Categories: ଖେଳ

ନୂଆ ଲୁକ୍‌ରେ ଶ୍ରେୟସ

ଭାରତୀୟ କ୍ରିକେଟ ଦଳର ଯୁବ ଖେଳାଳି ଶ୍ରେୟସ ଆୟାର ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌। ଗତ ମାସରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ରେ ସେ ଆହତ ହୋଇଥିଲେ। ଫଳରେ ୯ ଏପ୍ରିଲରୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍‌ରୁ ବାଦ୍‌ ପଡ଼ିଛନ୍ତି। ଏବେ ସେ ମୁମ୍ବାଇରେ ଆରାମ କରୁଛନ୍ତି। ଆୟାର ଭଲ ଖେଳାଳି ସାଙ୍ଗକୁ ବହୁତ ଷ୍ଟାଇଲିଷ୍ଟ ମଧ୍ୟ। ନିକଟରେ ସେ ଲୋକପ୍ରିୟ ହେୟାର ଷ୍ଟାଇଲିଶ ଆଲିମ ହକୀମଙ୍କ ନିକଟରେ ନିଜ ଲୁକରେ ପରିବତର୍ତ୍ତନ ଆଣିଛନ୍ତି। ଆୟାର ନିଜ କେଶକୁ ଗ୍ରେ କଲର କରିଥିବା ବେଳେ ସାଇଡ୍‌ରୁ ଜିରୋ କଟ୍‌ କରିଛନ୍ତି। କେଶରେ ପରିବର୍ତ୍ତନ ଆଣିଥିବା ବେଳେ ହାତରେ ଦାମୀ ଘଣ୍ଟା, ବେକରେ ଚେନ୍‌, ଆଖିରେ ଚଷମା ଲଗାଇ ବହୁତ ଷ୍ଟାଇଲିଷ୍ଟ ଦେଖାଯାଉଛନ୍ତି। ଏହି ଫଟୋ ଏବେ ଶୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ଫଟୋକୁ ଶେୟାର କରି ଶ୍ରେୟସ କ୍ୟାପଶନରେ ଲେଖିଛନ୍ତି, ଲଭ୍‌ ଇଜ୍‌ ଇନ୍‌ ଦି ହେୟାର।

Share