Categories: ଜାତୀୟ

ପାଣ୍ଠି ସଂଗ୍ରହ କରୁଥିବା ୧୦୦ରୁ ଅଧିକ ଟିଏମ୍‌ସି ନେତାଙ୍କ ନାମ ଶାହାଙ୍କୁ କହିଲେ ଶୁଭେନ୍ଦୁ…

ନୂଆଦିଲ୍ଲୀ, ୨।୮ : ପଶ୍ଚିମବଙ୍ଗର ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ମଙ୍ଗଳବାର ଭେଟିଛନ୍ତି। ଏହି ସମୟରେ ଶୁଭେନ୍ଦୁ ଅମିତ ଶାହାଙ୍କୁ ପାଣ୍ଠି ସଂଗ୍ରହ କରୁଥିବା ୧୦୦ ରୁ ଅଧିକ ଟିଏମ୍‌ସି ନେତାଙ୍କ ନାମ କହିଛନ୍ତି। ଯେଉଁମାନେ ଟିଏମସି ପାଇଁ ପାଣ୍ଠି ସଂଗ୍ରହ କରୁଛନ୍ତି। ରାଜ୍ୟରୁ ଦୁର୍ନୀତି ହଟାଇବା ପାଇଁ ଅଧିକ ପରିଶ୍ରମ କରିବାର ଆବଶ୍ୟକତା ରହିଛି ବୋଲି ଶୁଭେନ୍ଦୁ କହିଛନ୍ତି।

ଟିଏମ୍‌ସି ନେତା, ପଦାଧିକାରୀ ତଥା କେତେକ ଅଧିକାରୀ ଦୁର୍ନୀତିରେ ସାମିଲ ଥିବା ଶୁଭେନ୍ଦୁ ଅଭିଯୋଗ କରିଥିଲେ। ବୈଠକରେ ଭାଜପା ସଂଗଠନ ସହ ଜଡିତ ପ୍ରସଙ୍ଗ ମଧ୍ୟ ଉଠାଯାଇଥିଲା। ରାଜ୍ୟରେ ଭାଜପାକୁ କିପରି ମଜବୁତ କରାଯାଇପାରିବ ସେନେଇ ଉଭୟ ନେତା ଆଲୋଚନା କରିଥିଲେ।

ଏହି ବୈଠକରେ ଶୁଭେନ୍ଦୁଙ୍କ ତରଫରୁ ଯଥାଶୀଘ୍ର ସିଏଏ ନିୟମ ପ୍ରସ୍ତୁତ କରାଯାଉ ବୋଲି ମଧ୍ୟ ଦାବି କରାଯାଇଥିଲା। ଶିକ୍ଷିତ ଏବଂ ବେରୋଜଗାର ଯୁବବର୍ଗମାନଙ୍କୁ କିପରି ରୋଜଗାରର ସୁଯୋଗ ଯୋଗାଇ ଦିଆଯିବ ସେ ବିଷୟରେ ଆଲୋଚନା କରାଯାଇଥିଲା।

Share