍ୟ ନିଜର ଶତକ ପୂରଣ କରିଛନ୍ତି।

ଆଫଗାନିସ୍ତାନ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା, ଯଶସ୍ବୀ ଜୟସ୍ବାଲଙ୍କ ରୂପରେ ଭାରତକୁ ଦ୍ୱିତୀୟ ଓଭରରେ ହିଁ ପ୍ରଥମ ଝଟକା ଲାଗିଥିଲା। ଜୟସ୍ବାଲ ୯ଟି ବଲରେ ୪ ରନ କରିଥିଲେ। ତୃତୀୟ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଅଧିନାୟକ ଶୁଭମନ ଗିଲ, ରୋହିତ ଶର୍ମାଙ୍କ ସହ ମିଶି ଦ୍ୱିତୀୟ ଉଇକେଟ୍‌ ପାଇଁ ୮୭ ରନର ଭାଗିଦାରୀ (ପାର୍ଟନରସିପ) କରିଥିଲେ, ହେଲେ ରୋହିତ ନିଜର ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ୪୮ ରନର ସ୍କୋରରେ ସେ ରଶିଦ ଖାନଙ୍କ ବଲରେ ବୋଲ୍ଡ ହୋଇଯାଇଥିଲେ। ୩୯ ବଲରେ ଖେଳିଥିବା ଏହି ପାରିରେ ରୋହିତ ୨ଟି ଛକା ଏବଂ ୬ଟି ଚୌକା ମାରିଥିଲେ।

ରୋହିତ ଶର୍ମା ଅଧିନାୟକ ପଦରୁ ହଟିବା ପରେ ଅକ୍ଟୋବର, ୨୦୨୫ରେ ଶୁଭମନଙ୍କୁ ଭାରତର ପୂର୍ଣ୍ଣକାଳୀନ ଦିନିକିଆ ଅଧିନାୟକ ଭାବେ ନିଯୁକ୍ତ କରାଯାଇଥିଲା। ସେ ଟେଷ୍ଟ ଦଳର ମଧ୍ୟ ଅଧିନାୟକ ଅଛନ୍ତି।

 

Odisha’s No.1 Odia Daily

Share