Posted inଖେଳ

ଚାପରେ ଶ୍ରେୟସ, ଅଶ୍ୱିନ

ଇନ୍ଦୋର, ୨୪ା୯: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ ରବିବାର ସ୍ଥାନୀୟ ହୋଲ୍‌କାର ଷ୍ଟାଡିୟମରେ ଖେଳାଯିବ। ଆଶାନୁରୂପ ପ୍ରଦର୍ଶନ କରିପାରୁ ନ ଥିବାରୁ ବ୍ୟାଟର ଶ୍ରେୟସ ଆୟର ଓ ବୋଲର ଆର୍‌. ଅଶ୍ୱିନ ଚାପରେ ରହିବା ସ୍ବାଭାବିକ। ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ସମେତ ୪ ପ୍ରମୁଖ ଖେଳାଳିଙ୍କ ବିନା ଭାରତ ଶୁକ୍ରବାର ମୋହାଲିଠାରେ ଅନୁଷ୍ଠିତ ପ୍ରଥମ ଦିନିକିଆକୁ ସହଜରେ ଜିତିନେଇଥିଲା। ହୋଲ୍‌କାର ଷ୍ଟାଡିୟମରେ ସାଧାରଣତଃ ହାଇସ୍କୋରିଂ ମ୍ୟାଚ ଦେଖିବାକୁ ମିଳିଥାଏ। ସହରରେ ବର୍ଷା ଯୋଗୁ ତାପମାତ୍ରା ହ୍ରାସ ପାଇଛି। ମୋହାଲିଠାରେ ଅସ୍ବାଭାବିକ ଉତ୍ତାପ ଓ ଆର୍ଦ୍ରତା ଅନୁଭବ କରିବା ପରେ ଏଠିକାର ଜଳବାୟୁ ସେମାନେ ପସନ୍ଦ କରିବେ। ଶୁକ୍ରବାର ମ୍ୟାଚ ଭାରତୀୟ ଦଳ ପାଇଁ ସକାରାତ୍ମକ ଥିଲା। ବିଶେଷକରି ମହମ୍ମଦ ଶାମି ଓ ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ ରହିଥିଲା। ତଥାପି ଅକ୍ଟୋବର ୫ରୁ ଆରମ୍ଭ ହେବାକୁଥିବା ବିଶ୍ୱକପ୍‌ ପାଇଁ ଆହୁରି କେତୋଟି ପ୍ରଶ୍ନର ଉତ୍ତରକୁ ଅପେକ୍ଷା କରାଯାଇଛି। ଦୀର୍ଘଦିନ ପରେ ଆହତଜନିତ ସମସ୍ୟାରୁ ମୁକୁଳି ସାରିଥିଲେ ମଧ୍ୟ ଗତ ଏସିଆ କପ୍‌ରେ ଭାରତର ନମ୍ବର ୪ ବ୍ୟାଟର ଆୟରଙ୍କ ପ୍ରଦର୍ଶନ ଉପରେ ନଜର ରଖାଯାଇଥିଲା। ଭିନ୍ନ କାରଣରୁ ତାଙ୍କ ପ୍ରଦର୍ଶନ ଭଲ ରହି ନ ଥିଲା। ପିଠି ମାଂସପେଶୀରେ ସମସ୍ୟା ଦେଖାଦେବାରୁ ଏସିଆ କପ୍‌ ଶେଷଭାଗରେ ଖେଳିପାରି ନ ଥିଲେ। ଶୁକ୍ରବାର ସେ କ୍ରିଜ୍‌ରେ ୮ଟି ବଲ୍‌ ସାମ୍ନା କରିଥିଲେ। ସେ ରନ୍‌ଆଉଟ ହୋଇଥିଲେ, ଯାହାକୁ ଏଡ଼ାଇ ଦିଆଯାଇପାରିଥାନ୍ତା। ଆଗାମୀ ଦୁଇଟି ମ୍ୟାଚରେ ଆଖିଦୃଶିଆ ରନ୍‌ ସଂଗ୍ରହ କରିପାରିଲେ ଗ୍ଲୋବାଲ ଇଭେଣ୍ଟ ପୂର୍ବରୁ ନିଜ ଓ ତାଙ୍କ ଦଳ ପାଇଁ ଶୁଭଙ୍କର। ଅନ୍ୟପକ୍ଷରେ ଦଳକୁ ପ୍ରତ୍ୟାବର୍ତ୍ତନରେ ଅଶ୍ୱିନ ଏକ ଫ୍ଲାଟ ଟ୍ରାକ୍‌ରେ ଅଷ୍ଟ୍ରେଲୀୟ ବ୍ୟାଟରଙ୍କୁ ସମସ୍ୟାରେ ପକାଇବାରେ ବିଫଳ ହୋଇଛନ୍ତି। ଅକ୍ଷର ପଟେଲ ଯଦି ଠିକଣା ସମୟରେ ଫିଟ୍‌ ନ ହୁଅନ୍ତି ତେବେ ଏହି ଚାମ୍ପିୟନ ସ୍ପିନରଙ୍କୁ ଶେଷ ମୁହୂର୍ତ୍ତରେ ଭାରତର ବିଶ୍ୱକପ୍‌ ଦଳରେ ସ୍ଥାନ ମିଳିପାରେ। କିନ୍ତୁ ଟିମ୍‌ ମ୍ୟାନେଜମେଣ୍ଟ ଏହି ୩୭ ବର୍ଷୀୟ ବୋଲରଙ୍କଠାରୁ ଗତ ଶୁକ୍ରବାର ପ୍ରଦର୍ଶନଠାରୁ ଅଧିକ କିଛି ଆଶା କରୁଛି। ଟିମ୍‌ ମ୍ୟାନେଜମେଣ୍ଟ ଅଶ୍ୱିନଙ୍କୁ ବିଶ୍ରାମ ଦେଇ ଅନ୍ୟ ଜଣେ ଅଫ୍‌ ସ୍ପିନର ଓ୍ବାଶିଂଟନ ସୁନ୍ଦରଙ୍କୁ ଏହି ମ୍ୟାଚରେ ଖେଳାଇବା ସମ୍ଭାବନା ମଧ୍ୟ ରହିଛି। ଶାର୍ଦ୍ଦୂଳ ଠାକୁର ଏହି ମ୍ୟାଚରେ ଉନ୍ନତ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବେ। ଗତ ମ୍ୟାଚରେ ସେ ତାଙ୍କ ୧୦ ଓଭର ବୋଲିଂରେ ୭୮ ରନ ଦେଇଥିଲେ। ଗତ ମ୍ୟାଚରେ ବ୍ୟାଟିଂ ବିଭାଗରେ ବିଶ୍ୱର ଶ୍ରେଷ୍ଠ ଟି୨୦ ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଦର୍ଶନ ଭଲ ରହିଛି। ତାଙ୍କ ଭଳି ବ୍ୟାଟର କ୍ରିଜ୍‌ରେ ଅଧିକ ସମୟ ମହଜୁଦ ରହିଲେ ମ୍ୟାଚ ଉପରେ ପ୍ରଭାବ ପଡ଼ିବ। ଭାରତ ଭଳି ଅଷ୍ଟ୍ରେଲିଆ ମଧ୍ୟ ମିଚେଲ ଷ୍ଟାର୍କ, ଗ୍ଲେନ ମ୍ୟାକ୍ସଓ୍ବେଲ୍‌ ଓ ଜୋସ୍‌ ହାଜ୍‌ଲେଉଡ୍‌ଙ୍କ ଭଳି କେତେଜଣ ପ୍ରମୁଖ ଖେଳାଳିଙ୍କ ବିନା ପ୍ରଥମ ମ୍ୟାଚ ଖେଳିଥିଲା। ସେପ୍ଟେମ୍ବର ୨୭ରେ ରାଜକୋଟଠାରେ ଖେଳାଯିବାକୁ ଥିବା ତୃତୀୟ ମ୍ୟାଚରେ ସେମାନେ ଦଳକୁ ଫେରିପାରନ୍ତି ବୋଲି ଅଧିନାୟକ ପ୍ୟାଟ୍‌ କୁମିନ୍ସ ସୂଚନା ଦେଇଛନ୍ତି। ଚଳିତବର୍ଷ ପ୍ରାରମ୍ଭରେ ଅଷ୍ଟ୍ରେଲିଆ ଭାରତରେ ସିରିଜ ଜିତିଥିଲା। ରବିବାର ଦଳ ପାଇଁ ନିଶ୍ଚିତ ବିଜୟ ପରିସ୍ଥିତି ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଆସନ୍ତା ଶିକ୍ଷାବର୍ଷରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମିଳିବ ମାଗଣା…

ବ୍ରହ୍ମପୁର,୧୮।୧୨(ସ୍ମୃତି ରଞ୍ଜନ ମହାଲିକ): ରାଜ୍ୟରେ ଶିକ୍ଷାକ୍ଷେତ୍ରର ବିକାଶ କରିବା ପାଇଁ ସରକାର ପ୍ରତିବଦ୍ଧତାର ସହ କାମ କରୁଛନ୍ତି। କେବଳ ପ୍ରାଥମିକ ଶିକ୍ଷା ପାଇଁ ଚଳିତବର୍ଷ ବଜେଟରେ...

ଏଇ ଭାରତରେ

କୃଷିକ୍ଷେତ୍ରରେ କୃଷକମାନେ ପାରମ୍ପରିକ ପଦ୍ଧତିରେ କୀଟନାଶକ ସିଞ୍ଚନ କରିବା ଯୋଗୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଥିରେ ଅଧିକ କୀଟନାଶକ ବ୍ୟହାର ହେଉଛି...

ବନ୍ଦେ ମାତରମ୍‌କୁ ବାରଣ କାହିଁକି

ଛିଦିନ ପୂର୍ୱରୁ ରାଜ୍ୟ ସଭାର ଏକ ନୋଟିସ ମାଧ୍ୟମରେ ରାଜ୍ୟ ସଭାରେ ବନ୍ଦେ ମାତରମ୍‌ ଓ ଜୟ ହିନ୍ଦ୍‌ ସ୍ଲୋଗାନ ଦେବା ଉପରେ ନିଷେଧାଦେଶ ଲାଗିଛି।...

ବୟସର ଅପରାହ୍ନରେ

କୁହାଯାଏ ମାତାପିତାଙ୍କ ସେବା, ଭକ୍ତି, ଶ୍ରଦ୍ଧା, ସମ୍ମାନ ଦେବତା ପୂଜା ସମ। ମାତ୍ର ବିଡମ୍ୱନା ଯେ ଆଉ ସେ ଆଦର ନାହିଁ, ଶ୍ରଦ୍ଧା ନାହିଁ, ସମ୍ମାନ...

୬ ଆହତ ଛୁଆହାତୀକୁ ଉଦ୍ଧାର କଲା ବନବିଭାଗ: କରାଯାଉଛି ଚିକିତ୍ସା

କେସିଙ୍ଗା୧୮।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନାଞ୍ଚଳ ଅଧିନସ୍ଥ ନୂନମାଠ ଗ୍ରାମ ନିକଟରେ ଥିବା ଜଙ୍ଗଲକୁ ଖାଦ୍ୟ ଅନ୍ବେଷଣରେ ୩୫ ଟିକିଆ ହାତୀପଲ ଗତକାଲି ଗାଁ...

ଅତିଥି ଅଧ୍ୟାପିକାଙ୍କୁ ହତ୍ୟା, ପୁରୁଷ ବନ୍ଧୁ ଗିରଫ

କେନ୍ଦୁଝର,୧୮ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ/ ଦୀପକ ମିଶ୍ର): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ମାଇନିଂରୋଡ୍‌ସ୍ଥିତ ନିର୍ମଳା କନ୍‌ଭେଣ୍ଟ ସ୍କୁଲ ପାଖରେ ଏକ ଘରେ ରହୁଥିବା ଅତିଥି ଅଧ୍ୟାପିକାଙ୍କୁ...

ପ୍ରକୃତି ଉପାସକ ଆଦିବାସୀ

ପ୍ରାଚୀନ ଯୁଗରୁ ଆଦିବାସୀ ସମ୍ପ୍ରଦାୟଗୁଡ଼ିକ ସ୍ୱାଧୀନ ଭାବେ ଜୀବନଯାପନକରି ଆସୁଛନ୍ତି। ସେମାନଙ୍କୁ ଜଙ୍ଗଲୀ ଓ ଆଦିମ କୁହାଯାଇ ଗାଁ, ରାଜ୍ୟ,ସାମ୍ରାଜ୍ୟରୁ ଦୂରେଇ ରଖାଯାଇଛି। ଫଳରେ ସେମାନେ...

ମୋଦିଙ୍କ ସ୍ବାଗତରେ ଇଥିଓପିଆ ସଂସଦରେ ୯୦ ସେକେଣ୍ଡ ପର୍ଯ୍ୟନ୍ତ ବାଜିଲା ତାଳି

ଅଦିସ ଅବାବା,୧୮।୧୨: ବୁଧବାର ଇଥିଓପିଆ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ୯୦ ସେକେଣ୍ଡ ଧରି ଠିଆ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri