ସାରା ତେନ୍ଦୁଲକରଙ୍କୁ ଧୋକା ଦେଲେ ଶୁବମନ ଗିଲ୍‌! ଏହି ଅଭିନେତ୍ରୀଙ୍କୁ କରୁଛନ୍ତି ଡେଟ୍‌

ନୂଆଦିଲ୍ଲୀ,୭।୨: ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟର ଶୁବମନ ଗିଲ୍‌ ଓ କ୍ରିକେଟ୍‌ ଦିଗଗଜ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ମଧ୍ୟରେ ଥିବା ସମ୍ପର୍କ ଆଉ କାହାକୁ ଅଛପା ନାହିଁ। ଗତ ବିଶ୍ୱକପ୍‌ ମଧ୍ୟରେ ବି ଏହାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ବର୍ତ୍ତମାନ ଜଣାପଡିଛି କି, ଦୁହିଁଙ୍କ ମଧ୍ୟରେ ସେମିତି କିଛି ସମ୍ପର୍କ ନାହିଁ। ଶୁବମନ ଆଉ ଜଣଙ୍କୁ ଡେଟ୍‌ କରୁଛନ୍ତି। ତେବେ ଏହା କଣ ସତ? କାହା ଯୋଗୁ ଦୁହିଁଙ୍କ ମଧ୍ୟରେ ଏହି ସମ୍ପର୍କ ଭାଙ୍ଗିଲା ଆସନ୍ତୁ ଜାଣିବା।

ବହୁଦିନ ଧରି ଚର୍ଚ୍ଚା ଲାଗି ରହିଛି କି, ଗିଲ୍‌ଙ୍କ ସହ ସାରାଙ୍କ ବ୍ରେକଅପ୍‌ ହୋଇଯାଇଛି। ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି ଗିଲ୍‌ଙ୍କ ଲଣ୍ଡନ ଛୁଟି। ବିଶ୍ୱକପ ପରାଜୟ ପରେ ଗିଲ୍‌ ଛୁଟି କାଟିବାକୁ ଲଣ୍ଡନ ଯାଇଥିଲେ। ଯେଉଁଠାରେ ତାଙ୍କୁ ଆଉ ଜଣେ ଅଭିନେତ୍ରୀଙ୍କ ସହ ବୁଲୁଥିବାର ନଜର ଆସିଥିଲେ। ଯାହାକୁ ନେଇ ଚର୍ଚ୍ଚା ହୋଇଥିଲା କି, ଗିଲ୍‌ ସାରାଙ୍କୁ ଧୋକା ଦେଉଛନ୍ତି। ସେମାନେ ଆଉ ରିଲେଶନଶିପ୍‌ରେ ନାହାନ୍ତି।

ସୂଚନାଥାଉ କି, ଲଣ୍ଡନରେ ଛୁଟି କାଟୁଥିବାବେଳେ ଗିଲ୍‌ ଅଭିନେତ୍ରୀ ଅଭନୀତ କୌରଙ୍କ ସହ ନଜର ଆସିଥିଲେ। ଦୁହିଁଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ ଦୁହିଁଙ୍କ ଭାଇରାଲ ଫଟୋ ଯୋଗୁ ସାରା ଓ ଗିଲ୍‌ଙ୍କ ବ୍ରେକଅପ୍‌ ହୋଇଥିବା ଚର୍ଚ୍ଚା ହେଉଛି।

Share