ଶ୍ରୀକ୍ଷେତ୍ର ମଠ, ମନ୍ଦିରରେ ୬ ଗୁପ୍ତ ସୁଡ଼ଙ୍ଗ

ପୁରୀ ଅଫିସ,୧।୬: ଶ୍ରୀକ୍ଷେତ୍ରର ବିଭିନ୍ନ ମଠରେ ଏକାଧିକ ସୁଡ଼ଙ୍ଗ ଥିବାବେଳେ ସେଗୁଡ଼ିକ କେତେଦୂର ଯାଏ ଲମ୍ବିଛି, ତାହା ଏବେ ବି ରହସ୍ୟ ହୋଇରହିଛି। ବିଗତ ଦିନରେ ଦେଖାଯାଇଥିବା ସୁଡ଼ଙ୍ଗକୁ ନେଇ ପ୍ରଶାସନ ପକ୍ଷରୁ ଅନୁସନ୍ଧାନ ଜାରି ରହିଥିଲେ ମଧ୍ୟ ନିଷ୍କର୍ଷ କିଛି ବାହାରିପାରି ନାହିଁ। ଏଭଳି ସମୟରେ ମଙ୍ଗଳବାର ସ୍ଥାନୀୟ ଶ୍ୱେତଗଙ୍ଗା ପୁଷ୍କରିଣୀ ନିକଟସ୍ଥ ଗଙ୍ଗମାତା ମଠରେ ଥିବା ଗୁପ୍ତ ସୁଡ଼ଙ୍ଗ ପୁଣି ଚର୍ଚ୍ଚା ପରିସରକୁ ଆସିଛି। ଶ୍ରୀକ୍ଷେତ୍ର ପରମ୍ପରା ସହ ଜଡ଼ିତ ଏକମାତ୍ର ଗଙ୍ଗାମାତା ମଠର ଏହି ସୁଡ଼ଙ୍ଗ ନୁହେଁ। ଶ୍ରୀମନ୍ଦିର ପାଖରେ ଥିବା ଅନେକ ମଠର ସୁଡ଼ଙ୍ଗ ଶ୍ରୀମନ୍ଦିର ଯାଏଁ ଲମ୍ବିଥିବା ଐତିହାସିକମାନେ ମତ ଦେଉଛନ୍ତି। ସେମାନଙ୍କର ଏହି ଦାବି ଶ୍ରୀମନ୍ଦିରର ସୁରକ୍ଷା ଉପରେ ଆଶଙ୍କା ସୃଷ୍ଟି କରୁଛି। ସୁଡ଼ଙ୍ଗ ଭିତରେ ମୂଲ୍ୟବାନ୍‌ ପଦାର୍ଥ, ଗୁପ୍ତଧନ ଥିବାର ସମ୍ଭାବନାକୁ ନେଇ ମଧ୍ୟ ଅଧିକାଂଶ ସମୟରେ ଚର୍ଚ୍ଚା ହେଉଛି। ଏଭଳିସ୍ଥଳେ ଜିଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନର ମିଳିତ ଉଦ୍ୟମରେ ସୁଡ଼ଙ୍ଗର ରହସ୍ୟକୁ ଦୂର କରନ୍ତୁ ବୋଲି ସାଧାରଣରେ ଦାବି ହେଉଛି।
ବିଶାରଦ ସୁରେନ୍ଦ୍ର କୁମାର ମିଶ୍ରଙ୍କ କହିବା ଅନୁଯାୟୀ, ରାଧାକାନ୍ତ ମଠ ସୁଡ଼ଙ୍ଗ, ଗଙ୍ଗାମାତା ମଠ ସୁଡ଼ଙ୍ଗ, ଏମାର ମଠ ସୁଡ଼ଙ୍ଗ, ଶ୍ରୀମନ୍ଦିର ବାହାର ବେଢ଼ାର ଉତ୍ତରପଟ ସୁଡ଼ଙ୍ଗ ଓ ଶଙ୍କାରନନ୍ଦ ସୁଡ଼ଙ୍ଗକୁ ମିଶାଇ ସମୁଦାୟ ୬ଟି ସୁଡ଼ଙ୍ଗ ରହିଛି। ଗଙ୍ଗାମାତା ମଠ ସୁଡ଼ଙ୍ଗର ଦୁଇଟି ମୁହଁ ରହିଛି। ଗୋଟିଏ ଶ୍ରୀମନ୍ଦିର ଦିଗକୁ ଓ ଅନ୍ୟଟି ସମୁଦ୍ର ଦିଗକୁ। ପୂର୍ବ ମହନ୍ତଙ୍କ କହିବା ଅନୁଯାୟୀ, ସୁଡ଼ଙ୍ଗ ଦେଇ ଭିତରକୁ ଗଲେ ଘୁ ଘୁ ଗର୍ଜନ ଶୁଭୁଛି। ସୁଡ଼ଙ୍ଗ ସମ୍ପର୍କରେ ଇଂରେଜ ସରକାର ଅବଗତ କରାଇଥିଲେ। ସେତେବେଳେ ମହନ୍ତ ବନମାଳୀ ଦାସଙ୍କ ନିକଟକୁ ଲଣ୍ଡନରୁ ସୁଡ଼ଙ୍ଗକୁ ନେଇ ଏକ ପତ୍ର ଆସିଥିଲା। ୨୦୧୧ରେ ମଠର ତତ୍ତ୍ବାବଧାରକଙ୍କୁ ଆମେ ଭେଟିଥିଲୁ। ସେ କହିଥିଲେ, ଏହି ସୁଡ଼ଙ୍ଗ ଦେଇ ଶ୍ରୀଚୈତନ୍ୟ ଶ୍ରୀମନ୍ଦିରକୁ ଆସି ମଠରେ ପହଞ୍ଚିଥିଲେ। ସେହିଭଳି ୧୯୪୭ ମସିହା ପର୍ଯ୍ୟନ୍ତ ଗଜପତିମାନେ ଏହି କ୍ଷେତ୍ରରେ ରହୁଥିବା ନଅର ଚଳଚଞ୍ଚଳ ଥିଲା। ନଅରକୁ କେନ୍ଦ୍ର କରି ଅନେକ ସୁଡ଼ଙ୍ଗ ବିଭିନ୍ନ ଦିଗରୁ ରହିଥିଲା। ଏହି ସୁଡ଼ଙ୍ଗ ଶ୍ରୀମନ୍ଦିର ସହ ମଧ୍ୟ ସଂଶ୍ଲିଷ୍ଟ ଥିଲା। ମାତ୍ର ସୁଡ଼ଙ୍ଗଗୁଡ଼ିକର ପୁନରୁଦ୍ଧାର ହୋଇପାରୁ ନ ଥିବା ହେତୁ ଶ୍ରୀମନ୍ଦିର ସହ ସୁଡ଼ଙ୍ଗ କେଉଁ ଦିଗରୁ ସଂଯୋଗ ହୋଇଛନ୍ତି ତାହା ଜଣାପଡ଼ିପାରୁ ନାହିଁ।
ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, ଶ୍ରୀମନ୍ଦିର ପରିସରରେ କିମ୍ବା ନିକଟରେ ସେଭଳି କୌଣସି ସୁଡ଼ଙ୍ଗ ନଜରକୁ ଆସୁନାହିଁ। ସୁଡ଼ଙ୍ଗ ପୂର୍ବରୁ ଥାଇପାରେ, ମାତ୍ର ଏବେ ସେସମ୍ପର୍କରେ ଜାଣିବା ପାଇଁ ଅନେକ କସରତ କରିବାକୁ ପଡ଼ିବ। ଏଏସ୍‌ଆଇ ସୁଡ଼ଙ୍ଗ ସମ୍ପର୍କରେ ତଥ୍ୟ ଯୋଗାଡ଼ କରିବା ସହ ଅନୁସନ୍ଧାନ କରୁ। ସୁଡ଼ଙ୍ଗର ରହସ୍ୟ ଉନ୍ମୋଚନ ଓ ପୁନରୁଦ୍ଧାର ପାଇଁ ଜିଲା ପ୍ରଶାସନ ପୂର୍ବରୁ ଏକ କମିଟି ଗଠନ ହୋଇଥିଲା। ଅନେକ ଗବେଷକ ମଧ୍ୟ ସୁଡ଼ଙ୍ଗକୁ ପ୍ରବେଶ କରିବାକୁ ଉଦ୍ୟମ କରିଛନ୍ତି। ମାତ୍ର କୌଣସି ସୁଫଳ ମିଳିପାରିନାହିଁ। ପୁନରୁଦ୍ଧାର ସମ୍ପର୍କରେ ଏଏସ୍‌ଆଇ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ଶ୍ରୀମନ୍ଦିର ପୁନରୁଦ୍ଧାର ଓ ସଂରକ୍ଷଣ ଦାୟିତ୍ୱ ଏଏସ୍‌ଆଇ ପାଖରେ ରହିଥିବା ବେଳେ ମଠ ସହ କୌଣସି ସମ୍ପର୍କ ନାହିଁ। ମଠର ପୁନରୁଦ୍ଧାର କିମ୍ବା ସଂରକ୍ଷଣ କରିବା ଦାୟିତ୍ୱ ଏଏସ୍‌ଆଇ ଅଧୀନ ନୁହେଁ। ଏଣୁ ଜିଲା ପ୍ରଶାସନ ଏହି କାର୍ଯ୍ୟ କରିପାରିବ। ସୁଡ଼ଙ୍ଗ ଦୀର୍ଘଦିନ ଧରି ରହିଆସିଛି ଓ ଏ ସମ୍ପର୍କରେ ପୁରୀ ସହରବାସୀ ଅବଗତ ଅଛନ୍ତି। ମାତ୍ର ଏହା ପଛରେ କ’ଣ ରହସ୍ୟ ରହିଛି ତାହାକୁ ନେଇ ଜିଲା ପ୍ରଶାସନ ଉଦ୍ୟମ କରାଯିବା ଦରକାର ବୋଲି ଆଇନଜୀବୀ ଶରତ ରାୟଗୁରୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଝି ରାସ୍ତାରେ ଓଲୋଟିଲା ଯାତ୍ରା ପାର୍ଟି ଟ୍ରକ

ଧାମନଗର,୪।୪( ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଭଣ୍ଡାରି ପଦି ଛକ ନିକଟସ୍ଥ ଏସଡିପିଓ ଅଫିସ ସାମ୍ନାରେ ଧାମନଗର ଭଦ୍ରକ  ମୁଖ୍ୟ ରାସ୍ତାରେ ଶନିବାର ଅପରାହ୍ନରେ ଏକ…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ବ୍ଲକସ୍ତରୀୟ ପ୍ରବେଶ ଉତ୍ସବରେ ଖଡ଼ିଛୁଇଁଲେ ଶିଶୁ

କର୍ଲାମୁଣ୍ଡା:୪।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଶନିବାର ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri