Categories: ଖେଳ

ଅଧିନାୟକ ପ୍ରଶଂସାରେ ପୋତିଲେ, କହିଲେ ‘ରିଙ୍କୁ ଭବିଷ୍ୟତର ଷ୍ଟାର’

ମୁମ୍ବାଇ,୩।୫: ଆଇପିଏଲ୍‌ ୨୦୨୨ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌) ସୋମବାର ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌କୁ ୭ ଉଇକେଟରେ ଜିତି ନେଇଛି। ଲଗାତର ୫ଟି ମ୍ୟାଚ୍‌ ହାରିବା ପରେ ଦଳ ବିଜେତା ହେବାରେ ସଫଳ ହୋଇଥିଲା। ତେବେ ଏଥିରେ ଅଧିନାୟକ ଶ୍ରେୟସ ଆୟର, ନୀତିଶ ରାଣା, ରିଙ୍କୁ ସିଂ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ବିଶେଷକରି ରିଙ୍କୁ ୨୩ ବଲ୍‌ରେ ଅପରାଜିତ ୪୨ ରନ୍‌ କରିଥିବାରୁ ତାଙ୍କୁ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ଭାବେ ବିବେଚିତ କରାଯାଇଥିଲା।

କୋଲକାତା ଦଳ ବିଜୟଠାରୁ ୬୧ ରନ୍‌ ଦୂରରେ ଥିବା ବେଳେ ରିଙ୍କୁ ବ୍ୟାଟିଂ ଲାଗି ଆସିଥିଲେ। ଚାପରେ ଥାଇ ବି ସେ ନିଜ ଇନିଂସରେ ୬ ଚୌକା ଏବଂ ୧ ଛକା ମାରିଥିଲେ। ଏପରିକି ଚତୁର୍ଥ ଉଇକେଟ ଲାଗି ସେ ୬୬ରନ୍‌ର ଭାଗିଦାରି ମଧ୍ୟ କରିଥିଲେ। ତାଙ୍କର ଏଭଳି ବ୍ୟାଟିଂ ଦେଖି ପ୍ରଶଂସାରେ ଶତମୁଖ ହୋଇଛନ୍ତି ଅଧିନାୟକ ଶ୍ରେୟସ।

ମ୍ୟାଚ୍‌ ପରେ ଶ୍ରେୟସ କହିଛନ୍ତି, ରିଙ୍କୁ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ସେ ବହୁତ ଧୌର୍ଯ୍ୟର ସହ ବ୍ୟାଟିଂ କରନ୍ତି। ନିଜକୁ ଚାପଗ୍ରସ୍ତ ହେବାକୁ ଦିଅନ୍ତି ନାହଁ। ସେ କେବଳ ତିନୋଟି ମ୍ୟାଚ୍‌ ଖେଳିଥିବା ବେଳେ ସବୁଥିରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ଭବିଷ୍ୟତରେ ସେ ଫ୍ରାଞ୍ଚାଇଜ୍‌ ଲାଗି ଷ୍ଟାର ଖେଳାଳି ସାବ୍ୟସ୍ତ ହେବେ। କାରଣ ଯେଉଁଭଳି ଭାବେ ସେ ନିଜ ଇନିଂସ ଖେଳନ୍ତି, ନବାଗତ ବୋଲି ଲାଗନ୍ତି ନାହିଁ ବୋଲି ସେ କହିଛନ୍ତି।

Share