ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଐତିହାସିକ: ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ,୨୫ା୧୧: ଶ୍ରୀମନ୍ଦିର ପରିସର ଆଧୁନିକୀକରଣ ହେବାକୁ ଯାଉଛି। ଖୁବ୍‌ଶୀଘ୍ର ନୂଆ ପ୍ରକଳ୍ପ ଅନୁଯାୟୀ ନୂଆ ରୂପ ନେବ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ପୁରୀ ଗସ୍ତରେ ଆସି ଗଜପତିଙ୍କ ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଶ୍ରଦ୍ଧାଳୁଙ୍କ ସୁବିଧା ଓ ଶ୍ରୀମନ୍ଦିର ସୁରକ୍ଷା ଉଦ୍ଦେଶ୍ୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ପୂର୍ବରୁ ସରିଥିବାବେଳେ କାର୍ଯ୍ୟ ଆରମ୍ଭ ପୂର୍ବରୁ ଗତ ୨୧ ତାରିଖରୁ ଉତ୍ତର-ପୂର୍ବ କୋଣରେ ଚାଲିଥିବା ମହାଯଜ୍ଞର ପୂର୍ଣ୍ଣାହୁତିରେ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗଦେଇଥିଲେ। ପରେ ଶ୍ରୀମନ୍ଦିର ବାହାରେ ମୁଖ୍ୟମନ୍ତ୍ରୀ କହିଲେ, ଜୟ ଜଗନ୍ନାଥ। ଆଜିର ଦିନଟି ବିଶ୍ୱର ସମସ୍ତ ଜଗନ୍ନାଥ ଭକ୍ତ ଓ ଓଡ଼ିଶାବାସୀଙ୍କ ପାଇଁ ଏକ ଐତିହାସିକ ଦିନ ଭାବେ ଲିପିବଦ୍ଧ ହେବ।
ପରିକ୍ରମା ଯୋଜନା କାର୍ଯ୍ୟକ୍ରମ ଅନୁଯାୟୀ, ବୁଧବାର ସକାଳ ୭ଟାରୁ ୯ଟା ଯାଏ ସୂର୍ଯ୍ୟପୂଜା, ଅଗ୍ନିପୂଜା ତଥା ଯଜ୍ଞ ବିଧି ସମ୍ପାଦିତ ହୋଇଥିଲା। ଏହାପରେ ୯ଟା ୪୫ରୁ ୧୦ଟା ମଧ୍ୟରେ ଶିଳା ବିଜେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ସକାଳ ୯ଟା ୨୦ରେ ପୋଲିସ ରିଜର୍ଭ ହେଲିପ୍ୟାଡ୍‌ରେ ଓହ୍ଲାଇଥିଲେ। ସେଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଆସି ସିଂହଦ୍ୱାର ଦେଇ ଉତ୍ତରଦ୍ୱାରସ୍ଥିତ ସଭାସ୍ଥଳରେ ପହଞ୍ଚତ୍ଥିଲେ। ପ୍ରଥମେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା ଯୋଜନା ପାଇଁ ଜମି ପ୍ରଦାନ କରିଥିବା ୧୦ଜଣ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଜମି ପ୍ରଦାନ କରିଥିବା ୧୦୭ଜଣ ବ୍ୟକ୍ତି ଓ ୧୮ଜଣ ମଠାଧୀଶଙ୍କ ସମେତ ମୋଟ ୧୨୫ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ମୁଖ୍ୟମନ୍ତ୍ରୀ ପୂର୍ବଦ୍ୱାର ନିକଟରେ ଆୟୋଜିତ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେଇ ଯଜ୍ଞ ପୂର୍ଣ୍ଣାହୁତି କରିବା ପାଇଁ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ହୋଇଥିବା ଯଜ୍ଞକୁଣ୍ଡ ପାଖରେ ପହଞ୍ଚତ୍ଥିଲେ। ସେଠାରେ ଉପସ୍ଥିତ ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ ମୁଖ୍ୟମନ୍ତ୍ରୀ ଉଭୟ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଶେଷ କରିଥିଲେ। ପରିକ୍ରମା ପ୍ରକଳ୍ପ ସମ୍ପର୍କିତ ସମସ୍ତ ଯୋଜନାକୁ ନେଇ ପ୍ରସ୍ତୁତ ମଡେଲକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷ୍ଣନ୍‌ କୁମାର ମୁଖ୍ୟମନ୍ତ୍ରୀଙ୍କୁ ଦେଖାଇ ବୁଝାଇଥିଲେ। ଯଜ୍ଞ ସମାପନ କରିବା ପରେ ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚତ୍ଥିଲେ। ପତିତପାବନଙ୍କୁ ଦର୍ଶନ କରି ଗଣମାଧ୍ୟମକୁ ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀ ନିଜ କାର୍‌କେଡ୍‌ରେ ୧୧ଟା ୨୦ ସୁଦ୍ଧା ଶ୍ରୀମନ୍ଦିରଠାରୁ ବାହାରି ପୋଲିସ ରିଜର୍ଭ ହେଲିପ୍ୟାଡ୍‌ରେ ପହଞ୍ଚତ୍ବା ପରେ ଭୁବନେଶ୍ୱର ଫେରିଯାଇଥିଲେ।
ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ କ୍ୟାବିନେଟ୍‌ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରତାପ ଜେନା, ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା, ବିଧାୟକ ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଯୋଗଦେଇଥିଲେ। ସେହିପରି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷ୍ଣନ୍‌ କୁମାର, ୫-ଟି ସଚିବ ଭି.କେ. ପାଣ୍ଡିଆନ, ପୋଲିସ ଡିଜି ଅଭୟ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିରକୁ ସୁସଜ୍ଜିତ କରାଯିବା ସହ ଚାରିପାଖ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବାବଦକୁ ୮ଶହ କୋଟି ଟଙ୍କା ଖର୍ଚ୍ଚ ହେବ। ଶ୍ରୀମନ୍ଦିରରୁ ୭୫ ମିଟର ଉଚ୍ଛେଦ ହୋଇଥିବାବେଳେ ଏହାର ୬୦ ମିଟର ପର୍ଯ୍ୟନ୍ତ ପରିକ୍ରମା ମାର୍ଗ ନିର୍ମାଣ ହେବ। ଗାଡ଼ି ମୋଟର ଚଳାଚଳ ପାଇଁ ୧୫ ମିଟର ରାସ୍ତା ଛଡ଼ାଯିବ। ପରିକ୍ରମା କେବଳ ଚଲାପଥ ଭାବେ ବ୍ୟବହାର ହେବ। ଭକ୍ତମାନେ ପରିକ୍ରମା ପଥ ଦେଇ ମେଘନାଦ ପ୍ରାଚୀର କଡ଼େ କଡ଼େ ବୁଲିବେ। ସମସ୍ତ ଦ୍ୱାରରେ ଦାନ ଓ ସୂଚନା କେନ୍ଦ୍ର ରହିବ। ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ପ୍ରାଥମିକ ଚିକିତ୍ସା କେନ୍ଦ୍ର, ଏଟିଏମ୍‌, ପାନୀୟ ଜଳ ସୁବିଧା ରହିବ। ଶ୍ରଦ୍ଧାଳୁଙ୍କ ରହଣି ସହ ଅଭ୍ୟର୍ଥନା ପ୍ରକୋଷ୍ଠ ରହିବ। ଓଡ଼ିଶାର ଐତିହ୍ୟ ଓ ଜଗନ୍ନାଥ ସଂସ୍କୃତିର ବାର୍ତ୍ତା ଦେବାକୁ ପଥର କାରୁକାର୍ଯ୍ୟ ଓ ମୂର୍ତ୍ତି ନିର୍ମାଣ କରାଯିବ। ପଟ୍ଟଚିତ୍ର ଓ ଓଡ଼ିଶୀ ନୃତ୍ୟର ଝଲକ ଦେଖିବାକୁ ମିଳିବ। ଘାସ ଗାଲିଚା ଓ ଫାଉଣ୍ଟେନ ରହିବ। ଜଗନ୍ନାଥଙ୍କ ସେବା ଓ ପୂଜାରେ ଲାଗୁଥିବା ଫୁଲ ଓ ଔଷଧୀୟ ଉଦ୍ୟାନ ମଧ୍ୟ ରହିବ। ତୁଳସୀ ବଗିଚା ପାଇଁ ମଧ୍ୟ ପ୍ରକଳ୍ପରେ ସ୍ଥାନ ରଖାଯାଇଛି। ବିଶ୍ରାମ ବ୍ୟବସ୍ଥା, ଭଜନ କୀର୍ତ୍ତନ ଭଳି ସ୍ବତନ୍ତ୍ର ବ୍ୟବସ୍ଥା ପରିବେଶକୁ ଆହୁରି ଚିତ୍ତାକର୍ଷକ କରିବ। ରାତିରେ ମଧ୍ୟ ଶ୍ରଦ୍ଧାଳୁମାନେ ପରିକ୍ରମା କରିପାରିବେ। ଅର୍ନାମେଣ୍ଟାଲ ଷ୍ଟ୍ରିଟ୍‌ ଲାଇଟ୍‌, ପାଦ ଧୁଆ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri