Categories: ଜାତୀୟ

ଶ୍ରୀକାନ୍ତ ତ୍ୟାଗୀଙ୍କୁ ମିଳିଲାନି ଜାମିନ

ଲକ୍ଷ୍ନୌ,୧୧।୮: ନୋଏଡ଼ା ହାଉସିଂ ସୋସାଇଟିରେ ପଡୋଶୀ ମହିଳାଙ୍କୁ ମାଡ଼ ମାରିବା ସହ ଗାଳିଗୁଲଜ କରିବା ଅଭିଯୋଗରେ ଗିରଫ ହୋଇଥିବା ସ୍ଥାନୀୟ ଭାଜପା ନେତା ଶ୍ରୀକାନ୍ତ ତ୍ୟାଗୀ ଅଡୁଆ ବଢିବାରେ ଲାଗିଛି। ଶ୍ରୀକାନ୍ତଙ୍କ ଜାମିନ ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ନୋଏଡାର ସୁରଜପୁର କୋର୍ଟ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଶ୍ରୀକାନ୍ତ ଏବେ ଗ୍ରେଟର ନୋଏଡାର ବିଳାସପୂର୍ଣ୍ଣ ଜେଲରେ ରହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୬ରେ ହେବ। ଶ୍ରାକାନ୍ତଙ୍କ ବିରୋଧରେ ଚାରୋଟି ମାମଲା ରୁଜୁ କରାଯାଇଛି।
ସୂଚନାଯୋଗ୍ୟ, ପଡୋଶୀ ମହିଳାଙ୍କୁ ମାଡ଼ ମାରିବା ସହ ଗାଳିଗୁଲଜ କରିବା ଅଭିଯୋଗରେ ଶ୍ରୀକାନ୍ତ ତ୍ୟାଗୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଘଟଣା ପରଠାରୁ ସେ ଫେରାର ଥିଲେ। ଏହି ମାମଲାରେ ଅଗଷ୍ଟ ୬ରେ ଶ୍ରୀକାନ୍ତ ତ୍ୟାଗୀଙ୍କୁ ନୋଏଡା ପୋଲିସ ଗିରଫ କରିଥିଲା। ଶ୍ରୀକାନ୍ତଙ୍କ ବିରୋଧରେ ମାମଲା ନୋଏଡ଼ା ଗ୍ରାଣ୍ଡ ଓମାକ୍ସେ ସୋସାଇଟି ବାସଭବନ ବାହାରେ ଥିବା ବେଆଇନ ନିର୍ମାଣକୁ ସୋମବାର ସକାଳେ ବୁଲ୍‌ଡୋଜର ସହାୟତାରେ ଭାଙ୍ଗି ଦିଆଯାଇଥିଲା।

Share