ମଧୁର ପାଣିରେ ମାଛ ଅପେକ୍ଷା ଚିଙ୍ଗୁଡ଼ି ଚାଷ ଅଧିକ

କେନ୍ଦ୍ରାପଡା, ୨୨।୧୧ (ଜଗନ୍ନାଥ ଧଳ): ଲୁଣି ମାଛ ରପ୍ତାନୀ କ୍ଷେତ୍ରରେ ଓଡ଼ିଶାର ଚାହିଦା ବଢ଼ିଛି। ୧୦ବର୍ଷ ମଧ୍ୟରେ ଏହା ୭୪୭ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୧୧- ୧୨ ଆଥିକ ବର୍ଷରେ ୧୧,୪୬୦ ମେଟ୍ରିକ ଟନ ଲୁଣି ମାଛ ରପ୍ତାନୀ ହୋଇଥିବା ବେଳେ ୨୦୨୨-୨୩ ଆର୍ଥିକ ବର୍ଷରେ ଏହା ୯୭,୧୨୫ ମେଟ୍ରିକ ଟନକୁ ବୃଦ୍ଧି ପାଇଛି। ୫୮୬୦ ହେକ୍ଟର ଅଞ୍ଚଳ ପୂର୍ବରୁ ଚାଷ ହେଉଥିବା ବେଳେ ଏହା ଏବେ ୧୭,୭୮୦ ହେକ୍ଟର ଅଞ୍ଚଳକୁ ବୃଦ୍ଧି ପାଇଛି। ଏହାକୁ ଆହୁରି ପ୍ରସାର ପାଇଁ ସ୍ବୟଂ ସହାୟକ ଗୋଷ୍ଠୀ, ସ୍ଥାନୀୟ ମତ୍ସ୍ୟଚାଷୀ, ସମବାୟ ସମିତି, ମହିଳା ସମବାୟ, କର୍ମ ନିଯୁକ୍ତି ଆଶାୟୀ ଶିକ୍ଷିତ ବ୍ୟକ୍ତି ଆଦିଙ୍କୁ ପ୍ରୋତ୍ସାହିତ କରାଯାଉଛି। କେନ୍ଦ୍ରାପଡ଼ା ଜିଲାରେ ମଧୁର ଜଳ ମାଛ ଚାଷ ଅପେକ୍ଷା ଚିଙ୍ଗୁଡି ଚାଷ ପ୍ରତି ଅଧିକ ଚାଷୀ ଆଗ୍ରହୀ ହୋଇଛନ୍ତି। ଅପରପକ୍ଷରେ ବେଆଇନ ଚାଷକୁ ବନ୍ଦ କରିବା ପାଇଁ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ତାଗିଦ କରାଯାଉଛି। ଏପରିକି ଡ୍ରୋନ ସାହାର୍ଯ୍ୟରେ ଘେରି ନିର୍ଣ୍ଣୟ କରିବାକୁ ଇତିମଧ୍ୟରେ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଆସିଛି। ତେବେ ଏହି ଜିଲାରେ ପ୍ରାୟ ୧୦ ହଜାର ଚାଷୀ ଚିଙ୍ଗୁଡି ଘେରି କରିଥିବା ଆକଳନ କରାଯାଉଛି। ସମୁଦ୍ରର ଲୁଣି ପାଣିକୁ ବ୍ୟବହାର କରି ଚିଙ୍ଗୁଡି ଚାଷକୁ ଚାଷୀ ମାତ୍ରାଧିକ ଗୁରୁତ୍ୱ ଦେଇଛନ୍ତି। ଫଳରେ ଜାତୀୟ ଉଦ୍ୟାନ ଭିତରକନିକାର ଆଦ୍ରଭୂମି ଏବେ ବିପଦରେ ପଡ଼ିଛି। ପ୍ରାୟ ୧୫ ହଜାର ହେକ୍ଟର ଅଞ୍ଚଳରେ ଚିଙ୍ଗୁଡି ଘେରି ରହିଛି ବୋଲି ପରିବେଶବିତମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ପରିବେଶବିତ ହେମନ୍ତ କୁମାର ରାଉତ, ଅଶୋକ କୁମାର ସ୍ବାଇଁ, ପ୍ରଭୁପ୍ରସାଦ ମହାପାତ୍ର ପ୍ରମୁଖ କହିଛନ୍ତି, ଚିଙ୍ଗୁଡି ଘେରି ଜାତୀୟ ଉଦ୍ୟାନର ପରିବେଶକୁ ନଷ୍ଟ କରୁଛି। ଏଠାରୁ ନିର୍ଗତ ବର୍ଜ୍ୟ ରାସାୟନିକ ଜଳ ସମୁଦ୍ରରେ ମିଶି ସାମୁଦ୍ରିକ ପ୍ରାଣୀ ନଷ୍ଟ କରିବା ସହ ଆବାସସ୍ଥଳୀକୁ କ୍ଷତି କରୁଛି। ସବୁଜ ଗଛଲତା ନଷ୍ଟ ହେତୁ ବନ୍ୟ ପଶୁପକ୍ଷୀଙ୍କ ଆବାସସ୍ଥଳୀ ସୁରକ୍ଷିତ ନୁହେଁ। ଜାତୀୟଉଦ୍ୟାନ ଭିତରକନିକା ବଞ୍ଚାଇବାକୁ ହେଲେ ସରକାରୀ ଭାବେ ସ୍ବୀକୃତିପ୍ରାପ୍ତ ଚିଙ୍ଗୁଡି ଘେରିକୁ ବନ୍ଦ କରିବାକୁ ପଡ଼ିବ। ଏହି ଘେରିକୁ ସରକାରୀ ସୁରକ୍ଷା ମିଳୁ ଥିବାରୁ ବେଆଇନ ଭାବେ ଅନ୍ୟ ଚାଷୀ ଘେରି ପାଇଁ ଉତ୍ସାହିତ ହୋଇ ପଡୁଥିବା ସେମାନେ ପ୍ରକାଶ କରିଛନ୍ତି। ଅପରପକ୍ଷରେ ମା’ ମାଟିଆ ମଙ୍ଗଳା ଚିଙ୍ଗୁଡି ଚାଷୀ ମହାସଂଘର ସଭାପତି ଅମର କୁମାର ପ୍ରଧାନ କହିଛନ୍ତି, ସରକାରଙ୍କ ପକ୍ଷରୁ ଆତ୍ମ ନିଯୁକ୍ତି ପାଇଁ ବିଭିନ୍ନ ଯୋଜନା କରାଯାଉଛି। ଚିଙ୍ଗୁଡି ଚାଷ ଏକ ଲାଭଜନକ ବ୍ୟବସାୟ ହୋଇଥିବା ବେଳେ ଜିଲାର ପ୍ରାୟ ୧୦ ହଜାର ଯୁବକ ଏଠାରେ କର୍ମନିଯୁକ୍ତି ପାଉଛନ୍ତି। ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଚାଷ ହେଉଛି। ନଦୀ ପାଖରେ, ସରକାରୀ ଜମିରେ ଓ ଜଙ୍ଗଲ ଜମିରେ ଏହି ଚାଷ କରାଯାଉନାହିଁ। ଏଥିପାଇଁ ସମସ୍ତ ଘେରିକୁ ବେଆଇନ କହି ଉଚ୍ଛେଦ ଦ୍ୱାରା ଜିଲାର ଆର୍ଥିକ ବିକାଶରେ ଅବନତି ହେବ ବୋଲି ସେ ଦର୍ଶାଇଛନ୍ତି। ଏ ସମ୍ପର୍କରେ ଜିଲା ମତ୍ସ୍ୟ ସମ୍ପ୍ରସାରଣ ବିଭାଗ ଅଧିକାରୀ ଶଶାଙ୍କ ଶେଖର ସାହୁଙ୍କୁ ପଚାରିବାରେ ଜିଲାର ସମସ୍ତ ଚିଙ୍ଗୁଡି ଘେରି ବେଆଇନ ନୁହେଁ। କେତେକ ଚାଷୀ ଓ ସ୍ବୟଂ ସହାୟକ ଗୋଷ୍ଠୀକୁ ଏହି ଚାଷ ପାଇଁ ବିଭାଗ ପକ୍ଷରୁ ଅନୁମତି ମିଳିଛି। ଏହି ଚାଷ ପାଇଁ ଶତାଧିକ ଆବେଦନ ପତ୍ର ଆସିଥିଲେ ମଧ୍ୟ ଏହାକୁ ଅଦ୍ୟାବଧି ମଞ୍ଜୁରୀ ମିଳିନାହିଁ। ବେଆଇନ ଭାବେ ଗଢ଼ି ଉଠିଥିବା ଚିଙ୍ଗୁଡି ଘେରିର ଚିହ୍ନଟ ପାଇଁ ସ୍ଥାନୀୟ ତହସିଲଦାରଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?