କୋଲକାତା,୧୧।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହେବା ପରେ ଶୁଭେନ୍ଦୁ ଅଧିକାରୀ ସୋମବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଭାରତ-ବାଂଲାଦେଶ ସୀମାରେ ତାରବାଡ଼ ପାଇଁ ଜମି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ୪୫ ଦିନ ମଧ୍ୟରେ ଜମି ଯୋଗାଇ ଦେବାକୁ ଶୁଭେନ୍ଦୁ କହିଛନ୍ତି।
ଏପରିକିି ୪୫ ଦିନ ମଧ୍ୟରେ ସମଗ୍ର ଅଞ୍ଚଳ BSF ଅଧୀନରେ ରହିବ। ୮୬୪ କି.ମି. ଦୀର୍ଘ ସୀମାନ୍ତ ଏଯାବତ ତାରବାଡ଼ ହୋଇ ପାରି ନ ଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀ ଜମି ଦେଉ ନ ଥିବାରୁ ତାରବାଡ଼ ହୋଇପାରୁ ନ ଥିଲା। ଫଳରେ ବାଂଲାଦେଶ ପଟୁ ଦେଶକୁ ଅନୁପ୍ରବେଶ ମାତ୍ରା ଅଧିକ ହେଉଥିଲା ବୋଲି ପଞ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଗଣମାଧ୍ୟମକୁ କହିଛନ୍ତି।