ଶ୍ରୀହୀନ ହେବାକୁ ବସିଛି ଶ୍ରୀରାମଚନ୍ଦ୍ର ପାଠାଗାର

ବାରିପଦା ଅଫିସ,୭ା୨: ମୟୂରଭଞ୍ଜର ପ୍ରଜାବତ୍ସଳ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମିତ ଶ୍ରୀରାମଚନ୍ଦ୍ର ପାଠଗାର ଶ୍ରୀହୀନ ହେବାକୁ ବସିଛି। ୨ବର୍ଷ ପୂର୍ବେ ରାଜ୍ୟ ସରକାର ଏହାର ପୁନରୁଦ୍ଧାର କାର୍ଯ୍ୟ ହାତକୁ ନେଇଥିଲେ। ସମଗ୍ର ଦେଶରେ ଏହି ପାଠାଗାର ଏକ ଉଦାହରଣ ପାଲଟିବ ବୋଲି ସରକାରୀ ଦଳର ମୁଖପାତ୍ର ସସ୍ମିତ ପାତ୍ର ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଅଦ୍ୟାବଧି ମୁଠାଏ ମାଟି ପଡ଼ି ନ ଥିବାରୁ ଏହାର ଭବିଷ୍ୟତକୁ ନେଇ ପାଠକମାନେ ଅନ୍ଧାରରେ ରହିଛନ୍ତି ା
ଜ୍ଞାନର ବିକାଶ ନିମନ୍ତେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବାରିପଦା ସହରରେ ଏକ ପାଠଗାର ପ୍ରତିଷ୍ଠା କରିଥିଲେ। ମହାରାଣୀ ଭିକ୍ଟୋରିଆଙ୍କ ଯୁଗର ସ୍ଥାପତ୍ୟ କୌଶଳରେ ଗୃହ ନିର୍ମାଣ କରାଯାଇ ପାଠାଗାରକୁ ଭିକ୍ଟୋରିଆ ଜୁବୁଲି ଲାଇବ୍ରେରୀ ନାମରେ ଅଭିହିତ କରାଇଥିଲେ। ଏହି ପାଠାଗାର ଓଡ଼ିଶାର ପ୍ରଥମ ଏବଂ ପୁରୁଣା ବେସରକାରୀ ପାଠାଗାର ଭାବେ ୨୨ଜୁନ ୧୮୯୮ ମସିହାରେ କାର୍ଯ୍ୟକାରୀ ହୋଇଥିଲା। ସେହିଦିନଠାରୁ ଅଦ୍ୟାବଧି ପାଠକମାନଙ୍କୁ ସେବା ଯୋଗାଇ ଚାଲିଛି। ୧୨୫ବର୍ଷରେ ପଦାର୍ପଣ କରିଥିବା ପାଠାଗାରଟି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଛାତରୁ ପାଣି ଗଳୁଥିବା ବେଳେ କାନ୍ଥ ଫାଟି ଅଁା କରିଛି॥ ବିପଦ ସଙ୍କୁଳ ପାଠଗାରକୁ ଜ୍ଞାନ ଅର୍ଜନ କରିବା ପାଇଁ ଯିବାକୁ ଯୁବପୀଢିମାନେ ଅମଙ୍ଗ ହେଉଛନ୍ତି। ବରିଷ୍ଠ ନାଗରିକମାନେ ସନ୍ଧ୍ୟାରେ ବସି ପୁସ୍ତକ ପଢୁଥିବା ବେଳେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ମରାମତି ଅଭାବରୁ ପୁସ୍ତକଗୁଡ଼ିକ ନଷ୍ଟ ହେବାକୁ ବସିଛି ବୋଲି ପାଠାଗାରର ସମ୍ପାଦକ ରତନମୟ ବେହେରା ପ୍ରକାଶ କରିଛନ୍ତି। ଏହାକୁ ନେଇ ୨୦୨୦ରେ ବିଜୁ ଜନତା ଦଳ ପକ୍ଷରୁ ଦିଆଯାଇଥିବା ୩ଟିି ପ୍ରସ୍ତାବ ମଧ୍ୟରୁ ଦୁଇଟି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ଅନୁମୋଦନ କରିଥିଲେ। ଉତ୍ତର ଓଡ଼ିିଶା ବିଶ୍ୱ ବିଦ୍ୟାଳୟର ନାମ ପରିବର୍ତ୍ତନ କରାଯାଇ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମିତ କରିବା ସହିତ ଶ୍ରୀରାମଚନ୍ଦ୍ର ପାଠଗାର(ଜୁବୁଲି ଲାଇବ୍ରେରୀ)ର ପୁନରୁଦ୍ଧାର ପୂର୍ବକ ସମ୍ପୂର୍ଣ୍ଣ କରାଯିବା ପାଇଁ ରାଜ୍ୟ ସରକାରଙ୍କ ନିଜ ହାତକୁ ନେଇଥିଲେ। ପତ୍ର ସଂଖ୍ୟା ୭୧୩୮/୨୨ା୧୨ା୨୦୨୦ ଅନୁଯାୟୀ ଏହା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନକୁ ଆସିଥିବା ନେଇ ୨୦୨୦ ଡିସେମ୍ବର ୨୩ରେ ବିଜେଡି କାର୍ଯ୍ୟାଳୟ ପରିସରରେ ଖବରଦାତା ସମ୍ମିଳନୀରେ ଦଳର ମୁଖପାତ୍ର ତଥା ସଦସ୍ୟ ସସ୍ମିତ ପାତ୍ର ପ୍ରକାଶ କରିଥିଲେ। ତେବେ ଦୀର୍ଘ ଦିନ ବିତିବା ପରେ ମଧ୍ୟ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି କାର୍ଯ୍ୟକାରୀ ହେଉ ନ ଥିବାରୁ ଜିଲାବାସୀ ଅନ୍ଧାରରେ ରହିଛନ୍ତି। ବୁଢ଼ାବଳଙ୍ଗ ନଦୀରେ ଆଡିବନ୍ଧ, ରିଂ-ରୋଡ ଯୋଜନା, ଆର୍ୟୁବେଦିକ ଓ ହୋମିଓପ୍ୟାଥି କଲେଜର ପୁନରୁଦ୍ଧାର, ବାରିପଦା ଷ୍ଟାଡିୟମର ଆଲୋକୀକରଣ ବ୍ୟବସ୍ଥା କେବଳ ଧୂଅଁାବାଣ ବୋଲି କଂଗ୍ରେସର ଯୁବନେତା ଅଂଶୁମାନ ଦାସ ପ୍ରକାଶ କରିଛନ୍ତି। ମିଥ୍ୟା ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଠକୁଥିବା ସରକାରକୁ ଉଚିତ ଜବାବ ମିଳିବ ବୋଲି ସେ କହିଛନ୍ତି। ତେବେ ପ୍ରଜାଙ୍କ ହିତ ନିମନ୍ତେ ମହାରାଜା ଶ୍ରୀରାମଚନ୍ଦ୍ର ଛାଡ଼ି ଯାଇଥିବା ଅନୁଷ୍ଠାନଗୁଡ଼ିକର ରକ୍ଷଣାବେକ୍ଷଣ କରାଗଲେ ତାହା ପର୍ଯ୍ୟଟନସ୍ଥଳୀ ଭାବେ ପରିଣତ ହୋଇପାରନ୍ତା ବୋଲି ଜିଲାବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri