Categories: ଖେଳ

ପୁଣି ଚମକିଲେ ଶ୍ରେୟାସ

କାନପୁର,୨୮।୧୧:କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଡେବ୍ୟୁ କରୁଥିବା ଶ୍ରେୟସ ଆୟାର ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ କ୍ୟାରିୟର୍‌ର ପ୍ରଥମ ଟେଷ୍ଟର ପ୍ରଥମ ପାଳିରେ ଶତକ ହାସଲ କରିଥିବାବେଳେ ଦ୍ୱିତୀୟ ଇନିଂସରେ ମଧ୍ୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୧୦୯ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଛନ୍ତି। ଭାରତ ଏପର୍ଯ୍ୟନ୍ତ ୨୨୦ ରନ୍‌ରେ ଆଗୁଆ ରହିଛି।
ଭାରତ ଟସ ଜିତି କାନପୁରର ଗ୍ରୀନପାର୍କରେ ପ୍ରଥମ ଟେଷ୍ଟ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।ଭାରତ ପ୍ରଥମ ଇନିଂସେୀ ୩୪୫ ରନ୍‌ କରିଥିବାବେଳେ ନ୍ୟୁଜିଲାଣ୍ଡ ୨୯୬ ରନ୍‌ କରିଥିଲା। ଟିମ ଇଣ୍ଡିଆର ମୁଖ୍ୟ କୋଚ ଭାବରେ ରାହୁଲ ଦ୍ରାବିଡଙ୍କ ଏହା ହେଉଛି ପ୍ରଥମ ଟେଷ୍ଟ ସିରିଜ। ତାଙ୍କ ଆଖି ମଧ୍ୟ ଟି୨୦ ପରି ଟେଷ୍ଟ ସିରିଜ୍‌ ଉପରେ ରହିବ। ଗ୍ରୀନ ପାର୍କ ଷ୍ଟାଡିୟମ ଗ୍ରାଉଣ୍ଡରେ ଭାରତୀୟ ଦଳର ରେକର୍ଡ ଭଲ ରହିଛି। ନ୍ୟୁଜିଲାଣ୍ଡ ଏଠାରେ ଭାରତକୁ ପରାସ୍ତ କରିବାରେ ସକ୍ଷମ ହୋଇ ନାହିଁ। ଗ୍ରୀନ ପାର୍କରେ ଶେଷ ୬ ଟି ଟେଷ୍ଟ ମ୍ୟାଚ ମଧ୍ୟରୁ ଟିମ ଇଣ୍ଡିଆ ଜିତିଛି। ୧୯୮୩ରେ ୱେଷ୍ଟଇଣ୍ଡିଜ ଦ୍ୱାରା ଭାରତ ଶେଷ ଥର ପାଇଁ ପରାସ୍ତ ହୋଇଥିଲା। ୩୮ ବର୍ଷ ଧରି ଭାରତୀୟ ଦଳ ଏହି ଗ୍ରାଉଣ୍ଡରେ ଅପରାଜୟେ ରହିଛି।

Share