ବାନ୍ଧକାମରେ ଶ୍ରୀମଦ୍‌ ଭଗବଦ୍‌ ଗୀତା

ସୋନପୁର,୭।୮(ମୃତ୍ୟୁଞ୍ଜୟ ଶତପଥୀ): ବର୍ଣ୍ଣିଳ ସଂସ୍କୃତିର ମାଟି ସୁବର୍ଣ୍ଣପୁର। ଏଠାକାର ବାନ୍ଧକଳାରେ ସୃଷ୍ଟ ବୟନଶିଳ୍ପ ବିଶ୍ୱ ବସ୍ତ୍ର ବଜାରରେ ଶୀର୍ଷ ସ୍ଥାନରେ ରହିଛି। ଏଇ ମାଟିର ବାନ୍ଧଶିଳ୍ପୀ ଓ ବୁଣାକାରଙ୍କ ତନ୍ତରୁ ପ୍ରସ୍ତୁତ ବସ୍ତ୍ର ସବୁ ଗ୍ରାହକଙ୍କ ପ୍ରଥମ ପସନ୍ଦ। ସେମିତି ଜଣେ ଜାତୀୟସ୍ତରର ବାନ୍ଧଶିଳ୍ପୀ ହେଲେ ସୁବର୍ଣ୍ଣପୁର ସହର ଗୋକର୍ଣ୍ଣେଶ୍ୱର ପଡ଼ାର ପ୍ରଫୁଲ୍ଲ ମେହେର(୬୨)। ଭଗବଦ୍‌ ଗୀତାର ୧୮ ଅଧ୍ୟାୟକୁ ନେଇ ସେ ଗ୍ରାଫ୍‌ କାମ ଓ ବାନ୍ଧକାମ ଇତିମଧ୍ୟରେ ସମ୍ପୂର୍ଣ୍ଣ କରିଛନ୍ତି। ସୂକ୍ଷ୍ମ ପାଟସୂତାରେ ନିଖୁଣ ଭାବେ ଏହି କାମ କରାଯାଇଛି। ଏଥିରେ ମୋଟ ୮୦୦ଶ୍ଳୋକ ରହିଛି। ବାନ୍ଧ ବାନ୍ଧିବା ପାଇଁ ପ୍ରଥମେ ୮ଜଣ କାରିଗର ଓ ପରେ ୧୨ଜଣ କାରିଗରଙ୍କୁ ସେ ନିୟୋଜିତ କରିଥିଲେ। ପ୍ରଫୁଲ୍ଲ ଓ ତାଙ୍କ ସ୍ତ୍ରୀ ଝରଣା ମଧ୍ୟ ଏହି କାମରେ ଲାଗିଥିଲେ। ଏହି କଷ୍ଟସାଧ୍ୟ କାମ କରିବା ପାଇଁ ୨ବର୍ଷ ସମୟ ଲାଗିଛି। ରଙ୍ଗ କାମ ସରିବା ପରେ ଲୁଗାବୁଣା କାମ ଆରମ୍ଭ ହେବ। ଗୀତା ଜୟନ୍ତୀ ପୂର୍ବରୁ ସେ ଏହି କାମ ସମ୍ପୂର୍ଣ୍ଣ କରିବା ନେଇ ଲକ୍ଷ୍ୟ ରଖିଥିବା କହିଛନ୍ତି।
ଜିଲାର ବୀରମହାରାଜପୁର ଅଞ୍ଚଳର ବୁଣାକାର ପରିବାରରେ ଜନ୍ମିତ ପ୍ରଫୁଲ୍ଲ ଚତୁର୍ଥ ଶ୍ରେଣୀରେ ପଢ଼ିବା ସମୟରୁ ନିଜର କୌଳିକ ବୃତ୍ତି ବାନ୍ଧକଳା ପ୍ରତି ଆଗ୍ରହ ଦେଖାଇଥିଲେ। ପାଠପଢ଼ା ସରିବା ପରେ ସେ ରାଜ୍ୟ ବୟନ ଓ ହସ୍ତତନ୍ତ ବିଭାଗରେ ଚାକିରି କରିଥିଲେ। ନିଜର ପ୍ରତିଭା ପ୍ରଦର୍ଶନକରି ୧୯୯୨ରେ ସେ ନ୍ୟାଶନାଲ ମେରିଟ୍‌ ପୁରସ୍କାର ପାଇଥିଲେ। ୨୦୨୨ ମସିହାରେ ସେ ବୟନ ତତ୍ତ୍ୱାବଧାରକ ଭାବରେ କାର୍ଯ୍ୟକରି ଅବସର ନେଇଛନ୍ତି। ଚାକିରି ସମୟରେ ଅନେକ ବୁଣାକାର ତାଙ୍କଠାରୁ ପରାମର୍ଶ ନେଇ ନିଜ କଳାକୌଶଳରେ ଉନ୍ନତି କରିଛନ୍ତି। ସମ୍ବଲପୁରୀ ବାନ୍ଧକଳାରେ କିଛି ନୂତନତ୍ୱ ଆଣିବାକୁ ତାଙ୍କର ରୁଚି ରହିଛି। ଚାକିରିରୁ ଅବସର ଗ୍ରହଣ ପରେ ସେ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ ସେହି ସୂତାରେ ଶାଢ଼ି ବୁଣା ଉପରେ ବିଶେଷ ଗୁରୁତ୍ୱ ଦେଇ ଆସୁଛନ୍ତି। ତାଙ୍କ ନିକଟରେ ୫୦ ପ୍ରକାର ପ୍ରାକୃତିକ ରଙ୍ଗ ରହିଛି । ପ୍ରାକୃତିକ ରଙ୍ଗ ଦ୍ୱାରା ପ୍ରସ୍ତୁତ ଶାଢ଼ିର ରାଜ୍ୟ ଓ ରାଜ୍ୟ ବାହାରେ ଚାହିଦା ରହିଛି । ଏସବୁ ପ୍ରସ୍ତୁତ କରିବା ପାଇଁ ସେ ବୌଦ୍ଧ ଜିଲାର ବାସୁଦେବପାଲି ନିକଟରେ ୧୨ଟି ତନ୍ତ ବସାଇ ୬୦ ପରିବାରକୁ ରୋଜଗାର ଯୋଗାଇ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୫୦ ଜଣ ଅଣବୁଣାକାରଙ୍କୁ ବୁଣା କାମ ଶିଖାଇଛନ୍ତି। ପ୍ରଫୁଲ୍ଲ ଜଣେ ବାନ୍ଧଶିଳ୍ପୀ, ପାଟଶାଢ଼ି ଓ ଓ୍ବାଲ୍‌ ହ୍ୟାଙ୍ଗିଂ ଡିଜାଇନ ପରାମର୍ଶଦାତା ଭାବେ ଖ୍ୟାତି ଅର୍ଜନ କରିଛନ୍ତି। ସେଥିମଧ୍ୟରୁ ତାଙ୍କ ଡିଜାଇନର ମା, ଆମର ମଙ୍ଗାଶାଲ ଓ ଗଞ୍ଜାପା ଶାଢ଼ିକୁ ଜାତୀୟ ପୁରସ୍କାର ମିଳିଛି। ଅଷ୍ଟନାୟିକା ଶାଢ଼ିକୁ ମେରିଟ୍‌ ଆଓ୍ବାର୍ଡ ଓ ଅନେକ ଶାଢ଼ିକୁ ରାଜ୍ୟ ପୁରସ୍କାର ମିଳିଛି। ବହୁଚର୍ଚ୍ଚିତ ଗଣିତ ଶାଢ଼ିର ପରିକଳ୍ପନା ମଧ୍ୟ ପ୍ରଫୁଲ୍ଲ କରିଥିଲେ। ତାଙ୍କ ଡିଜାଇନ ପରିକଳ୍ପନା ଓ ତତ୍ତ୍ୱାବଧାନରେ ବାନ୍ଧ, ରଙ୍ଗ ଏବଂ ବୁଣାକାମ କରି ସୁବର୍ଣ୍ଣପୁର ଜିଲାର ୫ ବୁଣାକାର ଜାତୀୟ ପୁରସ୍କାର ଓ ୧୫ ବୁଣାକାର ରାଜ୍ୟସ୍ତରୀୟ ପୁରସ୍କାର ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅରିଜିତଙ୍କ ଅବସର ପରେ ଏମିତି କହିଲେ ଶ୍ରେୟା ଘୋଷାଲଙ୍କ, ସବୁଠି ଚର୍ଚ୍ଚା

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ଅରିଜିତ ସିଂହ ପ୍ଲେବ୍ୟାକ୍ ସିଙ୍ଗିଙ୍ଗରୁ ଅବସର ଘୋଷଣା କରିଛନ୍ତି। ଏହି ଶୁଣିବା ପରେ ତାଙ୍କ ପ୍ରଶଂସକ ଓ ସହକର୍ମୀମାନେ…

ରାୟଗଡା ସହରରେ ଜଣ୍ଡିସ ଆଶଙ୍କା, ସ୍ୱାସ୍ଥ୍ୟ ବିଭାଗର ତନାଘନା

ରାୟଗଡା,୨୮ା୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ସହର ଇନ୍ଦିରା ନଗର ଷଷ୍ଠ ଲେନ, କସ୍ତୁରୀ ନଗର ପ୍ରମଥ ଲେନ ଏବଂ କତୁରୁ ବସ୍ତିରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ…

ଅରିଜିତଙ୍କୁ ନେଇ ବଡ଼ ଖବର! ରାଜନୈତିକ ଦଳ କରିବାକୁ ଅବସର…ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ… 

ମୁମ୍ବାଇ: ଆଜିକାଲି ଅଭିନୟ ଜୀବନ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ଖ୍ୟାତନାମା ଗାୟକ ଅରିଜିତ ସିଂ। ଦିନକ ପୂର୍ବେ ସେ ହଠାତ…

ଅନ୍‌ଲାଇନରେ ବୁକ୍ କରିହେବ ପୂର୍ତ୍ତ ବିଭାଗର ଡାକବଙ୍ଗଳା; ଲଞ୍ଚ୍ ହେଲା ପୋର୍ଟାଲ

ଭୁବନେଶ୍ୱର,୨୮ା୧: ପର୍ଯ୍ୟଟକ ଏବଂ ସରକାରୀ ଅଧିକାରୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ବିଭିନ୍ନ ପର୍ଯ୍ୟଟନ ସ୍ଥାନରେ ଡାକବଙ୍ଗଳା ନିର୍ମାଣ କରିଛନ୍ତି। ଏଣିକି ପୂର୍ତ୍ତ ବିଭାଗର ଡାକବଙ୍ଗଳା ବା…

ସରକାରୀ ଜମି ଜବରଦଖଲକୁ ନେଇ ଉତ୍ତେଜନା, ଦିଗପହଣ୍ଡି ଥାନାରେ ହୋହଲ୍ଲା  

ଦିଗପହଣ୍ଡି,୨୮ା୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗ୍ରାମର ଏକାଧିକ ଏକର ସରକାରୀ ଜମି ଜବରଦଖଲକୁ କେନ୍ଦ୍ରକରି ଗତ ଦୁଇଦିନ ହେଲା ଗାଁରେ ଚାପା…

ପତ୍ନୀଙ୍କଠାରୁ ଅଲଗା ହେବେ ଗୌରବ ଖନ୍ନା! ପ୍ରଶଂସକଙ୍କ ବଢ଼ିଲା ଚିନ୍ତା 

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌ ବିଜେତା ତଥା ଅଭିନେତା ଗୌରବ ଖନ୍ନା। ଶୋ’ରେ ପତ୍ନୀଙ୍କ ପ୍ରତି ଥିବା ଭଲପାଇବାକୁ ନେଇ ସେ ଖବର…

ପାଇଖାନା ଯାଇଥିବା ବେଳେ ପଡ଼ିଗଲା କାନ୍ଥ, ଅକାଳରେ ଚାଲିଗଲା ଜୀବନ

ପାଇକମାଳ,୨୮ା୧( ବଡ ଶତପଥୀ) : ବରଗଡ଼ ଜିଲା ପାଇକମାଳ ବ୍ଲକ୍ ମାଣ୍ଡୋସିଲ ଗାଁରେ ଅଭାବନୀୟ ଘଟଣା । ମଙ୍ଗଳବାର ଭୋର ୫ଟାରେ ପାଇଖାନା କାନ୍ଥ ପଡ଼ି ଜଣେ…

ନବନିର୍ମାଣ କୃଷକ ସଙ୍ଗଠନର ଓଡ଼ିଶା ବନ୍ଦ ଡାକରା, ଥୁଆମୂଳ ରାମପୁରରେ ମିଶ୍ରିତ ପ୍ରଭାବ

ଥୁଆମୂଳ ରାମପୁର, ୨୮ା୧ (ଦୁର୍ଗା କୀର୍ତ୍ତି): ରାଜ୍ୟରେ ଧାନ ବିକ୍ରିରେ ଅବ୍ୟବସ୍ଥା, ସ୍ମାର୍ଟ ମିଟର ନାମରେ ଟାଟା ପାୱାରର ଶୋଷଣ ଏବଂ ପରିବହନ କ୍ଷେତ୍ରରେ ମାତ୍ରାଧିକ ଜରିମାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri