ଇନ୍ଦୋର,୧୨।୧୦: ଟି-୨୦ କ୍ରିକେଟ୍ରେ ବଡ଼ ସ୍କୋର କରିବା ସହ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିବା ଯେକୌଣସି ଦଳ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। କିନ୍ତୁ ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଦଳଗୁଡ଼ିକ ଟି-୨୦ କ୍ରିକେଟ୍ରେ ବାରମ୍ବାର ୨୦୦ ରନ୍ରୁ ଅଧିକ ସ୍କୋର କରି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ମାମଲାରେ ଆୟର ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ପଛରେ ପକାଇଛନ୍ତି।
ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଦଳଗୁଡ଼ିକ ୧୩୩ଟି ଟି-୨୦ ମ୍ୟାଚ୍ରେ ୩୭ ଥର ୨୦୦ କିମ୍ବା ତା’ଠାରୁ ଅଧିକ ରନ କରିଛନ୍ତି। ଅନ୍ୟପଟେ, ଧୋନୀଙ୍କ ଅଧିନାୟକତ୍ୱରେ ୩୩୧ଟି ମ୍ୟାଚ୍ରେ ୩୬ ଥର ଏଭଳି ସ୍କୋର ହୋଇଥିଲା। ଏହି ତାଲିକାରେ ବିରାଟ କୋହଲି ତୃତୀୟ, ଫାଫ ଡୁ ପ୍ଲେସିସ ଚତୁର୍ଥ ଏବଂ ରୋହିତ ଶର୍ମା ପଞ୍ଚମ ସ୍ଥାନରେ ରହିଛନ୍ତି।
ଟି-୨୦ରେ ଅଧିନାୟକ ଭାବେ ସର୍ବାଧିକ ୨୦୦+ ସ୍କୋର
– ଶ୍ରେୟସ ଆୟର: ୩୭ ଥର (୧୩୩ ମ୍ୟାଚ)
-ଏମଏସ ଧୋନୀ: ୩୬ ଥର (୩୩୧ ମ୍ୟାଚ)
-ବିରାଟ କୋହଲି: ୨୯ ଥର (୧୯୩ ମ୍ୟାଚ)
-ଫାଫ ଡୁ ପ୍ଲେସିସ: ୨୭ ଥର (୨୩୫ ମ୍ୟାଚ)
-ରୋହିତ ଶର୍ମା: ୨୫ ଥର (୨୨୫ ମ୍ୟାଚ)
ଇନ୍ଦୋରରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚ୍ରେ ଭାରତ ୱେଷ୍ଟଇଣ୍ଡିଜକୁ ୧୪ ରନ୍ରେ ପରାସ୍ତ କରି ୫ ମ୍ୟାଚ ବିଶିଷ୍ଟ ସିରିଜ୍ରେ ୨-୧ରେ ଆଗୁଆ ହୋଇଛି। ପ୍ରଥମେ ବ୍ୟାଟିଂ କରି ଭାରତ ୨୨୩ ରନ ସଂଗ୍ରହ କରିଥିଲା। ଜବାବରେ ୱେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ଓଭରରେ ୭ ଉଇକେଟ ହରାଇ ୨୦୯ ରନ କରିପାରିଥିଲା।