Categories: ଖେଳ

୬୭ ବଲ୍‌ରେ ଶତକ ମାରି ସ୍ପେଶାଲ କ୍ଲବରେ ଏଣ୍ଟ୍ରି କଲେ ଶ୍ରେୟାସ

ମୁମ୍ବାଇ,୧୫।୧୧: ବିଶ୍ୱକପ୍‌ ୨୦୨୩ର ପ୍ରଥମ ସେମିଫାଇନାଲ ମୁକାବିଲାରେ ଯୁବ ବ୍ୟାଟ୍ସମ୍ୟାନ୍‌ ଶ୍ରେୟାସ ଆୟର ଚମକିଛନ୍ତି। ଫର୍ମକୁ ଫେରିବା ପରେ ନେଦରଲାଣ୍ଡ ବିପକ୍ଷରେ ସେ ୧୨୮ ରନ୍‌ର ଶତକୀୟ ଇନିଂସ ଖେଳିଥିଲେ। ପୁଣିଥରେ ସେ ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲରେ ୬୭ ବଲ୍‌ରେ ଶତକ ମାରିଛନ୍ତି। ଏପରି କରି ସେ କୋଚ୍‌ ରାହୁଲ ଦ୍ରାବିଡ ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ପରେ ବିଶ୍ୱକପ୍‌ରେ ଲଗାତର ଦୁଇ ଶତକ ମାରିଥିବା ତୃତୀୟ ବ୍ୟାଟ୍ସମ୍ୟାନ୍‌ ପାଲଟିଛନ୍ତି। ୧୯୯୯ ବିଶ୍ୱକପ୍‌ରେ ରାହୁଲ ଲଗାତାର ଦୁଇଟି ଶତକ ମାରିଥିଲେ। ସେହିଭଳି ୨୦୧୯ରେ ରୋହିତ ମଧ୍ୟ ଗୋଟିଏ ପାଦ ଆଗକୁ ଯାଇ ଲଗାତର ୩ ଶତକ ମାରିଥିଲେ। ତେବେ ଏହି ଇନିଂସରେ ୭୦ ବଲ୍‌ରେ ଆୟର ୧୦୫ ରନ୍‌ କରି ଆଉଟ୍‌ ହୋଇଛନ୍ତି।

ଆୟର ବିଶ୍ୱକପ୍‌ ଇତିହାସରେ ଭାରତ ଲାଗି ତୃତୀୟ ସବୁଠାରୁ ଦ୍ରୁତ ଶତକ ମାରିଥିବା ବ୍ୟାଟ୍ସମ୍ୟାନ ମଧ୍ୟ ପାଲଟିଛନ୍ତି। ଭାରତ ଲାଗି ବିଶ୍ୱକପ୍‌ରେ ୩ ଏଭଳି ଶତକ ଆସିଛି। କେଏଲ୍‌ ରାହୁଲ ୬୨ ବଲରେ ଶତକ ମାରିଥିଲେ। ରୋହିତ ୬୩ ବଲ୍‌ରେ ଶତକ ମାରିଥିଲେ। ଏବେ ଆୟର ୬୭ ବଲ୍‌ରେ ଶତକ ମାରି ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି।

Share