ଶ୍ରୀହୀନ ହେବାକୁ ବସିଛି ଶ୍ରୀରାମଚନ୍ଦ୍ର ପାଠାଗାର

ବାରିପଦା ଅଫିସ,୭ା୨: ମୟୂରଭଞ୍ଜର ପ୍ରଜାବତ୍ସଳ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମିତ ଶ୍ରୀରାମଚନ୍ଦ୍ର ପାଠଗାର ଶ୍ରୀହୀନ ହେବାକୁ ବସିଛି। ୨ବର୍ଷ ପୂର୍ବେ ରାଜ୍ୟ ସରକାର ଏହାର ପୁନରୁଦ୍ଧାର କାର୍ଯ୍ୟ ହାତକୁ ନେଇଥିଲେ। ସମଗ୍ର ଦେଶରେ ଏହି ପାଠାଗାର ଏକ ଉଦାହରଣ ପାଲଟିବ ବୋଲି ସରକାରୀ ଦଳର ମୁଖପାତ୍ର ସସ୍ମିତ ପାତ୍ର ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଅଦ୍ୟାବଧି ମୁଠାଏ ମାଟି ପଡ଼ି ନ ଥିବାରୁ ଏହାର ଭବିଷ୍ୟତକୁ ନେଇ ପାଠକମାନେ ଅନ୍ଧାରରେ ରହିଛନ୍ତି ା
ଜ୍ଞାନର ବିକାଶ ନିମନ୍ତେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବାରିପଦା ସହରରେ ଏକ ପାଠଗାର ପ୍ରତିଷ୍ଠା କରିଥିଲେ। ମହାରାଣୀ ଭିକ୍ଟୋରିଆଙ୍କ ଯୁଗର ସ୍ଥାପତ୍ୟ କୌଶଳରେ ଗୃହ ନିର୍ମାଣ କରାଯାଇ ପାଠାଗାରକୁ ଭିକ୍ଟୋରିଆ ଜୁବୁଲି ଲାଇବ୍ରେରୀ ନାମରେ ଅଭିହିତ କରାଇଥିଲେ। ଏହି ପାଠାଗାର ଓଡ଼ିଶାର ପ୍ରଥମ ଏବଂ ପୁରୁଣା ବେସରକାରୀ ପାଠାଗାର ଭାବେ ୨୨ଜୁନ ୧୮୯୮ ମସିହାରେ କାର୍ଯ୍ୟକାରୀ ହୋଇଥିଲା। ସେହିଦିନଠାରୁ ଅଦ୍ୟାବଧି ପାଠକମାନଙ୍କୁ ସେବା ଯୋଗାଇ ଚାଲିଛି। ୧୨୫ବର୍ଷରେ ପଦାର୍ପଣ କରିଥିବା ପାଠାଗାରଟି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଛାତରୁ ପାଣି ଗଳୁଥିବା ବେଳେ କାନ୍ଥ ଫାଟି ଅଁା କରିଛି॥ ବିପଦ ସଙ୍କୁଳ ପାଠଗାରକୁ ଜ୍ଞାନ ଅର୍ଜନ କରିବା ପାଇଁ ଯିବାକୁ ଯୁବପୀଢିମାନେ ଅମଙ୍ଗ ହେଉଛନ୍ତି। ବରିଷ୍ଠ ନାଗରିକମାନେ ସନ୍ଧ୍ୟାରେ ବସି ପୁସ୍ତକ ପଢୁଥିବା ବେଳେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ମରାମତି ଅଭାବରୁ ପୁସ୍ତକଗୁଡ଼ିକ ନଷ୍ଟ ହେବାକୁ ବସିଛି ବୋଲି ପାଠାଗାରର ସମ୍ପାଦକ ରତନମୟ ବେହେରା ପ୍ରକାଶ କରିଛନ୍ତି। ଏହାକୁ ନେଇ ୨୦୨୦ରେ ବିଜୁ ଜନତା ଦଳ ପକ୍ଷରୁ ଦିଆଯାଇଥିବା ୩ଟିି ପ୍ରସ୍ତାବ ମଧ୍ୟରୁ ଦୁଇଟି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ଅନୁମୋଦନ କରିଥିଲେ। ଉତ୍ତର ଓଡ଼ିିଶା ବିଶ୍ୱ ବିଦ୍ୟାଳୟର ନାମ ପରିବର୍ତ୍ତନ କରାଯାଇ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମିତ କରିବା ସହିତ ଶ୍ରୀରାମଚନ୍ଦ୍ର ପାଠଗାର(ଜୁବୁଲି ଲାଇବ୍ରେରୀ)ର ପୁନରୁଦ୍ଧାର ପୂର୍ବକ ସମ୍ପୂର୍ଣ୍ଣ କରାଯିବା ପାଇଁ ରାଜ୍ୟ ସରକାରଙ୍କ ନିଜ ହାତକୁ ନେଇଥିଲେ। ପତ୍ର ସଂଖ୍ୟା ୭୧୩୮/୨୨ା୧୨ା୨୦୨୦ ଅନୁଯାୟୀ ଏହା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନକୁ ଆସିଥିବା ନେଇ ୨୦୨୦ ଡିସେମ୍ବର ୨୩ରେ ବିଜେଡି କାର୍ଯ୍ୟାଳୟ ପରିସରରେ ଖବରଦାତା ସମ୍ମିଳନୀରେ ଦଳର ମୁଖପାତ୍ର ତଥା ସଦସ୍ୟ ସସ୍ମିତ ପାତ୍ର ପ୍ରକାଶ କରିଥିଲେ। ତେବେ ଦୀର୍ଘ ଦିନ ବିତିବା ପରେ ମଧ୍ୟ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି କାର୍ଯ୍ୟକାରୀ ହେଉ ନ ଥିବାରୁ ଜିଲାବାସୀ ଅନ୍ଧାରରେ ରହିଛନ୍ତି। ବୁଢ଼ାବଳଙ୍ଗ ନଦୀରେ ଆଡିବନ୍ଧ, ରିଂ-ରୋଡ ଯୋଜନା, ଆର୍ୟୁବେଦିକ ଓ ହୋମିଓପ୍ୟାଥି କଲେଜର ପୁନରୁଦ୍ଧାର, ବାରିପଦା ଷ୍ଟାଡିୟମର ଆଲୋକୀକରଣ ବ୍ୟବସ୍ଥା କେବଳ ଧୂଅଁାବାଣ ବୋଲି କଂଗ୍ରେସର ଯୁବନେତା ଅଂଶୁମାନ ଦାସ ପ୍ରକାଶ କରିଛନ୍ତି। ମିଥ୍ୟା ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଠକୁଥିବା ସରକାରକୁ ଉଚିତ ଜବାବ ମିଳିବ ବୋଲି ସେ କହିଛନ୍ତି। ତେବେ ପ୍ରଜାଙ୍କ ହିତ ନିମନ୍ତେ ମହାରାଜା ଶ୍ରୀରାମଚନ୍ଦ୍ର ଛାଡ଼ି ଯାଇଥିବା ଅନୁଷ୍ଠାନଗୁଡ଼ିକର ରକ୍ଷଣାବେକ୍ଷଣ କରାଗଲେ ତାହା ପର୍ଯ୍ୟଟନସ୍ଥଳୀ ଭାବେ ପରିଣତ ହୋଇପାରନ୍ତା ବୋଲି ଜିଲାବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

ଖବରଦାତା ସମ୍ମିଳନୀରେ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, କହିଲେ ବାରବାଟୀରେ ମୁଁ ପୂର୍ବରୁ ଖେଳିଛି, ଏଠିକାର ଦର୍ଶକ…

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା ହେବ । ଏହା ପୂର୍ବରୁ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ଏହା ଦେଖିବାକୁ...

ବଲାଙ୍ଗିର ଫଳ ବଜାରରେ ଜଳିଗଲା ୫୦ରୁ ଊର୍ଦ୍ଧ୍ବ ଦୋକାନ

ବଲାଙ୍ଗିର,୮।୧୨: ସୋମବାର ବଲାଙ୍ଗିର ସହରର ଫଳ ବଜାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଜିଲାପାଳଙ୍କ ଅଫିସ୍‌ ନିକଟରେ ଥିବା ପୌର ସଂସ୍ଥା ଅଧୀନରେ ଥିବା...

‘ନେତାଜୀ-ଟାଗୋରଙ୍କୁ ସମ୍ମାନ ଦେଇ ଜାଣି ନାହାଁନ୍ତି…’, ବନ୍ଦେ ମାତରମ ଆଲୋଚନାକୁ ନେଇ ଭାଜପା ଉପରେ ଖପ୍ପା ହେଲେ ମମତା

କୋଲକାତା,୮।୧୨: ସଂସଦରେ ବନ୍ଦେ ମାତରମ ଉପରେ ଉଷ୍ମ ବିତର୍କ ମଧ୍ୟରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧାସଳଖ ଭାଜପାକୁ କାଠଗଡ଼ାରେ ଠିଆ କରିଥିଲେ। କୋଲକାତାରେ ଏକ...

ସ୍ମୃତି-ପଲାଶଙ୍କ ବିବାହ ଭାଙ୍ଗିବା ପଛରେ ରହିଛି ଏହି ବଡ଼ କାରଣ! ଖୋଲିଲା ବଡ଼ ରାଜ୍‌…

ନୂଆଦିଲ୍ଲୀ,୮।୧୨: ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଏବଂ ସଂଗୀତଜ୍ଞ ପଲାଶ ମୁଛଲଙ୍କ ମଧ୍ୟରେ ସମ୍ପର୍କ ଶେଷରେ ଶେଷ ହୋଇଛି। ମନ୍ଧାନା ଏବଂ ମୁଛଲ...

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

ଗୋଆ ନାଇଟ କ୍ଲବ ଅଗ୍ନିକାଣ୍ଡ ପରେ ଓଡ଼ିଶାରେ କଡ଼ାକଡି ହେବ ଫାୟାର ସେଫ୍ଟି ଯାଞ୍ଚ: ନିର୍ଦ୍ଦେଶ ଦେଲେ ଡିଜି

ଭୁବନେଶ୍ୱର,୮।୧୨: ବର୍ଚ ବାଇ ରୋମିଓ ଲେନ୍‌ ଦ୍ୱରା ପରିଚାଳିତ ଗୋଆର ଏକ ନାଇଟ କ୍ଲବରେ ଭୟବହ ଅଗ୍ନିକାଣ୍ଡ ପରେ ରାଜଧାନୀ ଭୁବନେଶ୍ୱର ସମତେ ରାଜ୍ୟର ସମସ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri