ଗୋପୀଙ୍କୁ ସଙ୍କୁଚିତ, ହେମନ୍ତଙ୍କୁ ପ୍ରୋତ୍ସାହନ

ସମ୍ବଲପୁର,୨୯ା୯ (ଶୁଭାଶିଷ ପାଢ଼ୀ): ସମ୍ବଲପୁର ଜିଲା ବିଜେଡିର ନୂତନ କମିଟି ଗଠନ କରାଯାଇଛି। ରେଢ଼ାଖୋଲ ବିଧାନସଭାର ମାନେଶ୍ୱର ବ୍ଲକ ସଭାପତି ଭାବେ ପୁଣିଥରେ ବରିଷ୍ଠ ନେତା ଗୋପୀରଞ୍ଜନ ବେହେରାଙ୍କୁ ନିଯୁକ୍ତ କରାଯାଇଛି। ଜିଲାର ୯ ଗୋଟି ବ୍ଲକ୍‌ ଓ ମହାନଗର ନିଗମକୁ ଦେଖିଲେ କେବଳ ମାନେଶ୍ୱର ବ୍ଲକରେ କାର୍ଯ୍ୟକାରୀ ସଭାପତି ଭାବେ ହେମନ୍ତ ପଣ୍ଡାଙ୍କୁ ନିଯୁକ୍ତି ଦିଆଯାଇଛି। ରାଜ୍ୟ ସାଙ୍ଗଠନିକ ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ ଏହି ନିଯୁକ୍ତି ଦେଇଛନ୍ତି। ଦଳୀୟ କର୍ମୀ ଓ ନେତାମାନେ ଏଭଳି ନିଯୁକ୍ତିର କାରଣ ନେଇ ନିଜ ଭିତରେ ଆଲୋଚନା କରୁଛନ୍ତି। ଜିଲା ସଭାପତି ତଥା ବିଧାୟକ ରୋହିତ ପୂଜାରୀଙ୍କ ଘନିଷ୍ଠ ଥିବା ଓ ପ୍ରାୟ ୪ ପାଳି ଧରି ବ୍ଲକ ସଭାପତି ରହିଥିବା ଗୋପୀରଞ୍ଜନଙ୍କ କ୍ଷମତା ସଙ୍କୁଚିତ ଓ ହେମନ୍ତଙ୍କୁ ପ୍ରୋତ୍ସାହିତ କରାଯାଇଥିବା ନେଇ ଚର୍ଚ୍ଚା ହେଉଛି। ଗୋପୀରଞ୍ଜନ ବହୁବର୍ଷ ଧରି ସଂଗଠନ କାମ କରିଆସିଥିଲେ। ମାନେଶ୍ୱର ବ୍ଲକର ପ୍ରତି ପଞ୍ଚାୟତରେ ସେ ସଂଗଠନ କରିଥିଲେ। ତେଣୁ ଅନ୍ୟ କାରଣ ଯୋଗୁ ହେମନ୍ତଙ୍କୁ କାର୍ଯ୍ୟକାରୀ ସଭାପତି କରାଯାଇଥିବା ଦୀୟ କର୍ମୀମାନେ ଆଲୋଚନା କରୁଛନ୍ତି। ଅନ୍ୟପଟେ ହେମନ୍ତ କଂଗ୍ରେସରୁ ଆସି ବିଜେଡିରେ ଯୋଗଦେଇଥିଲେ। ଦଳ ଯାହା ଦାୟିତ୍ୱ ଦେଇଛି ସେ ନିର୍ବାହ କରିଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ସେ ସକ୍ରିୟ ଭୂମିକା ନେଇ କାମ କରୁଥିଲେ। ଏବେ ନବନିଯୁକ୍ତ ଦୁଇ ନେତା ଦଳୀୟ ସଂଗଠନ ପାଇଁ ମିଶି କାମ କରିବେ ନା ପୁଣି ବିବାଦ ଲାଗିରହିବ ତାହାକୁ ନେଇ ଚର୍ଚ୍ଚା ଚାଲିଛି।
ଗୋପୀରଞ୍ଜନ କହିଛନ୍ତି, ବିଜୁ ବାବୁଙ୍କ ଅଦର୍ଶରେ ପ୍ରାୟ ୩୦ ବର୍ଷରୁ ଊର୍ଦ୍ଧ୍ୱ ହେବ କାମ କରିଆସୁଛି। ସଂଗଠନ କରିଛି। ଦଳ କଂଗ୍ରେସରୁ ଆସିଥିବା ହେମନ୍ତଙ୍କୁ କାର୍ଯ୍ୟକାରୀ ସଭାପତି କରିଛି। ଏଥିରେ ମୋର ସମସ୍ୟା ନାହିଁ। ହେଲେ ଆମେ ଦୁହେଁ ଗୋଟିଏ ଗ୍ରାମର, ଗୋଟିଏ ଜୋନର। ତେଣୁ ଆମ ଭିତରେ ବ୍ୟକ୍ତିଗତ ପ୍ରତିଦ୍ୱନ୍ଦ୍ୱିତା ପୂର୍ବଭଳି ଲାଗି ରହିପାରେ। ଏହାକୁ ନେଇ ଜିଲା ସଭାପତିଙ୍କୁ ଅଭିଯୋଗ କରି ପଦକ୍ଷେପ ନେବାକୁ କହିଛି। ସଭାପତି ନ ହେଲେ ମଧ୍ୟ ମୋର ଦୁଃଖ ନାହିଁ, ହେଲେ ସୂଚନା ଦେଇ କାର୍ଯ୍ୟକାରୀ ସଭାପତି ନିଯୁକ୍ତି କରିବାର ଥିଲା ବୋଲି କହିଛନ୍ତି। ଅନ୍ୟପଟେ କାର୍ଯ୍ୟକାରୀ ସଭାପତି ହେମନ୍ତ କହିଛନ୍ତି, ଦଳରେ କାମ କରିଆସୁଛି। ସଂଗଠନ କରିବା ମୂଳ ଲକ୍ଷ୍ୟ ରହିଛି। ଦଳ ଦାୟିତ୍ୱ ଦେଇଥିବାରୁ ମୁଁ କାମ କରିବି ବୋଲି ସେ କହିଛନ୍ତି। କେବଳ ମାନେଶ୍ୱର ବ୍ଲକ ନୁହେଁ, ଜିଲାରେ ଅନେକ ବ୍ଲକ ଓ ମହାନଗର ନିଗମରେ ନୂତନ ନିଯୁକ୍ତି ନେଇ ଅସନ୍ତୋଷ ଲାଗିରହିଛି। ହେଲେ ମୁହଁ ଖୋଲିବାକୁ ଭୟ କରୁଛନ୍ତି। ଠିକ୍‌ ସମୟରେ ଏହି ଅସନ୍ତୁଷ୍ଟ କର୍ମୀଙ୍କୁ ମନାଇ ନ ପାରିଲେ ଆଗାମୀ ନିର୍ବାଚନରେ ପ୍ରଭାବ ପଡିପାରେ ବୋଲି ସାଧାରଣରେ ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାର ‘ବେଆଇନ ବିଦେଶୀ’ ତାଲିକାରେ ୮୯ ଭାରତୀୟ

ନୂଆଦିଲ୍ଲୀ,୭ା୨: ବେଆଇନ ବିଦେଶୀ ଅପରାଧୀଙ୍କ ତାଲିକା ଶେୟାର କରିବା ପାଇଁ ଆମେରିକାର ହୋମ୍‌ଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ ପକ୍ଷରୁ ‘ଆରେଷ୍ଟେଡ୍‌: ଓ୍ବର୍ଷ୍ଟ ଅଫ୍‌ ଓ୍ବର୍ଷ୍ଟ’ ନାମରେ ଏକ ପବ୍ଲିକ୍‌…

ଚନ୍ଦ୍ରକୁ ଯିବ iPhone: ନାସା କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୭।୨: ଚନ୍ଦ୍ରକୁ ଯାତ୍ରା କରୁଥିବା ମହାକାଶଚାରୀମାନେ ଏବେ ନିଜ ସହିତ iPhone ନେଇପାରିବେ। ଆମେରିକାର ମହାକାଶ ସଂସ୍ଥା ନାସା ଏବେ ମହାକାଶଚାରୀମାନଙ୍କୁ iPhone ଏବଂ ଅନ୍ୟାନ୍ୟ ଆଧୁନିକ…

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଢାଞ୍ଚା ପ୍ରକାଶିତ, କୃଷକ, ମତ୍ସ୍ୟଜୀବୀଙ୍କ ପାଇଁ…

ନୂଆଦିଲ୍ଲୀ,୭।୨: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଏବେ ଜିନିଷଗୁଡ଼ିକ ସ୍ପଷ୍ଟ ହୋଇଯାଇଛି। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ…

ନାବାଳିକାଙ୍କୁ କୁରକୁରି, ଚକଲେଟ ଦେଖାଇ ଏକ ନିଛାଟିଆ ସ୍ଥାନକୁ ଡାକିନେଲେ ବୃଦ୍ଧ, ତା’ପରେ…

ଖୁଣ୍ଟୁଣୀ,୭l୨(ସଚ୍ଚିଦାନନ୍ଦ ପଣ୍ଡା): ଜଣେ ନାବାଳିକା ୪ର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଉଦ୍ୟମ କରିବା ଅଭିଯୋଗରେ ଖୁଣ୍ଟୁଣୀ ଥାନା ପୋଲିସ ଶୁକ୍ରବାର ରାଧାଦାମୋଦରପୁର (କଣ୍ଟାବନ୍ଧ) ଗ୍ରାମର ଗଗନ ବିହାରୀ…

ଆରମ୍ଭ ହେଲା ପ୍ରେମ ସପ୍ତାହ…ଆଜି ରୋଜ୍‌ ଡେ’

ଭୁବନେଶ୍ୱର,୭/୨ (ସୌମ୍ୟରଞ୍ଜନ ରାଉତ):ଫେବୃଆରୀ ୧୪, ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଓ ପ୍ରେମୀଯୁଗଳଙ୍କ ପାଇଁ ଖାସ୍‌ ଦିନଟିଏ। ଅନ୍ୟମାନଙ୍କ ପାଇଁ ହୁଏତ ଏହି ଦିନଟି ସାଧାରଣ, ହେଲେ ପ୍ରେମୀମାନଙ୍କ…

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri