ବାନ୍ଧକାମରେ ଶ୍ରୀମଦ୍‌ ଭଗବଦ୍‌ ଗୀତା

ସୋନପୁର,୭।୮(ମୃତ୍ୟୁଞ୍ଜୟ ଶତପଥୀ): ବର୍ଣ୍ଣିଳ ସଂସ୍କୃତିର ମାଟି ସୁବର୍ଣ୍ଣପୁର। ଏଠାକାର ବାନ୍ଧକଳାରେ ସୃଷ୍ଟ ବୟନଶିଳ୍ପ ବିଶ୍ୱ ବସ୍ତ୍ର ବଜାରରେ ଶୀର୍ଷ ସ୍ଥାନରେ ରହିଛି। ଏଇ ମାଟିର ବାନ୍ଧଶିଳ୍ପୀ ଓ ବୁଣାକାରଙ୍କ ତନ୍ତରୁ ପ୍ରସ୍ତୁତ ବସ୍ତ୍ର ସବୁ ଗ୍ରାହକଙ୍କ ପ୍ରଥମ ପସନ୍ଦ। ସେମିତି ଜଣେ ଜାତୀୟସ୍ତରର ବାନ୍ଧଶିଳ୍ପୀ ହେଲେ ସୁବର୍ଣ୍ଣପୁର ସହର ଗୋକର୍ଣ୍ଣେଶ୍ୱର ପଡ଼ାର ପ୍ରଫୁଲ୍ଲ ମେହେର(୬୨)। ଭଗବଦ୍‌ ଗୀତାର ୧୮ ଅଧ୍ୟାୟକୁ ନେଇ ସେ ଗ୍ରାଫ୍‌ କାମ ଓ ବାନ୍ଧକାମ ଇତିମଧ୍ୟରେ ସମ୍ପୂର୍ଣ୍ଣ କରିଛନ୍ତି। ସୂକ୍ଷ୍ମ ପାଟସୂତାରେ ନିଖୁଣ ଭାବେ ଏହି କାମ କରାଯାଇଛି। ଏଥିରେ ମୋଟ ୮୦୦ଶ୍ଳୋକ ରହିଛି। ବାନ୍ଧ ବାନ୍ଧିବା ପାଇଁ ପ୍ରଥମେ ୮ଜଣ କାରିଗର ଓ ପରେ ୧୨ଜଣ କାରିଗରଙ୍କୁ ସେ ନିୟୋଜିତ କରିଥିଲେ। ପ୍ରଫୁଲ୍ଲ ଓ ତାଙ୍କ ସ୍ତ୍ରୀ ଝରଣା ମଧ୍ୟ ଏହି କାମରେ ଲାଗିଥିଲେ। ଏହି କଷ୍ଟସାଧ୍ୟ କାମ କରିବା ପାଇଁ ୨ବର୍ଷ ସମୟ ଲାଗିଛି। ରଙ୍ଗ କାମ ସରିବା ପରେ ଲୁଗାବୁଣା କାମ ଆରମ୍ଭ ହେବ। ଗୀତା ଜୟନ୍ତୀ ପୂର୍ବରୁ ସେ ଏହି କାମ ସମ୍ପୂର୍ଣ୍ଣ କରିବା ନେଇ ଲକ୍ଷ୍ୟ ରଖିଥିବା କହିଛନ୍ତି।
ଜିଲାର ବୀରମହାରାଜପୁର ଅଞ୍ଚଳର ବୁଣାକାର ପରିବାରରେ ଜନ୍ମିତ ପ୍ରଫୁଲ୍ଲ ଚତୁର୍ଥ ଶ୍ରେଣୀରେ ପଢ଼ିବା ସମୟରୁ ନିଜର କୌଳିକ ବୃତ୍ତି ବାନ୍ଧକଳା ପ୍ରତି ଆଗ୍ରହ ଦେଖାଇଥିଲେ। ପାଠପଢ଼ା ସରିବା ପରେ ସେ ରାଜ୍ୟ ବୟନ ଓ ହସ୍ତତନ୍ତ ବିଭାଗରେ ଚାକିରି କରିଥିଲେ। ନିଜର ପ୍ରତିଭା ପ୍ରଦର୍ଶନକରି ୧୯୯୨ରେ ସେ ନ୍ୟାଶନାଲ ମେରିଟ୍‌ ପୁରସ୍କାର ପାଇଥିଲେ। ୨୦୨୨ ମସିହାରେ ସେ ବୟନ ତତ୍ତ୍ୱାବଧାରକ ଭାବରେ କାର୍ଯ୍ୟକରି ଅବସର ନେଇଛନ୍ତି। ଚାକିରି ସମୟରେ ଅନେକ ବୁଣାକାର ତାଙ୍କଠାରୁ ପରାମର୍ଶ ନେଇ ନିଜ କଳାକୌଶଳରେ ଉନ୍ନତି କରିଛନ୍ତି। ସମ୍ବଲପୁରୀ ବାନ୍ଧକଳାରେ କିଛି ନୂତନତ୍ୱ ଆଣିବାକୁ ତାଙ୍କର ରୁଚି ରହିଛି। ଚାକିରିରୁ ଅବସର ଗ୍ରହଣ ପରେ ସେ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ ସେହି ସୂତାରେ ଶାଢ଼ି ବୁଣା ଉପରେ ବିଶେଷ ଗୁରୁତ୍ୱ ଦେଇ ଆସୁଛନ୍ତି। ତାଙ୍କ ନିକଟରେ ୫୦ ପ୍ରକାର ପ୍ରାକୃତିକ ରଙ୍ଗ ରହିଛି । ପ୍ରାକୃତିକ ରଙ୍ଗ ଦ୍ୱାରା ପ୍ରସ୍ତୁତ ଶାଢ଼ିର ରାଜ୍ୟ ଓ ରାଜ୍ୟ ବାହାରେ ଚାହିଦା ରହିଛି । ଏସବୁ ପ୍ରସ୍ତୁତ କରିବା ପାଇଁ ସେ ବୌଦ୍ଧ ଜିଲାର ବାସୁଦେବପାଲି ନିକଟରେ ୧୨ଟି ତନ୍ତ ବସାଇ ୬୦ ପରିବାରକୁ ରୋଜଗାର ଯୋଗାଇ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୫୦ ଜଣ ଅଣବୁଣାକାରଙ୍କୁ ବୁଣା କାମ ଶିଖାଇଛନ୍ତି। ପ୍ରଫୁଲ୍ଲ ଜଣେ ବାନ୍ଧଶିଳ୍ପୀ, ପାଟଶାଢ଼ି ଓ ଓ୍ବାଲ୍‌ ହ୍ୟାଙ୍ଗିଂ ଡିଜାଇନ ପରାମର୍ଶଦାତା ଭାବେ ଖ୍ୟାତି ଅର୍ଜନ କରିଛନ୍ତି। ସେଥିମଧ୍ୟରୁ ତାଙ୍କ ଡିଜାଇନର ମା, ଆମର ମଙ୍ଗାଶାଲ ଓ ଗଞ୍ଜାପା ଶାଢ଼ିକୁ ଜାତୀୟ ପୁରସ୍କାର ମିଳିଛି। ଅଷ୍ଟନାୟିକା ଶାଢ଼ିକୁ ମେରିଟ୍‌ ଆଓ୍ବାର୍ଡ ଓ ଅନେକ ଶାଢ଼ିକୁ ରାଜ୍ୟ ପୁରସ୍କାର ମିଳିଛି। ବହୁଚର୍ଚ୍ଚିତ ଗଣିତ ଶାଢ଼ିର ପରିକଳ୍ପନା ମଧ୍ୟ ପ୍ରଫୁଲ୍ଲ କରିଥିଲେ। ତାଙ୍କ ଡିଜାଇନ ପରିକଳ୍ପନା ଓ ତତ୍ତ୍ୱାବଧାନରେ ବାନ୍ଧ, ରଙ୍ଗ ଏବଂ ବୁଣାକାମ କରି ସୁବର୍ଣ୍ଣପୁର ଜିଲାର ୫ ବୁଣାକାର ଜାତୀୟ ପୁରସ୍କାର ଓ ୧୫ ବୁଣାକାର ରାଜ୍ୟସ୍ତରୀୟ ପୁରସ୍କାର ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଲଦୀପଙ୍କ ଦ୍ୱିତୀୟ ଇନିଂସ: ପିଲାଦିନର ବନ୍ଧୁ ବଂଶିକାଙ୍କ ସହ ବିବାହ ସମ୍ପନ୍ନ, ଧୁମ୍‌ ନାଚିଲେ…

ମସୁରୀ, ୧୪।୩: ଟିମ୍‌ ଇଣ୍ଡିଆର ଷ୍ଟାର୍‌ ସ୍ପିନର୍‌ କୁଲଦୀପ ଯାଦବଙ୍କ ପାଇଁ ମାର୍ଚ୍ଚ ୨୦୨୬ ସାରା ଜୀବନ ପାଇଁ ସ୍ମରଣୀୟ ହୋଇ ରହିବ। ଗତ ରବିବାର (୯…

୧୬ରେ କଂଗ୍ରେସର ସଂସଦ ଘେରାଉ ଆନ୍ଦୋଳନ

ନୂଆଦିଲ୍ଲୀ,୧୪ା୩: କେନ୍ଦ୍ର ସରକାର ନିକଟରେ କରିଥିବା ଆମେରିକା ସହ ବାଣିଜ୍ୟ ଚୁକ୍ତିନାମା ଦେଶ ପାଇଁ କ୍ଷତିକାରକ ହେବ ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହାର ପ୍ରତିବାଦ ସ୍ବରୁପ…

ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟ୍‌କା! ଲିଗ୍‌ ଆରମ୍ଭର ୧୪ ଦିନ ପୂର୍ବରୁ ଦଳ ଛାଡ଼ିଲେ…

ନୂଆଦିଲ୍ଲୀ, ୧୪।୩: ଆଇପିଏଲ ୨୦୨୬ ପାଇଁ ସମସ୍ତ ଦଳ ନିଜର ପ୍ରସ୍ତୁତି ଜୋରଦାର କରିଛନ୍ତି। କେଉଁଠି ନୂଆ ଜର୍ସି ଲଞ୍ଚ ହେଉଛି ତ କେଉଁଠି ଖେଳାଳିମାନେ ଅଭ୍ୟାସ…

ଚାଷୀଙ୍କ ଦୁଃଖ: ଅମଳ ବେଳେ କଲରା କିଆରୀ ଉଜାଡ଼ିଲେ ଦୁର୍ବୃତ୍ତ, ଜମୁର୍ଡା ଗ୍ରାମରେ ଉତ୍ତେଜନା!

ବରଗଡ଼, ୧୪/୦୩ (ପ୍ରେମାନନ୍ଦ ଖମାରୀ): ଜଣେ ଚାଷୀ ରକ୍ତକୁ ପାଣି କରି ଫସଲ ଉଜେଇଥିବା ବେଳେ, ଅମଳ ସମୟରେ ଦୁର୍ବୃତ୍ତଙ୍କ କଳା ପାହାର ଚାଷୀର ମେରୁଦଣ୍ଡ ଭାଙ୍ଗି…

ଛାତ୍ରୀଙ୍କ ଅସଦାଚରଣ ଭିଡିଓ ଭାଇରାଲ ମାମଲା: ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ

କାକଟପୁର/ଅସ୍ତରଙ୍ଗ,୧୪ା୩(ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ/ମମତା ଜେନା): ପୁରୀ ଜିଲା କାକଟପୁର ଥାନା ଅଞ୍ଚଳର ଏକ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ସ୍କୁଲର ଅବସରପ୍ରାପ୍ତ କର୍ମଚାରୀ ଅସଦାଚରଣ କରିଥିବା ଭିଡିଓ…

ଗ୍ୟାସ, ପେଟ୍ରୋଲ କଳାବଜାର କରୁଥିଲେ ସାବଧାନ: ନିୟମିତ ଯାଞ୍ଚ କରିବ କମିଟି

ନନ୍ଦପୁର,୧୪ା୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକ ଅଞ୍ଚଳର ପେଟ୍ରୋଲ ଟାଙ୍କି, ଗ୍ୟାସ ବିତରଣ କେନ୍ଦ୍ରଗୁଡ଼ିକ ନିୟମିତ ଯାଞ୍ଚ କରିବାକୁ କମିଟି ଗଠନ ପାଇଁ…

ବଡ଼ ଧରଣର ପୋଲିସ ଚଢ଼ାଉ: ବିପୁଳ ପରିମାଣର ବିସ୍ଫୋରକ ସହ ୨ ଗିରଫ

ବେଲଗୁଣ୍ଠା,୧୪।୩(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବେଲଗୁଣ୍ଠା ଥାନା ଅଧିକାରୀ…

ଭେଟିବାକୁ ଆସିଲେନି ପ୍ରେମିକ, ବୈତରଣୀ ପୋଲ ଉପରୁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ପୋଲିସ ପହଞ୍ଚି…

ପାଟଣା, ୧୪।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ନିକଟସ୍ଥ ବୈତରଣୀ ନଦୀ ପୋଲ ଉପରେ ଶନିବାର ଏକ ଚକିତ କଲାଭଳି ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri