ଉତ୍କଳୀୟ ସଂସ୍କୃତିରେ ଶ୍ରୀଜଗନ୍ନାଥ, ଘୁମୁସରର ରାଜା-ପ୍ରଜାମାନଙ୍କ ପାଇଁ ଆଜି…

ଭଞ୍ଜନଗର,୧୧ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ବୁଧବାର ଉତ୍କଳୀୟ ସଂସ୍କୃତିରେ ଶ୍ରୀଜଗନ୍ନାଥ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟବକ୍ତା ଭାବେ ସଂସ୍କୃତି ଗବେଷକ ଡ. ଅନନ୍ତ ରାମ କର କୌଣ୍ଡିନ୍ୟ ଯୋଗଦେଇ
ଜଗନ୍ନାଥ ସଂସ୍କୃତିରେ ଉଭୟ ନାରୀ ଓ ପୁରୁଷଙ୍କୁ ସମାନ ଦୃଷ୍ଟିରେ ଦେଖା ଯାଉଥିଲା ବୋଲି କହିଥିଲେ। ଓଡ଼ିଆମାନେ ଜଗନ୍ନାଥଙ୍କୁ ପ୍ରତିଷ୍ଠା କରିଛନ୍ତି। କିନ୍ତୁ ସେ ଜଗତର ନାଥ । ଜଗନ୍ନାଥ ସଂସ୍କୃତି ସମଗ୍ର ପୃଥିବୀକୁ ବ୍ୟାପିଛି।
ଭଞ୍ଜ ରାଜବଂଶ ଜଗନ୍ନାଥ ସଂସ୍କୃତି ଏବଂ ଓଡିଆ ଭାଷାର ସୁରକ୍ଷା କରିଥିଲେ। ୧୭ ଥର ଜଗନ୍ନାଥ ମନ୍ଦିର ଉପରେ ଆକ୍ରମଣ ହୋଇଥିଲା। ୧୭୩୩ରେ ଶେଷ ଥର ପାଇଁ ଆକ୍ରମଣ ହୋଇଥିଲା। ଏହି ସମୟରେ ଠାକୁରଙ୍କୁ ରାଜ୍ୟର ବିଭିନ୍ନ ସ୍ଥାନରେ ନେଇ ଲୁଚାଇ ରଖାଯାଇଥିଲା। ୧୭୩୩ ରୁ ୩୬ ପର୍ଯ୍ୟନ୍ତ ଗଞ୍ଜାମ ସମେତ ଅନ୍ୟ ଅଞ୍ଚଳରେ
ରଖାଯାଇଥିଲା। ସେ ସମୟରେ ଘୁମୁସରର ଭଞ୍ଜ ରାଜା ଘୁମୁସରର ପାଇକମାନଙ୍କ ସହାୟତାରେ ଜଗନ୍ନାଥ ସଂସ୍କୃତିର ସୁରକ୍ଷା ପାଇଁ ଆଗଭର ହୋଇଥିଲେ। ପରାଜିତ ପୁରୀ ରାଜାଙ୍କୁ ଶାସନ ଗାଦିରେ ପୁଣି ବସାଇଥିଲେ। ନଚେତ ଜଗନ୍ନାଥ ସଂସ୍କୃତି ଆଜି ଆଉ କଣ ଲେଖା ହୋଇଥାନ୍ତା। ଏଥିସହ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଘୁମୁସର ମାଟିରୁ ହିଁ ପ୍ରଥମେ ଆନ୍ଦୋଳନ ଆରମ୍ଭ ହୋଇଥିଲା। ତେଣୁ ଘୁମୁସରର ରାଜା ଏବଂ ପ୍ରଜାମାନଙ୍କ ପାଇଁ ଆଜି ଜଗନ୍ନାଥ ସଂସ୍କୃତି ଓ ଓଡ଼ିଆ ଭାଷା ସୁରକ୍ଷିତ ରହିପାରିଛି ବୋଲି ଡ. କର କହିଥିଲେ। ଘୁମୁସର ମାଟି ମହାନ, ଜଗନ୍ନାଥ ସଂସ୍କୃତି, ଓଡ଼ିଆ ଭାଷା ସୁରକ୍ଷାରେ ଘୁମୁସରର ଅବଦାନ ଅତୁଳନୀୟ ବୋଲି ମଧ୍ୟ ବକ୍ତାମାନେ କହିଥିଲେ। ବ୍ରହ୍ମପୁର ସଂସ୍କୃତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ହରିହର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏଥିସହ ସେ ଓଡ଼ିଶାର ମଠ ମହନ୍ତ ଇତିହାସ ଏବଂ ଜଗନ୍ନାଥ ସଂସ୍କୃତି ଉପରେ କହିଥିଲେ। ଅଧ୍ୟକ୍ଷ ଡ. ଦିଲ୍ଲୀପ କୁମାର ଖୁଣ୍ଟିଆ ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ଅସିଷ୍ଟାଣ୍ଡ ପ୍ରଫେସର୍‌ ଡ. ବାବୁରାମ ପାଣି ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ଛାତ୍ରୀ ଜ୍ୟୋତି ଭାରତୀ ମିଶ୍ର ସଂଯୋଜନା କରିଥିଲେ। ଛାତ୍ର ବିକ୍ରମ ସ୍ବାଇଁ ଧନ୍ୟବାଦ ପ୍ରଦାନ କରିଥିଲେ।

ଏହି ଅବସରରେ ଛାତ୍ରୀଛାତ୍ର ସଙ୍ଗୀତ ପରିବେଷଣ କରିଥିଲେ। ସହକାରୀ ପ୍ରଫେସର ପ୍ରକାଶ କୁମାର ସାହୁ, ସହକାରୀ ପ୍ରଫେସର ଶ୍ରୀହର୍ଷ ବାଲା, ସହକାରୀ ପ୍ରଫେସର ଡକ୍ଟର ରଞ୍ଜନ କୁମାର ନାୟକ, ଡକ୍ଟର ସତ୍ୟବାଦୀ ମାର୍ଥା, କେ. ପ୍ରକାଶ ରେଡ୍ଡୀ, ଅମିତ ମିସାଲ, ସସ୍ମିତା ବେହେରା, ଅଶ୍ୱିନ କୁମାର ସାହୁ, ଅକ୍ଷୟ କୁମାର ସେଠୀ, ବନଲତା ସାମଲ,ଅଣଶିକ୍ଷକ କର୍ମଚାରୀ ଜ୍ୟୋତ୍ସ୍ନା କର, ମାନସ ସାଗର ବେହେରା, ମହେଶ କୁମାର ପଟ୍ଟନାୟକ , ଏମ୍‌. ରମେଶ କୁମାର, ଅକ୍ଷୟ କୁମାର ସାହୁ , ରଙ୍କନିଧି ସାହୁ ଏଂ ମନୁ ନାଏକ ପ୍ରମୁଖ ସହଯୋଗ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରୁ ମାଛ ଧରିବା ନେଇ ଗ୍ରାମରେ ଦେଖା ଦେଇଥିବା ବିବାଦ ଥମିଲା

ପୁରୁଷୋତ୍ତମପୁର,୧୧ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ରାଣୀଗାଁ କାନକାଟି ପୋଖରୀରୁ ମାଛ ଧରିବାକୁ କେନ୍ଦ୍ର କରି ଲାଗି ରହିଥିବା ବିବାଦର ଏକପ୍ରକାରର ଅନ୍ତ ଘଟିଛି। ଶେଷରେ…

BCCI ପରେ ICCର ବଡ଼ ଘୋଷଣା, ଟିମ୍ ଇଣ୍ଡିଆ ଉପରେ କୋଟି କୋଟି ଟଙ୍କା ବର୍ଷା

ନୂଆଦିଲ୍ଲୀ,୧୧ା୩:  ମାର୍ଚ୍ଚ ୮ ତାରିଖରେ ଟି୨୦ ବିଶ୍ୱକପ୍ ବିଜେତା ଘୋଷଣା କରାଯାଇଥିଲା। ଟିମ୍ ଇଣ୍ଡିଆ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ୯୬ ରନରେ ପରାସ୍ତ…

୧୨ରୁ କାର୍ଯ୍ୟବନ୍ଦ କରିବେ ନର୍ସିଂ, ପାରା ମେଡିକାଲ କର୍ମଚାରୀ

କୋରାପୁଟ,୧୧ା୩(ଅମିତାଭ ବେହେରା): କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ଜଣେ ଅଧିକାରୀଙ୍କ ବଦଳି ଦାବି କରି ଦୀର୍ଘ ଦିନରୁ ବିବାଦ ଲାଗି ରହିଛି।…

ମାଛ ଜାଲରୁ ସାପକୁ ଉଦ୍ଧାର କରିବାବେଳେ ମାରିଲା ଚୋଟ, ଆଉ ତା’ ପରେ…

ଆନନ୍ଦପୁର,୧୧ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା କଲରା ଗଡ଼ିଆ ଗ୍ରାମର ସୁଜିତ ନାଏକ (୪୫)ବିଷଧର ସାପ ଚୋଟରେ ମୃତ୍ୟୁ ଘଟିଛି। ସୂଚନାରୁ…

ଭାଜପାରେ ମିଶିଲେ ବାଲେଶ୍ବରର ପୂର୍ବତନ ଏମପି ରବୀନ୍ଦ୍ର ଜେନା, କାଲି ଛାଡିଥିଲେ ବିଜେଡି

ଭୁବନେଶ୍ବର,୧୧।୩: ବ୍ୟକ୍ତିଗତ କାରଣ ଦର୍ଶାଇ ବିଜେଡିରୁ ଇସ୍ତଫା ଦେଇଥିବା ରବୀନ୍ଦ୍ର ଜେନା ଆଜି ଭାଜପାରେ ମିଶିଛନ୍ତି । ରାଜ୍ୟ ପାର୍ଟି ଅଫିସ ଯାଇ ସେ ଦଳରେ ସାମିଲ…

ସାହାଯ୍ୟ କରୁଥିଲା ପାକିସ୍ତାନ, ଶେହବାଜଙ୍କୁ ଆଖି ଦେଖାଇଲା ଇରାନ

ଇସଲାମବାଦ,୧୧।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କଥା ହୋଇଛନ୍ତି। ପେଜେଶକିୟାନ ଇରାନ ଉପରେ ବିମାନ…

ଅକ୍ଟୋବରରୁ ଚୋରି ହୋଇଥିବା ଟ୍ରାକ୍ଟର ଆନ୍ଧ୍ରରୁ ଉଦ୍ଧାର, ୫ ଜଣଙ୍କୁ ବାନ୍ଧିଲା ପୋଲିସ

ବଲାଙ୍ଗୀର,୧୧ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରୁ ଚୋରି ହୋଇଥିବା ଟ୍ରାକ୍ଟରକୁ ଆନ୍ଧ୍ରପ୍ରଦେଶରୁ ଉଦ୍ଧାର କରିଛି ଲୋଇସିଂହା ପୋଲିସ। ବଲାଙ୍ଗୀର ଏସ୍‌ଡିପିଓଙ୍କ କାର୍ଯ୍ୟାଳୟଠାରେ ବୁଧବାର ଏକ ଖବରଦାତା ସମ୍ମିଳନୀ…

ଷ୍ଟ୍ରେଟ୍‌ ଅଫ୍‌ ହୋର୍ମୁଜ୍‌ରେ ଥାଇଲାଣ୍ଡ ଜାହାଜ ଉପରକୁ ଆକ୍ରମଣ, ୨୩ କ୍ରୁ ମେମ୍ବର…

ନୂଆଦିଲ୍ଲୀ,୧୧।୩: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି । ଏହି ସଂଘର୍ଷ ମଧ୍ୟରେ ଇରାନ ହୋର୍ମୁଜ୍ ଷ୍ଟ୍ରେଟ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri