ପାକିସ୍ତାନ ଓ୍ବେବ୍‌ସାଇଟ୍‌ରେ ଶ୍ରୀରାମଙ୍କ ଫଟୋ, ହ୍ୟାକ୍‌ର ଲେଖିଲେ…

ଇସ୍‌ଲାମାବାଦ,୧୬ା୮: ସ୍ବାଧୀନତା ଦିବସ ଅବସରରେ, କେତେକ ହ୍ୟାକର ପାକିସ୍ତାନର ଅନେକ ଗୁରୁତ୍ୱପୂର୍ଣ୍ଣ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌ କରିଥିଲେ। ଏହା ଅଗଷ୍ଟ ୧୫ର ଅଭିନନ୍ଦନ ବାର୍ତ୍ତା ଥିଲା। କେବଳ ଏତିକି ନୁହେଁ, ପାକିସ୍ତାନୀ ଓ୍ବେବ୍‌ସାଇଟ୍‌ରେ କରାଚି ଏବଂ ଲାହୋରରେ ଏକ ରାମ ମନ୍ଦିର ତିଆରି ହେବା କଥା ମଧ୍ୟ ଲେଖାଯାଇଛି।

ପାକିସ୍ତାନର ଫାତିମା ଜିନ୍ନା ମହିଳା ବିଶ୍ୱବିଦ୍ୟାଳୟ ସମେତ ଅନ୍ୟାନ୍ୟ ଓ୍ବେବ୍‌ସାଇଟ୍‌ରେ ହ୍ୟାକରମାନେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ ଏବଂ ଅଭିବାଦନ ବାର୍ତ୍ତା ଦେଇଥିଲେ।

ଅନ୍ୟ ଏକ ଓ୍ବେବ୍‌ସାଇଟ peterco.com.pk ମଧ୍ୟ ହ୍ୟାକରମାନଙ୍କ ଦ୍ୱାରା ଟାର୍ଗେଟ କରାଯାଇଥିଲା। ଏହି ଓ୍ବେବ୍‌ସାଇଟ ହ୍ୟାକ୍‌ କରି ଏହା ଉପରେ ଏକ ପତାକା ତିଆରି କରି ଏହା ତଳେ ସତ୍ୟମେବ ଜୟତେ ଲେଖିଥିଲେ। ପିଲାମାନେ ଓ୍ବେବ୍‌ସାଇଟରେ ତ୍ରିରଙ୍ଗା ପତାକା ଧରି ଦୌଡୁଥିବା ଦେଖିବାକୁ ମିଳୁଛି। ଭାରତୀୟ ସାଇବର ଟ୍ରୁପ ଏହି ଓ୍ବେବ୍‌ସାଇଟ ହ୍ୟାକ୍‌ କରିଥିବା ପାକିସ୍ତାନ ଅଭିଯୋଗ କରିଛି।

ହ୍ୟାକରମାନେ ପାକିସ୍ତାନର ଅନ୍ୟ ଏକ ୱେବ୍‌ସାଇଟ ଉପରେ ଆକ୍ରମଣ କରିଥିଲେ ଏବଂ ଏଥିରେ ପ୍ରଭୁ ରାମଙ୍କର ଏକ ବଡ଼ ଫଟୋ ଦେଖିବାକୁ ମିଳିଥିଲା। ଫଟୋ ତଳେ ଲେଖାଯାଇଛି ଯେ, କରାଚି ଏବଂ ଲାହୋରରେ ମଧ୍ୟ ରାମ ମନ୍ଦିର ନିର୍ମାଣ ହେବ। ତେବେ ହ୍ୟାକିଂ ଚିହ୍ନଟ ହେବା ମାତ୍ରେ ଏହି ଓ୍ବେବ୍‌ସାଇଟଗୁଡ଼ିକ ପାକିସ୍ତାନୀ ଅନୁଷ୍ଠାନ ଦ୍ୱାରା ବନ୍ଦ କରାଯାଇଥିଲା।

Share