ଶୁଆଙ୍ଗ କ୍ରିକେଟ କ୍ଲବ ଚାମ୍ପିୟନ

ପୁରୁଣା ଭୁବନେଶ୍ୱର,୧୩।୨ (ଡି.ଏନ.ଏ.) : ବାଙ୍କୁଆଳ ହାଇସ୍କୁଲ ପଡିଆରେ ୮ ଦିନ ଧରି ଚାଲିଥିବା ୧୨ତମ ଜଗବନ୍ଧୁ ସ୍ବାଇଁ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ପ୍ରତିଯୋଗିତାର ଫାଇନାଲ ମ୍ୟାଚ ଶୁଆଙ୍ଗ କ୍ରିକେଟ କ୍ଲବ, ଭୁବନେଶ୍ୱର ଓ ମା’ ଭଗବତୀ କ୍ରିକେଟ କ୍ଲବ, ବାଙ୍କୁଆଳ ମଧ୍ୟରେ ହୋଇଥିଲା। ଏଥିରେ ବାଙ୍କୁଆଳ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୧୭୯ ରନ କରିଥିଲା।

ଜବାବରେ ଶୁଆଙ୍ଗ ଦଳ ୧୯ ଓଭରରେ ୭ ଉଇକେଟ ବିନିମୟରେ ୧୮୦ ରନ କରି ବିଜୟୀ ହୋଇଥିଲା। ଦଳ ପକ୍ଷରୁ ଜଗବନ୍ଧୁ ସ୍ବାଇଁ ୬୦ ଓ ସୂର୍ଯ୍ୟକାନ୍ତ ବଡ଼ଜେନା ୪୮ ରନ କରିଥିଲେ। ଫାଇନାଲ ମ୍ୟାଚରେ ମୁଖ୍ୟଅତିଥି ଭାବେ ଯାତ୍ରା ସ୍ବର୍ଣ୍ଣମହଲ ପ୍ରଯୋଜକ କବିରାଜ ସ୍ବାଇଁ, ଭୁବନେଶ୍ୱର ଜୋନ୍‌ -୪ ଏସିପି ଶୁଭ ନାରାୟଣ ମୁଦୁଲି, ବଡ଼ଗଡ଼ ଥାନା ଆଇଆଇସି ତୃପ୍ତିରଞ୍ଜନ ନାୟକ, ଭୁବନେଶ୍ୱର ବାର ଆସୋସିଏଶନ ସମ୍ପାଦକ ରାଜ କିଶୋର ଦାସ, ସମାଜିକକର୍ମୀ କ୍ଷୀରୋଦ କୁମାର ସ୍ବାଇଁ, ରମେଶ ଚନ୍ଦ୍ର ପଣ୍ଡା, ସୂର୍ଯ୍ୟରଞ୍ଜନ ଜେନା, ପ୍ରଫୁଲ୍ଲ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Share