Posted inଖେଳ

ଦମ୍‌ ଦେଖାଇଲେ ଗିଲ୍‌, ଶତକ ମାରି ବଢ଼ାଇଲେ କେ ଏଲ୍‌ ରାହୁଲଙ୍କ ଚିନ୍ତା…

ନୂଆଦିଲ୍ଲୀ,୧୧।୩: ଅହମ୍ମଦାବାଦରେ ଜାରି ରହିଥିବା ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ଜବରଦସ୍ତ ବ୍ୟାଟିଂର ନିଦର୍ଶନ ଦେଇଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲ। ଭାରତର ପ୍ରଥମ ଇନିଂସରେ ବ୍ୟାଟିଂ ଲାଗି ଓହ୍ଲାଇଥିବା ଗିଲ୍‌ ଶତକ ମାରି କେ ଏଲ୍‌ ରାହୁଲଙ୍କ ଅଡ଼ୁଆ ବଢ଼ାଇଛନ୍ତି।

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ପ୍ରବେଶ କରିବା ଲାଗି ଦଳକୁ ଏହି ଟେଷ୍ଟ ଜିତିବାକୁ ହେବ। ଏମିତିରେ ଅଷ୍ଟ୍ରେଲିଆର ବିଶାଳ ସ୍କୋର ଜବାବରେ ଭାରତର ଲଢ଼ୁଆ ବ୍ୟାଟିଂ ଦେଖିବାକୁ ମିଳିଛି। ଭାରତ ପକ୍ଷରୁ ଶୁଭମନ ୧୯୪ ବଲ୍‌ରେ ୧୦ ଚୌକା ଏବଂ ୧ ଛକା ସହ ନିଜର ଶତକ ପୂରଣ କରିଥିଲେ। ଫଳରେ ଦଳ ମଜଭୂତ ସ୍ଥିତିକୁ ଆସିଥିଲା।

୨୩ ବର୍ଷୀୟ ଶୁଭମନ ଟେଷ୍ଟରେ ଦ୍ୱିତୀୟ ଶତକ ମାରିବା ପରେ କେ ଏଲ୍‌ଙ୍କ ଚିନ୍ତା ବଢ଼ିଥିବା କୁହାଯାଉଛି। ପ୍ରଥମେ ଦିନିକିଆ, ଟି-୨୦ରେ ଶୁଭମନଙ୍କୁ ଓପନିଂକୁ ଅଣାଯାଇ କେଏଲ୍‌ଙ୍କୁ ମଧ୍ୟକ୍ରମକୁ ଅଣାଯାଇଥିଲା। ଏବେ ଟେଷ୍ଟ କ୍ରିକେଟରେ ଖରାପ ଫର୍ମ ଦେଇ ଗତି କରୁଥିବା କେଏଲ୍‌ଙ୍କୁ ଦଳରୁ ବାଦ୍‌ ଦିଆଯାଇ ଶୁଭମନଙ୍କୁ ଏକାଦଶରେ ସାମିଲ କରାଯାଇଛି, ଯାହାର ପରିଣାମ ଅହମ୍ମଦାବାଦ ଟେଷ୍ଟରେ ଦେଖିବାକୁ ମିଳିଛି।

ଗୋଟିଏ ପଟେ ଶୁଭମନ ଦୁଇ ବର୍ଷ ଧରି ଲଗାତର ଶତକ ମାରୁଥିବା ବେଳେ ଅପରପକ୍ଷେ କେଏଲ୍‌ ଫ୍ଲପ ହେଉଛନ୍ତି। ଟି୨୦, ଦିନିକିଆ ପରେ ଏବେ ଟେଷ୍ଟରେ ମଧ୍ୟ ତାଙ୍କ ଉପରେ ଖଣ୍ଡା ଝୁଲୁଛି। ପ୍ରଥମେ କେ ଏଲ୍‌ଙ୍କ ହାତରୁ ଉପଅଧିନାୟକ ପଦ ଛଡ଼ାଇ ନିଆଯାଇଥିଲା। ଏବେ ସେ ଦଳରୁ ବାଦ ପଡ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

କଢ଼ାଗଲା ଝଡ଼ ବତାସରେ ଛିଣ୍ଡିଥିବା ତ୍ରିରଙ୍ଗା: ପୁଣି ଗାନ୍ଧିଛକରେ ଉଡିଲା …

ବରଗଡ଼,୩୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଗାନ୍ଧିଛକରେ ଉଡୁଥିବା ଛିଣ୍ଡା ତ୍ରିରଙ୍ଗାକୁ ମଙ୍ଗଳବାର ଅପସାରିତ କରାଯାଇଛି। ଅପସାରଣ ପରେ ସେଠାରେ ନୂଆ ତ୍ରିରଙ୍ଗା ଉଡୁଛି। ଏଠାରେ ଉଲ୍ଲେଖନୀୟ, ସହର…

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ପାଳନ:  ଉଲ୍ଲେଖନୀୟ ଅବଦାନ ପାଇଁ ୫ ଟ୍ରାନ୍ସଜେଣ୍ଡରଙ୍କୁ…

ଛତ୍ରପୁର,୩୧।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ୨୦୨୬ ପାଳିତ ହୋଇଯାଇଛି…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଓଡ଼ିଶାରେ SIR ସ୍ଥଗିତ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୩୧।୩: Special Intensive Revision(SIR)କୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(CEO )ମଙ୍ଗଳବାର ଏକ ବଡ଼ ସୂଚନା ଦେଇଥିଲେ। ବୁଧବାରଠାରୁ ଓଡ଼ିଶାରେ ହେବାକୁ ଥିବା SIRକୁ ସ୍ଥଗିତ…

୧ ଏପ୍ରିଲରୁ ୧୫ ଦିନ ଧରି ଚାଲିବ ସ୍ବ-ଗଣନା, ଏହି ୱେବସାଇଟ ମାଧ୍ୟମରେ ଦେବେ ସବୁ ତଥ୍ୟ, ଜିଲାପାଳ କହିଲେ…

ଛତ୍ରପୁର,୩୧।୩ (ଦିଲ୍ଲୀପ ସାମଲ ): ପ୍ରଥମ ପର୍ଯ୍ୟାୟର ଗୃହ ତାଲିକା ଓ ଗୃହ ଗଣନା (ସ୍ବ-ଗଣନା) ଆସନ୍ତାକାଲି ଅର୍ଥାତ୍‌ ୧ ଏପ୍ରିଲରୁ ୧୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ…

ଗଞ୍ଜାମରେ ଲଜ୍ଜା: ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର: ନାବାଳକ ପ୍ରେମିକଙ୍କୁ…

ବ୍ରହ୍ମପୁର, ୩୧।୩(ସୁବାସ ଚନ୍ଦ୍ର ପାଢୀ) : ପୁଣିଥରେ ଗଞ୍ଜାମରେ ଲଜ୍ଜା। ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର ମାମଲାରେ ଗୋଷାଣୀନୂଆଗାଁ ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri