ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ: ଆଜିଠୁ ଯଜ୍ଞ

ପୁରୀ,୧୫ା୧(ଅଜିତ୍‌ ମହାନ୍ତି): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ନେଇ ଏବେ ଶ୍ରୀକ୍ଷେତ୍ର ଉତ୍ସବମୁଖର। ଆସନ୍ତା ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଲୋକାର୍ପଣ କରିବେ। ଏଥିଲାଗି ଶ୍ରୀମନ୍ଦିର ଉତ୍ତର-ପୂର୍ବ ଐଶାନ୍ୟ କୋଣରେ ବେଶ୍‌ ନିଷ୍ଠାର ସହ ପୂଜାର୍ଚ୍ଚନା କାର୍ଯ୍ୟ ଜାରି ରହିଛି। ଶୁକ୍ରବାର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ୱାରା ବ୍ରାହ୍ମଣ ବରଣ କରାଯିବା ପରେ ଅଙ୍କୁରାରୋପଣ ନୀତି ଯଜ୍ଞବେଦି ନିକଟରେ ସମ୍ପନ୍ନ ହୋଇଥିଲା। ଅଙ୍କୁରାରୋପଣ ନୀତି ପରେ ଶନିବାର ବିଧି ବିଧାନ ଅନୁଯାୟୀ ଅଙ୍କୁର ପୂଜନ କରାଯିବା ସହ ମଣ୍ଡଳ କଟାଯାଇଥିଲା। କାର୍ଯ୍ୟକ୍ରମରେ ଗଜପତିଙ୍କ ଦ୍ୱାରା ବରଣ ହୋଇଥିବା ବ୍ରାହ୍ମଣମାନେ ଅଙ୍କୁର ପୂଜନ, ଯଜ୍ଞ ଅଧିବାସ, ମଣ୍ଡଳ ସ୍ଥାପନ, ଧ୍ୱଜା ସ୍ଥାପନ ଏବଂ ତୋରଣ ସ୍ଥାପନ ଆଦି ପୂଜାବିଧି ସମ୍ପନ୍ନ କରିଥିଲେ। ତେବେ ପରମ୍ପରା ଅନୁଯାୟୀ, ୧୫ ତାରିଖ ଅର୍ଥାତ ସୋମବାରଠାରୁ ଅଖଣ୍ଡ ଦୀପ ସ୍ଥାପନ ସହିତ ଯଜ୍ଞ ବିଧି ଆରମ୍ଭ ହେବ। ସେହିପରି ଶ୍ରୀମନ୍ଦିର ଚାରିଦ୍ୱାରରେ ଋକ୍‌, ସାମ୍‌, ଯଜୁଃ ଏବଂ ଅଥର୍ବ ବେଦ ପାଠ ଆରମ୍ଭ ହେବ। ୧୭ ତାରିଖ ବୁଧବାର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ୱାରା ଯଜ୍ଞର ପୂର୍ଣ୍ଣାହୁତି ହେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଲୋକାର୍ପଣ କରିବେ।
କାର୍ଯ୍ୟକ୍ରମ ସମ୍ପର୍କରେ ପଣ୍ଡିତ ବିଶ୍ୱମ୍ବର ଦାଶ ସୂଚନା ଦେଇ କହିଛନ୍ତି, ରବିବାର ଅଙ୍କୁର ରୋପଣର ତୃତୀୟ ଦିବସ। ସକାଳ ପୂଜା ପରେ ଅଙ୍କୁର ପୂଜନ, ଦେବୀ ମଣ୍ଡଳ ଅଧିବାସ, ନୃସିଂହଙ୍କ ମଣ୍ଡଳ ଅଧିବାସ, ଘଟ ଓ ତୋରଣ ଅଧିବାସ ଇତ୍ୟାଦି କରାଯାଇଛି। ସମସ୍ତ ଅଧିବାସ କାର୍ଯ୍ୟ ସମ୍ପନ୍ନ ହେବା ପରେ ସୋମବାର ସକାଳେ ଅଖଣ୍ଡ ଦୀପ ପ୍ରଜ୍ୱଳନ କରାଯାଇ ଯଜ୍ଞ କାର୍ଯ୍ୟ କରାଯିବ। କଳସ ଅଧିବାସରେ ବିଭିନ୍ନ ଦେବଦେବୀଙ୍କୁ ଅଧିବାସ କରାଯିବ। ସମସ୍ତ କାର୍ଯ୍ୟ ବୈଦିକ ରୀତିନୀତି ଅନୁଯାୟୀ କ୍ରମ ଅନୁସାରେ କରାଯାଉଛି ବୋଲି ଦାଶ କହିଛନ୍ତି। ସେହିପରି ରାଜଗୁରୁ ଦେବୀପ୍ରସାଦ ରାଜଗୁରୁ କହିଛନ୍ତି, ଗଜପତି ହେଉଛନ୍ତି ମହାପ୍ରଭୁଙ୍କ ଆଦ୍ୟ ସେବକ। ତେଣୁ ପରମ୍ପରା ଅନୁଯାୟୀ, ଶ୍ରୀମନ୍ଦିରର ଯେକୌଣସି କାର୍ଯ୍ୟ ହୋଇଥାଏ ସେଥିରେ ଗଜପତି କର୍ତ୍ତା ଭାବେ କାର୍ଯ୍ୟ ସମ୍ପାଦନ କରିଥାନ୍ତି। ଗଜପତିଙ୍କ ନାମ ଓ ଗୋତ୍ର ଅନୁଯାୟୀ ବ୍ରାହ୍ମଣମାନେ ସଂକଳ୍ପ କରିଥାନ୍ତି। ଯେହେତୁ ଶ୍ରୀମନ୍ଦିର କାର୍ଯ୍ୟ ହେଉଛି, ତେଣୁ ଗଜପତି ମହାରାଜା କର୍ତ୍ତା ଭାବେ ରାଜଗୁରୁଙ୍କୁ ବରଣ କରିଥିଲେ। ପରେ ରାଜଗୁରୁ ଅନ୍ୟ ବ୍ରାହ୍ମଣମାନଙ୍କୁ ବରଣ କରିଥିଲେ। ଅଙ୍କୁରା ରୋପଣ, ଅଙ୍କୁର ପୂଜନ ସହ ଅନ୍ୟାନ୍ୟ ନୀତି ସମ୍ପନ୍ନ ପରେ ସୋମବାରଠାରୁ ଯଜ୍ଞ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ସୂର୍ଯ୍ୟପୂଜା ପରେ ରାଜଗୁରୁ ଅନ୍ୟ ବ୍ରାହ୍ମଣମାନଙ୍କୁ ଗୁଆ, ନଡ଼ିଆ, ବସ୍ତ୍ର ଦେଇ ବରଣ କରିବେ। ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହେବ। ୧୭ ତାରିଖରେ ଯଜ୍ଞରେ ପୂର୍ଣ୍ଣାହୁତି ଦେବା ପରେ ମଣ୍ଡଳରେ ପୁଷ୍ପାଞ୍ଜଳି ଅର୍ପଣ କରିବେ। ପରେ ଯଜ୍ଞ କାର୍ଯ୍ୟ ସମ୍ପନ୍ନ ହେବ ବୋଲି ରାଜଗୁରୁ ସୂଚନା ଦେଇଛନ୍ତି। ଏହି ଉତ୍ସବରେ ଦେଶ ବିଦେଶ ଓ ବିଭିନ୍ନ ଦେବାଳୟରୁ ୯ ଶହ ଅତିଥି ଯୋଗଦେବାକୁ ଥିବାରୁ ସେ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ୧୭ ତାରିଖ ଅପରାହ୍ନ ୧ଟା ୧୫ରୁ ୧ଟା ୩୦ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଫଳକ ଉନ୍ମୋଚନ ସହ ପ୍ରକଳ୍ପ ଲୋକାର୍ପଣ ହେବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

ମାମୁଁ ଘରକୁ ଆସିଥିଲେ: କେନାଲରୁ ମିଳିଲା ନାବାଳିକାଙ୍କ ମୃତଦେହ

ରାଜନଗର,୩।୪: କେନ୍ଦ୍ରପଡ଼ା ଜିଲା ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ଅଞ୍ଚଳରୁ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ କେନାଲରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri