ଶ୍ରୀକ୍ଷେତ୍ର ମଠ, ମନ୍ଦିରରେ ୬ ଗୁପ୍ତ ସୁଡ଼ଙ୍ଗ

ପୁରୀ ଅଫିସ,୧।୬: ଶ୍ରୀକ୍ଷେତ୍ରର ବିଭିନ୍ନ ମଠରେ ଏକାଧିକ ସୁଡ଼ଙ୍ଗ ଥିବାବେଳେ ସେଗୁଡ଼ିକ କେତେଦୂର ଯାଏ ଲମ୍ବିଛି, ତାହା ଏବେ ବି ରହସ୍ୟ ହୋଇରହିଛି। ବିଗତ ଦିନରେ ଦେଖାଯାଇଥିବା ସୁଡ଼ଙ୍ଗକୁ ନେଇ ପ୍ରଶାସନ ପକ୍ଷରୁ ଅନୁସନ୍ଧାନ ଜାରି ରହିଥିଲେ ମଧ୍ୟ ନିଷ୍କର୍ଷ କିଛି ବାହାରିପାରି ନାହିଁ। ଏଭଳି ସମୟରେ ମଙ୍ଗଳବାର ସ୍ଥାନୀୟ ଶ୍ୱେତଗଙ୍ଗା ପୁଷ୍କରିଣୀ ନିକଟସ୍ଥ ଗଙ୍ଗମାତା ମଠରେ ଥିବା ଗୁପ୍ତ ସୁଡ଼ଙ୍ଗ ପୁଣି ଚର୍ଚ୍ଚା ପରିସରକୁ ଆସିଛି। ଶ୍ରୀକ୍ଷେତ୍ର ପରମ୍ପରା ସହ ଜଡ଼ିତ ଏକମାତ୍ର ଗଙ୍ଗାମାତା ମଠର ଏହି ସୁଡ଼ଙ୍ଗ ନୁହେଁ। ଶ୍ରୀମନ୍ଦିର ପାଖରେ ଥିବା ଅନେକ ମଠର ସୁଡ଼ଙ୍ଗ ଶ୍ରୀମନ୍ଦିର ଯାଏଁ ଲମ୍ବିଥିବା ଐତିହାସିକମାନେ ମତ ଦେଉଛନ୍ତି। ସେମାନଙ୍କର ଏହି ଦାବି ଶ୍ରୀମନ୍ଦିରର ସୁରକ୍ଷା ଉପରେ ଆଶଙ୍କା ସୃଷ୍ଟି କରୁଛି। ସୁଡ଼ଙ୍ଗ ଭିତରେ ମୂଲ୍ୟବାନ୍‌ ପଦାର୍ଥ, ଗୁପ୍ତଧନ ଥିବାର ସମ୍ଭାବନାକୁ ନେଇ ମଧ୍ୟ ଅଧିକାଂଶ ସମୟରେ ଚର୍ଚ୍ଚା ହେଉଛି। ଏଭଳିସ୍ଥଳେ ଜିଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନର ମିଳିତ ଉଦ୍ୟମରେ ସୁଡ଼ଙ୍ଗର ରହସ୍ୟକୁ ଦୂର କରନ୍ତୁ ବୋଲି ସାଧାରଣରେ ଦାବି ହେଉଛି।
ବିଶାରଦ ସୁରେନ୍ଦ୍ର କୁମାର ମିଶ୍ରଙ୍କ କହିବା ଅନୁଯାୟୀ, ରାଧାକାନ୍ତ ମଠ ସୁଡ଼ଙ୍ଗ, ଗଙ୍ଗାମାତା ମଠ ସୁଡ଼ଙ୍ଗ, ଏମାର ମଠ ସୁଡ଼ଙ୍ଗ, ଶ୍ରୀମନ୍ଦିର ବାହାର ବେଢ଼ାର ଉତ୍ତରପଟ ସୁଡ଼ଙ୍ଗ ଓ ଶଙ୍କାରନନ୍ଦ ସୁଡ଼ଙ୍ଗକୁ ମିଶାଇ ସମୁଦାୟ ୬ଟି ସୁଡ଼ଙ୍ଗ ରହିଛି। ଗଙ୍ଗାମାତା ମଠ ସୁଡ଼ଙ୍ଗର ଦୁଇଟି ମୁହଁ ରହିଛି। ଗୋଟିଏ ଶ୍ରୀମନ୍ଦିର ଦିଗକୁ ଓ ଅନ୍ୟଟି ସମୁଦ୍ର ଦିଗକୁ। ପୂର୍ବ ମହନ୍ତଙ୍କ କହିବା ଅନୁଯାୟୀ, ସୁଡ଼ଙ୍ଗ ଦେଇ ଭିତରକୁ ଗଲେ ଘୁ ଘୁ ଗର୍ଜନ ଶୁଭୁଛି। ସୁଡ଼ଙ୍ଗ ସମ୍ପର୍କରେ ଇଂରେଜ ସରକାର ଅବଗତ କରାଇଥିଲେ। ସେତେବେଳେ ମହନ୍ତ ବନମାଳୀ ଦାସଙ୍କ ନିକଟକୁ ଲଣ୍ଡନରୁ ସୁଡ଼ଙ୍ଗକୁ ନେଇ ଏକ ପତ୍ର ଆସିଥିଲା। ୨୦୧୧ରେ ମଠର ତତ୍ତ୍ବାବଧାରକଙ୍କୁ ଆମେ ଭେଟିଥିଲୁ। ସେ କହିଥିଲେ, ଏହି ସୁଡ଼ଙ୍ଗ ଦେଇ ଶ୍ରୀଚୈତନ୍ୟ ଶ୍ରୀମନ୍ଦିରକୁ ଆସି ମଠରେ ପହଞ୍ଚିଥିଲେ। ସେହିଭଳି ୧୯୪୭ ମସିହା ପର୍ଯ୍ୟନ୍ତ ଗଜପତିମାନେ ଏହି କ୍ଷେତ୍ରରେ ରହୁଥିବା ନଅର ଚଳଚଞ୍ଚଳ ଥିଲା। ନଅରକୁ କେନ୍ଦ୍ର କରି ଅନେକ ସୁଡ଼ଙ୍ଗ ବିଭିନ୍ନ ଦିଗରୁ ରହିଥିଲା। ଏହି ସୁଡ଼ଙ୍ଗ ଶ୍ରୀମନ୍ଦିର ସହ ମଧ୍ୟ ସଂଶ୍ଲିଷ୍ଟ ଥିଲା। ମାତ୍ର ସୁଡ଼ଙ୍ଗଗୁଡ଼ିକର ପୁନରୁଦ୍ଧାର ହୋଇପାରୁ ନ ଥିବା ହେତୁ ଶ୍ରୀମନ୍ଦିର ସହ ସୁଡ଼ଙ୍ଗ କେଉଁ ଦିଗରୁ ସଂଯୋଗ ହୋଇଛନ୍ତି ତାହା ଜଣାପଡ଼ିପାରୁ ନାହିଁ।
ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, ଶ୍ରୀମନ୍ଦିର ପରିସରରେ କିମ୍ବା ନିକଟରେ ସେଭଳି କୌଣସି ସୁଡ଼ଙ୍ଗ ନଜରକୁ ଆସୁନାହିଁ। ସୁଡ଼ଙ୍ଗ ପୂର୍ବରୁ ଥାଇପାରେ, ମାତ୍ର ଏବେ ସେସମ୍ପର୍କରେ ଜାଣିବା ପାଇଁ ଅନେକ କସରତ କରିବାକୁ ପଡ଼ିବ। ଏଏସ୍‌ଆଇ ସୁଡ଼ଙ୍ଗ ସମ୍ପର୍କରେ ତଥ୍ୟ ଯୋଗାଡ଼ କରିବା ସହ ଅନୁସନ୍ଧାନ କରୁ। ସୁଡ଼ଙ୍ଗର ରହସ୍ୟ ଉନ୍ମୋଚନ ଓ ପୁନରୁଦ୍ଧାର ପାଇଁ ଜିଲା ପ୍ରଶାସନ ପୂର୍ବରୁ ଏକ କମିଟି ଗଠନ ହୋଇଥିଲା। ଅନେକ ଗବେଷକ ମଧ୍ୟ ସୁଡ଼ଙ୍ଗକୁ ପ୍ରବେଶ କରିବାକୁ ଉଦ୍ୟମ କରିଛନ୍ତି। ମାତ୍ର କୌଣସି ସୁଫଳ ମିଳିପାରିନାହିଁ। ପୁନରୁଦ୍ଧାର ସମ୍ପର୍କରେ ଏଏସ୍‌ଆଇ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ଶ୍ରୀମନ୍ଦିର ପୁନରୁଦ୍ଧାର ଓ ସଂରକ୍ଷଣ ଦାୟିତ୍ୱ ଏଏସ୍‌ଆଇ ପାଖରେ ରହିଥିବା ବେଳେ ମଠ ସହ କୌଣସି ସମ୍ପର୍କ ନାହିଁ। ମଠର ପୁନରୁଦ୍ଧାର କିମ୍ବା ସଂରକ୍ଷଣ କରିବା ଦାୟିତ୍ୱ ଏଏସ୍‌ଆଇ ଅଧୀନ ନୁହେଁ। ଏଣୁ ଜିଲା ପ୍ରଶାସନ ଏହି କାର୍ଯ୍ୟ କରିପାରିବ। ସୁଡ଼ଙ୍ଗ ଦୀର୍ଘଦିନ ଧରି ରହିଆସିଛି ଓ ଏ ସମ୍ପର୍କରେ ପୁରୀ ସହରବାସୀ ଅବଗତ ଅଛନ୍ତି। ମାତ୍ର ଏହା ପଛରେ କ’ଣ ରହସ୍ୟ ରହିଛି ତାହାକୁ ନେଇ ଜିଲା ପ୍ରଶାସନ ଉଦ୍ୟମ କରାଯିବା ଦରକାର ବୋଲି ଆଇନଜୀବୀ ଶରତ ରାୟଗୁରୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri