ଶ୍ରୁତିଙ୍କୁ ଜନ୍ମଦିନରେ ମିଳିଲା ଏହି ସ୍ବତନ୍ତ୍ର ଉପହାର

ଦକ୍ଷିଣ ଭାରତୀୟ ଫିଲ୍ମର ସୁପରଷ୍ଟାର କମଲ ହାସନଙ୍କ ଝିଇ ତଥା ଅଭିନେତ୍ରୀ ଶ୍ରୁତି ହାସନଙ୍କର ଆଜି ଅର୍ଥାତ୍‌ ଗୁରୁବାର ହେଉଛି ଜନ୍ମଦିନ। ଇତିମଧ୍ୟରେ ଶ୍ରୁତିି ୩୫ ବର୍ଷର ହୋଇଯାଇଛନ୍ତି। ଅଭିନୟ ବ୍ୟତୀତ ସଂଗୀତରେ ମଧ୍ୟ ସେ ପ୍ରଶଂସକଙ୍କୁ ବାନ୍ଧି ପାରିଛନ୍ତି। ଜନ୍ମଦିନର ଶ୍ରୁତିଙ୍କୁ ସୋସିଆଲ ମିଡିଆରେ ପ୍ରଶଂସକ ଠାରୁ ଶୁଭେଚ୍ଛାର ସୁଅ ଛୁଟୁଛି। ତେବେ ଏହି ଖାନ୍‌ ଦିନରେ ଶ୍ରୁତିଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ ଘୋଷଣା କରାଯାଇଛି। ‘ବାହୁବଳୀ’ ପ୍ରଭାସଙ୍କ ଆଗାମୀ ମେଗା ପ୍ରୋଜେକ୍ଟ ‘ସଲାର’ରେ ଶ୍ରୁତି କାମ କରିବେ ବୋଲି ଏହାର ନିର୍ମାତା ପ୍ରକାଶ କରିଛନ୍ତି।
ଫିଲ୍ମର ଏକ ନୂଆ ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଥିରେ ଶ୍ରୁତିଙ୍କୁ ଦେଖିବାକୁ ମିଳୁଛି। ଏଥିରେ ଲେଖା ହୋଇଛି, ‘ସଲାର’କୁ ଆପଣଙ୍କୁ ସ୍ବାଗତ କରାଯାଉଛି। ଏଥିସହ ଶ୍ରୁତିଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ମଧ୍ୟ ଦିଆଯାଇଛି।

Share