Categories: ଖେଳ

ସଚିନଙ୍କ ଝିଅଙ୍କୁ ପ୍ରେମ କରି ବସିଛନ୍ତି ଏହି କ୍ରିକେଟର, ଭାଇରାଲ ହେଉଛି ମେସେଜ୍‌

କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରାଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସେ କୁଆଡେ ଏବେ ଜଣେ କ୍ରିକେଟରଙ୍କ ପ୍ରେମରେ ପଡିଥିବା ନେଇ ଆଲୋଚନା ହେଉଛି। ଭାରତର ଅଣ୍ଡର-୧୯ କ୍ରିକେଟର ଶୁଭମନ ଗିଲ୍‌ଙ୍କ ପ୍ରେମରେ ସେ ପଡିଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ନିକଟରେ ସାରା ଇନ୍‌ଷ୍ଟାଗ୍ରାମରେ ନିଜ ଫଟୋ ଶେୟାର କରି କହିଥିଲେ ଆଏ ସ୍ପାଏ(ମୁଁ ଗୁପ୍ତଚର)। ସେପଟେ ଶୁଭମନ ମଧ୍ୟ ଏକ ଫଟୋ ଶେୟାର କରି ଆଏ ସ୍ପାଏ(ମୁଁ ଗୁପ୍ତଚର) ବୋଲି ଲେଖିଥିଲେ ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ସାହା ଆଏ ସ୍ପାଏ ଲେଖି ଯେଉଁ ଇମୋଜି ଦେଇଥିଲେ ଶୁଭମନ ମଧ୍ୟ ସମାନେ ଇମୋଜି ଦେଇଥିଲେ। ଏହା ଦେଖି ତାଙ୍କ ପ୍ରଶଂସକମାନେ ଦୁହିଁଙ୍କ ଭିତରେ କିଛି ଚକ୍କର ଚାଲିଥିବା କହିଛନ୍ତି। ଗତ ବର୍ଷ ସାରାଙ୍କୁ ଶୁଭମନ ଗିଲଙ୍କୁ ଟ୍ରୋଲ କରିଥିଲେ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ସେତେବେଳେ ମଧ୍ୟ ସାରା ଏବଂ ଶୁଭମନଙ୍କୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା।

Share