Categories: ଖେଳ

ବିଳାସପୂର୍ଣ୍ଣ କାର୍‌ କିଣିଲେ ଶ୍ରେୟାସ, ଦାମ୍‌ ଜାଣିଲେ…

ମୁମ୍ବାଇ,୩।୬: ଭାରତୀୟ ବ୍ୟାଟ୍ସମ୍ୟାନ ତଥା କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ଅଧିନାୟକ ଶ୍ରେୟାସ ଆୟର ଏକ ବିଳାସପୂର୍ଣ୍ଣ କାର୍‌ କିଣିଛନ୍ତି। ସେ ମର୍ସିଡିଜ- ଏଏମ୍‌ଜି ଜି ୬୩ ୪ମେଟିକ୍‌ ଏସ୍‌ୟୁଭି କିଣିଛନ୍ତି। ଏହି କାରର ମୂଲ୍ୟ ୨.୪୫ କୋଟି ଟଙ୍କା। ଶ୍ରେୟାସ କାର ନେବା ବେଳର ଫଟୋ ମୁମ୍ବାଇର ମର୍ସିଡିଜ-ବେଞ୍ଜ ଲ୍ୟାଣ୍ଡମାର୍କ କାର୍‌ ଦ୍ୱାରା ଶେୟାର କରାଯାଇଥିଲା। ଶ୍ରେୟାସ କିଣିଥିବା ଏହି ବିଳାସପୂର୍ଣ୍ଣ କାର୍‌ ମାତ୍ର ୪.୫ ସେକେଣ୍ଡରେ ୧୦୦ କିଲୋମିଟର ବେଗ ଧରିଥାଏ।
ଶ୍ରେୟାସ ଆୟରଙ୍କୁ କେକେଆର୍‌ ଦ୍ୱାରା ଆଇପିଏଲ୍‌ରେ ୧୨.୨୫ କୋଟିରେ କିଣାଯାଇଥିଲା। ଆଇପିଏଲର ଗତ ସିଜିନ୍‌ ଶ୍ରେୟାସଙ୍କ ପାଇଁ ବେଶୀ ଭଲ ହୋଇନାହିଁ। କୋଲକାତା ନାଇଟ ରାଇଡର୍ସ ଏଥର ପ୍ଲେ ଅଫରେ ମଧ୍ୟ ନିଜର ସ୍ଥାନ ସୃଷ୍ଟି କରିପାରି ନାହିଁ । ଶ୍ରେୟାସ ମଧ୍ୟ ବ୍ୟାଟ ସହିତ ବିଶେଷ କିଛି କରିପାରି ନ ଥିଲେ। ଆଇପିଏଲ ଆରମ୍ଭ ପୂର୍ବରୁ ଶ୍ରେୟସ ବହୁତ ଫର୍ମରେ ଥିଲେ କିନ୍ତୁ ଆଇପିଏଲ ରେ ଏହି ଫର୍ମ ବଜାୟ ରଖିପାରି ନ ଥିଲେ। ଏବେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଆଗାମୀ ଟି-୨୦ ସିରିଜ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ଟି -୨୦ସିରିଜ ଜୁନ ୯ରୁ ଆରମ୍ଭ ହେବ ଏବଂ ଏହି ସିରିଜର ପ୍ରଥମ ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ।

Share